ସଂସଦ ଅଧିବେଶନରେ ଯୋଗଦେବାକୁ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ଜାମିନ ଆବେଦନ ସିବିଆଇ କୋର୍ଟରେ ଖାରଜ

ଭୁବନେଶ୍ୱର: ସଂସଦ ଅଧିବେଶନରେ ଯୋଗଦେବା ପାଇଁ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ ହୋଇଯାଇଛି। ସ୍ପେଶାଲ ସିଜିଏମ୍ ସିବିଆଇ କୋର୍ଟ ଏହି ଆବେଦନ ଖାରଜ କରିଦେଇଛନ୍ତି। ସଂସଦ ଅଧିବେଶନରେ ଯୋଗଦେବା ସହ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ହେଲଥ୍ କାର୍ଡ ସଂଗ୍ରହ କରିବା ଓ ନିଜ ସମ୍ପତ୍ତି ତାଲିକା ପ୍ରଦାନ କରିବା ଆଦି ପ୍ରସଙ୍ଗରେ ହାଁସଦା ଜାମିନ ପାଇଁ ଆବେଦନ କରିଥିଲେ। ଜାମିନ ଆବେଦନ ଖାରଜ ହେବା ପରେ, ଏ ନେଇ ଉପର କୋର୍ଟରେ ଆବେଦନ […]

BJD_MP_Ramchandra_Hansda_650

Rakesh Mallick
  • Published: Thursday, 26 November 2015
  • , Updated: 26 November 2015, 03:40 PM IST

ଭୁବନେଶ୍ୱର: ସଂସଦ ଅଧିବେଶନରେ ଯୋଗଦେବା ପାଇଁ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନ ଖାରଜ ହୋଇଯାଇଛି। ସ୍ପେଶାଲ ସିଜିଏମ୍ ସିବିଆଇ କୋର୍ଟ ଏହି ଆବେଦନ ଖାରଜ କରିଦେଇଛନ୍ତି। ସଂସଦ ଅଧିବେଶନରେ ଯୋଗଦେବା ସହ ସାଂସଦଙ୍କ ପାଇଁ ଉଦ୍ଦିଷ୍ଟ ହେଲଥ୍ କାର୍ଡ ସଂଗ୍ରହ କରିବା ଓ ନିଜ ସମ୍ପତ୍ତି ତାଲିକା ପ୍ରଦାନ କରିବା ଆଦି ପ୍ରସଙ୍ଗରେ ହାଁସଦା ଜାମିନ ପାଇଁ ଆବେଦନ କରିଥିଲେ। ଜାମିନ ଆବେଦନ ଖାରଜ ହେବା ପରେ, ଏ ନେଇ ଉପର କୋର୍ଟରେ ଆବେଦନ କରିବେ ବୋଲି ଜଣାପଡିଛି। ନବଦିଗନ୍ତ ଚିଟଫଣ୍ଡ ମାମଲାରେ ସାଂସଦ ରାମଚନ୍ଦ୍ର ହାଁସଦାଙ୍କ ସମେତ ୬ଜଣ ଗିରଫ ହୋଇଥିଲେ। ହାଁସଦା ଏବେ ଝାରପଡ଼ା ଜେଲରେ ଅଛନ୍ତି।

Related story