ହାତର କାଚ ଭାଙ୍ଗିଲେ, ଟେବୁଲ ବାଡ଼େଇ ଜିଲ୍ଲାପାଳଙ୍କୁ ଗୁହାରି ଜଣାଇଲେ ଦିବ୍ୟାଙ୍ଗ ମହିଳା

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗୀତାଞ୍ଜଳି ପାଣିଗ୍ରାହୀ। ଘର ବ୍ରହ୍ମପୁର ସଦର ଥାନା ନୂଆ ଯୋଗିଆପଲ୍ଲୀରେ। ଗୀତାଞ୍ଜଳି  ଜନ୍ମରୁ ଦିବ୍ୟାଙ୍ଗ। ଅଣ୍ଟା ସଳଖି ଚାଲି ପାରନ୍ତି ନାହିଁ। ଟ୍ରାଇ ସାଇକେଲଟିଏ ନଥିବାରୁ ଘୁଷୁରି ଘୁଷୁରି ଯାଆସ କରନ୍ତି। ହେଲେ ଭିକ୍ଷାବୃତ୍ତିକୁ ପସନ୍ଦ କରନ୍ତି ନାହିଁ। ଉଚ୍ଚ ଶିକ୍ଷିତା ଗୀତାଞ୍ଜଳି ପେଟ ପୋଷିବାକୁ ଟ୍ୟୁସନ୍‌ କରି କଷ୍ଟେମଷ୍ଟେ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି। ହେଲେ ଗୀତାଞ୍ଜଳିଙ୍କ ଘର ଓ ଜମିକୁ କେହି ହଡପ କରିନେଇଥିବାରୁ ସେ ଦୀର୍ଘ ଦିନ ହେଲା ବାର ଦୁଆର […]

bmp-1--1

bmp-1--1

Niharika Rout
  • Published: Tuesday, 25 February 2020
  • Updated: 25 February 2020, 01:49 PM IST

ବ୍ରହ୍ମପୁର(ଜଗନ୍ନାଥ ସାହୁ): ଗୀତାଞ୍ଜଳି ପାଣିଗ୍ରାହୀ। ଘର ବ୍ରହ୍ମପୁର ସଦର ଥାନା ନୂଆ ଯୋଗିଆପଲ୍ଲୀରେ। ଗୀତାଞ୍ଜଳି  ଜନ୍ମରୁ ଦିବ୍ୟାଙ୍ଗ। ଅଣ୍ଟା ସଳଖି ଚାଲି ପାରନ୍ତି ନାହିଁ। ଟ୍ରାଇ ସାଇକେଲଟିଏ ନଥିବାରୁ ଘୁଷୁରି ଘୁଷୁରି ଯାଆସ କରନ୍ତି। ହେଲେ ଭିକ୍ଷାବୃତ୍ତିକୁ ପସନ୍ଦ କରନ୍ତି ନାହିଁ। ଉଚ୍ଚ ଶିକ୍ଷିତା ଗୀତାଞ୍ଜଳି ପେଟ ପୋଷିବାକୁ ଟ୍ୟୁସନ୍‌ କରି କଷ୍ଟେମଷ୍ଟେ ନିଜ ଗୁଜୁରାଣ ମେଣ୍ଟାଇଥାନ୍ତି।

ହେଲେ ଗୀତାଞ୍ଜଳିଙ୍କ ଘର ଓ ଜମିକୁ କେହି ହଡପ କରିନେଇଥିବାରୁ ସେ ଦୀର୍ଘ ଦିନ ହେଲା ବାର ଦୁଆର ହେଉଛନ୍ତି। ଏନେଇ ବିଡିଓଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି କରିବା ସତ୍ତ୍ୱେ କେହି ତାଙ୍କ କଥା ଶୁଣୁ ନଥିବା ସେ ଅଭିଯୋଗ କରିଛନ୍ତି  ।ଶେଷରେ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣିକୁ ଘୁଷୁରି ଘୁଷୁରି ଆସି ନିଜ ଅଭିଯୋଗ ଜଣାଇଛନ୍ତି। ଏପରିକି ନିଜ ମନର କୋହ ପ୍ରକାଶ ସମୟରେ ଅସହାୟ ଗୀତାଞ୍ଜଳି କାନ୍ଦି ପକାଇଥିବା ବେଳେ ଟେବୁଲ ବାଡେଇ, ହାତର କାଚ ଭାଙ୍ଗି ଦେଇଥିଲେ।

ଜିଲ୍ଲାପାଳଙ୍କୁ ନିଜ ସମସ୍ୟା ଜଣାଇବା ବେଳେ ମଝିରେ ମଝିରେ ଚିତ୍କାର ବି କରୁଥିଲେ ଗୀତାଞ୍ଜଳି । ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସ୍ୱତନ୍ତ୍ର ଅଭିଯୋଗ ଶୁଣାଣି ବେଳେ ଦେଖିବାକୁ ମିଳିଛି ଏଭଳି ହୃଦୟ ବିଦାରକ ଚିତ୍ର  ।

ବାରମ୍ବାର ଗଞ୍ଜାମ ଜିଲ୍ଲାପାଳଙ୍କ ପାଖକୁ ଅଭିଯୋଗ କରିବାକୁ ଆସି ନୟାନ୍ତ ହେବା ପରେ ଏଭଳି କରି ସେ ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ଯଦି ତାଙ୍କ ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ ତେବେ ଆଗାମୀ ଦିନରେ ଆତ୍ମହତ୍ୟା କରିବେ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି  ।

ସୂଚନା ଅନୁଯାୟୀ, ଗୀତାଞ୍ଜଳି  ଏମ୍ଏ ପଢ଼ିବା ସହ ଟାଇପ ଶିଖିଛନ୍ତି। ଚାକିରି କରିନଥିବାରୁ ଟ୍ୟୁସନ କରି ବଞ୍ଚୁଛନ୍ତି । ଭିକ ମାଗି ବଞ୍ଚିବାକୁ ସେ ଶ୍ରେୟ ମଣନ୍ତି ନାହିଁ ବୋଲି କୁହନ୍ତି। ହେଲେ ତାଙ୍କ ଘର ଓ ଜମିକୁ ଅନ୍ୟମାନେ ହାତେଇ ନେଇଥିବାରୁ ସେ ସମସ୍ୟା ଦେଇ ଗତି କରୁଛନ୍ତି। ତେବେ ନ୍ୟାୟ ନମିଳିଲେ ଦୁଇ ଭଉଣୀ ମିଶି ଆତ୍ମହତ୍ୟା କରିବା ପାଇଁ ଚେତାବନୀ ଦେଇଛନ୍ତି ଗୀତାଞ୍ଜଳିଙ୍କ ଭଉଣୀ ।

ଏପଟେ ଜିଲ୍ଲାପାଳ କହିଛନ୍ତି, କିଛି ମହିଳା ବାରମ୍ବାର ଅଭିଯୋଗ ନେଇ ଆସୁଛନ୍ତି, ସେମାନଙ୍କ ଅଭିଯୋଗକୁ ଗୁରୁତ୍ୱ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story