କେମିତି ଖସିଗଲା ଦୁର୍ଦ୍ଦାନ୍ତ ମାଓବାଦୀ? ଏସ୍‌ଓପି ପାଳନରେ ଖିଲାପ ହୋଇଥିଲା କି ?

ନୂଆପଡ଼ା (ମୟାଧର ସରାଫ): କେମିତି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସିଗଲା ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ମାଡ଼କାମୀ? ୩ ମାସ ତଳେ ଯାହାକୁ ଏସ୍‌ଓଜି ଯବାନମାନେ ଜୀବନକୁ ବାଜି ଲଗାଇ କଷ୍ଟରେ ଧରିଥିଲେ, ସେ ନୂଆପଡ଼ା ପୁଲିସର ଅସାବଧାନତାରୁ କୋର୍ଟ ପରିସରରୁ ଚମ୍ପଟ ମାରିଛି। ଏଥିପାଇଁ ଢିଲା ସୁରକ୍ଷା ବ୍ୟବସ୍ଥାକୁ ସିଧାସଳଖ ସ୍ଥାନୀୟ ଓକିଲ ସଂଘ ଦାୟୀ କରିଥିବା ବେଳେ ଏସ୍‌ଓପି ପାଳନରେ ବ୍ୟତିକ୍ରମ କଥା ମଧ୍ୟ ଉଠାଇଛି। ଛତିଶଗଡ଼ ରାଜ୍ୟର ପାଞ୍ଜେର ଗାଁର ମନୋଜ ୨୦୦୯ରେ ନକ୍ସଲ […]

hardcore-maoist

Manoranjan Sial
  • Published: Tuesday, 18 September 2018
  • , Updated: 18 September 2018, 01:44 PM IST

ନୂଆପଡ଼ା (ମୟାଧର ସରାଫ): କେମିତି ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ଖସିଗଲା ଦୁର୍ଦ୍ଦାନ୍ତ ମାଓବାଦୀ ମନୋଜ ମାଡ଼କାମୀ? ୩ ମାସ ତଳେ ଯାହାକୁ ଏସ୍‌ଓଜି ଯବାନମାନେ ଜୀବନକୁ ବାଜି ଲଗାଇ କଷ୍ଟରେ ଧରିଥିଲେ, ସେ ନୂଆପଡ଼ା ପୁଲିସର ଅସାବଧାନତାରୁ କୋର୍ଟ ପରିସରରୁ ଚମ୍ପଟ ମାରିଛି। ଏଥିପାଇଁ ଢିଲା ସୁରକ୍ଷା ବ୍ୟବସ୍ଥାକୁ ସିଧାସଳଖ ସ୍ଥାନୀୟ ଓକିଲ ସଂଘ ଦାୟୀ କରିଥିବା ବେଳେ ଏସ୍‌ଓପି ପାଳନରେ ବ୍ୟତିକ୍ରମ କଥା ମଧ୍ୟ ଉଠାଇଛି।

ଛତିଶଗଡ଼ ରାଜ୍ୟର ପାଞ୍ଜେର ଗାଁର ମନୋଜ ୨୦୦୯ରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲା। ୨୦୧୧ମସିହାରେ ବରଗଡ଼-ବଲାଙ୍ଗିର-ମହାସମୁନ୍ଦ ଡିଭିଜନର ଗନ୍ଧମାର୍ଦ୍ଦନ ଏରିଆ କମିଟି ସଦସ୍ୟ ଭାବେ ଯୋଗ ଦେଇଥିଲା। ମନୋଜ ନାଁରେ ବରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ୪ ହତ୍ୟା ମାମଲା ସହ ୨୦ରୁ ଅଧିକ ସଂଗୀନ ଅଭିଯୋଗ ରହିଛି।

ଗତକାଲି ନୂଆପଡା କୋର୍ଟ ପରିସରରୁ ସୁରକ୍ଷାକର୍ମୀଙ୍କୁ ଚକମା ଦେଇ ପାଚେରି ଡେଇଁ ମନୋଜ ଫେରାର ହେବା ଘଟଣାକୁ ୨ଦିନ ବିତିଲାଣି। କିନ୍ତୁ ଏଯାଏଁ କବ୍‌ଜାକୁ ଆସିପାରିନି ମନୋଜ।

ଘଟଣାରେ ୨ଜଣ ଏଏସ୍‌ଆଇଙ୍କ ସମେତ ୭ ପୁଲିସ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରାଯାଇଛି। ହେଲେ ଏବେ ପ୍ରଶ୍ନ ଉଠୁଛି, କାହିଁକି ହୋଇଥିଲା ଜଣେ ଦୁର୍ଦ୍ଦାନ୍ତ ମାଓବାଦୀର ସୁରକ୍ଷାରେ ଢିଲା? କୋର୍ଟରେ ହାଜର ବେଳେ କାହିଁକି ପାଳନ ହୋଇନଥିଲା ଏସ୍‌ଓପି ? କୋର୍ଟରୁ ବାହାରକୁ ଅଣାଯିବା ସମୟରେ ମାତ୍ର ୨ଜଣ ପୁଲିସ କାହିଁକି ଥିଲେ ଓ ଅନ୍ୟମାନେ କୁଆଡ଼େ ଯାଇଥିଲେ? ଏତେବଡ଼ ଦୁର୍ଦ୍ଦାନ୍ତ ମାଓବାଦୀ ହାତରେ ହ୍ୟାଣ୍ଡକଫ୍ ପଡ଼ିନଥିଲା କାହିଁକି?

ଏ ନେଇ ଜିଲ୍ଲା ପୁଲିସ ବିଭାଗ ଚୁପ୍ ଥିବାବେଳେ ୭ ତଳିଆ କର୍ମଚାରୀଙ୍କୁ ସସ୍‌ପେଣ୍ଡ କରି ବରିଷ୍ଠ ଅଧିକାରୀ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ବସିଥିବା ଅଭିଯୋଗ ଆସିଛି। ସେପଟେ ସୁରକ୍ଷା ଢିଲା ଥିବା କଥାକୁ ମଧ୍ୟ ବଖାଣିଛନ୍ତି ଗତକାଲି କୋର୍ଟକୁ ହାଜିରା ପାଇଁ ଆସିଥିବା ବହୁ ଚର୍ଚ୍ଚିତ ଟେଣ୍ଡର ଦୁର୍ନୀତିର ଅଭିଯୁକ୍ତ ବଣ୍ଟି ଅଗ୍ରଓ୍ୱାଲ୍।

ପୁଲିସକୁ ଧକ୍କା ମାରି ଫେରାର କ୍ୟାଡର ମାଓବାଦୀ ମନୋଜ ମାଡ଼କାମୀକୁ ମେ ୨୯ ତାରିଖରେ ଧରିଥିଲା ଏସଓଜି ଟିମ୍। ନୂଆପଡ଼ା ଜିଲ୍ଲା ପାଟପଣି ଜଙ୍ଗଲରୁ କୋମ୍ବିଂ ବେଳେ ତାଙ୍କୁ ଧରି ଥିଲେ ଏସ୍‌ଓଜି। ମନୋଜ ନାଁରେ ୪ ଲକ୍ଷ ଟଙ୍କାର ପୁରସ୍କାର ମଧ୍ୟ ଥିଲା।

ପୂର୍ବରୁ ୨ଥର ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ତାକୁ ହାଜର କରାଯାଇଥିବା ବେଳେ ପ୍ରଥମ ଥର ଲାଗି କୋର୍ଟକୁ ଅଣାଯାଇଥିଲା। ହେଲେ ସେ ଏବେ ପୁଲିସ କବ୍‌ଜାରୁ ଫେରାର ହୋଇଯାଇଛି।

Related story