ଜଙ୍ଗଲରୁ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲା ପରିବାର

କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବଦଲଝରଣ ଗାଁ ନିକଟ ଜଙ୍ଗଲରୁ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଗଛରେ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମୃତକ ଜଣକ ଡଙ୍ଗାସିଲ ପଞ୍ଚାୟତ ବଦଲଝର ଗାଁର। ଗତ ୧୪ ତାରିଖରୁ ନାବାଳିକା ଜଣକ ନିଖୋଜ ଥିଲେ। ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି। ଏ ସମ୍ପର୍କରେ […]

suicide

Rakesh Mallick
  • Published: Sunday, 18 February 2018
  • , Updated: 18 February 2018, 01:48 PM IST

କଲ୍ୟାଣସିଂହପୁର(ଓଡ଼ିଶା ରିପୋର୍ଟର): ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବଦଲଝରଣ ଗାଁ ନିକଟ ଜଙ୍ଗଲରୁ ଜଣେ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଆଜି ସକାଳେ ଗଛରେ ମୃତଦେହ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ। ମୃତକ ଜଣକ ଡଙ୍ଗାସିଲ ପଞ୍ଚାୟତ ବଦଲଝର ଗାଁର। ଗତ ୧୪ ତାରିଖରୁ ନାବାଳିକା ଜଣକ ନିଖୋଜ ଥିଲେ।

ଏନେଇ ପରିବାର ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ଦୁଷ୍କର୍ମ ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି। ଏ ସମ୍ପର୍କରେ କାଶୀପୁର ବ୍ଲକ୍ ଡଙ୍ଗାସିଲ ଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଛି ମରଶରୀରକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ  କରିଛି।  ଘଟଣାରେ ପୋଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Related story