ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପ: ରେଳ ମନ୍ତ୍ରୀଙ୍କ ହସ୍ତକ୍ଷେପ ଦାବି କଲେ କେନ୍ଦ୍ରାପଡ଼ା ସାଂସଦ

ଭୁବନେଶ୍ୱର: ହରିଦାସପୁର-ପାରଦ୍ୱୀପ ରେଳ ପ୍ରକଳ୍ପରେ ୧୦% ଅଂଶଧନ ନିବେଶ କରିବାକୁ କଣ୍ଟେନର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (ସିସିଆଇଏଲ)କୁ ନିର୍ଦ୍ଦେଶ ଦେବାକୁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଅନୁରୋଧ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଜୁନ୍ ୮ ତାରିଖରେ ରେଳମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି ଯେ, ହରିଦାସପୁର-ପାରାଦ୍ୱୀପ ଏକ ଯୌଥ ରେଳ ଉଦ୍ୟୋଗ। ଏହା ହରିଦାସପୁର-ପାରାଦ୍ୱୀପ କରିଡର ପର୍ଯ୍ୟନ୍ତ ବ୍ୟାପ୍ତ। ପୋସ୍କୋର ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ବିଳମ୍ବ ହେବା […]

BAIJAYANT

BAIJAYANT

Rakesh Mallick
  • Published: Saturday, 13 June 2015
  • Updated: 13 June 2015, 02:08 PM IST

Sports

Latest News

ଭୁବନେଶ୍ୱର: ହରିଦାସପୁର-ପାରଦ୍ୱୀପ ରେଳ ପ୍ରକଳ୍ପରେ ୧୦% ଅଂଶଧନ ନିବେଶ କରିବାକୁ କଣ୍ଟେନର କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ୍ (ସିସିଆଇଏଲ)କୁ ନିର୍ଦ୍ଦେଶ ଦେବାକୁ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଅନୁରୋଧ କରିଛନ୍ତି ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା। ଜୁନ୍ ୮ ତାରିଖରେ ରେଳମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ସେ ଦର୍ଶାଇଛନ୍ତି ଯେ, ହରିଦାସପୁର-ପାରାଦ୍ୱୀପ ଏକ ଯୌଥ ରେଳ ଉଦ୍ୟୋଗ। ଏହା ହରିଦାସପୁର-ପାରାଦ୍ୱୀପ କରିଡର ପର୍ଯ୍ୟନ୍ତ ବ୍ୟାପ୍ତ। ପୋସ୍କୋର ପ୍ରସ୍ତାବିତ ଷ୍ଟିଲ୍ ପ୍ଲାଣ୍ଟ ବିଳମ୍ବ ହେବା କାରଣରୁ ଏହି ପ୍ରକଳ୍ପରୁ ପୋସ୍କୋ ବାହାରି ଯାଇଛି। ଏହି ପ୍ରକଳ୍ପ କେନ୍ଦ୍ରାପଡା ଜିଲ୍ଲା ପାଇଁ ଅତ୍ୟନ୍ତ ଜରୁରୀ। ଏହି ପ୍ରକଳ୍ପ ଦ୍ୱାରା ଚଣ୍ଡିଖୋଲ-ପାରଦ୍ୱୀପ ଏକ୍ସପ୍ରେସ ୱେର ଟ୍ରାଫିକ୍ ସମସ୍ୟା ଦୂର ହେବ।  ତା’ସହିତ ଜିଲ୍ଲାର ପ୍ରଥମ ରେଳ ଲାଇନ୍ ଭାବେ ଏହା ଜିଲ୍ଲାକୁ ସାରା ଦେଶ ସହ ଯୋଡିପାରିବ।

ସୂଚନାଯୋଗ୍ୟ ଯେ, ହରିଦାସପୁର-ପାରଦ୍ୱୀପ ରେଳ ପ୍ରକଳ୍ପ ୧୯୯୫ ମସିହାରେ ମଞ୍ଜୁର ହୋଇଥିଲେ ମଧ୍ୟ ରାଜନୈତିକ ଇଚ୍ଛାଶକ୍ତି ଅଭାବରୁ ଏହି ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇପାରି ନଥିଲା। ବୈଜୟନ୍ତ ପଣ୍ଡା ୨୦୦୯ ମସିହାରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହେବା ପରେ ଏହି ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦିଗରେ ପଦକ୍ଷେପ ଗ୍ରହଣ କରିଥିଲେ। ସାଂସଦ ପଣ୍ଡା ନିୟମିତ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହ ଯୋଗାଯୋଗ ରକ୍ଷା କରିଛନ୍ତି ଓ ଅଧିକାରୀମାନଙ୍କ ସହ ସମୀକ୍ଷା କରି ପ୍ରକଳ୍ପକୁ ଅନେକ ବାଟ ଆଗେଇ ନେଇଛନ୍ତି। ପ୍ରକଳ୍ପ କାର୍ଯ୍ୟ ବର୍ତ୍ତମାନ ଦ୍ରୁତ ଗତିରେ ଆଗେଇ ଚାଲିଛି।

ଏହି ପ୍ରକଳ୍ପର କିଛି ଅଂଶ ଯାଜପୁର ଓ କେନ୍ଦ୍ରପଡା ଜିଲ୍ଲାର ଜଙ୍ଗଲ ଜମି ଉପରେ ଯାଉଥିବାରୁ ପରିବେଶ ମଞ୍ଜୁରୀର ଆବଶ୍ୟକତା ଥିଲା। ସାଂସଦ ପଣ୍ଡା ଗତ ବର୍ଷ ଅକ୍ଟୋବର ମାସରେ କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଭେଟି ଏ ସଂପର୍କରେ ଅବଗତ କରାଇଥିଲା। ଏହା ପରେ କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ଏହାକୁ ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ପାଇଁ ଅନୁମୋଦନ ଦେଇଛନ୍ତି। ଏହି ପ୍ରକଳ୍ପ ପାଇଁ ଅଂଳାବାଙ୍କ ଠାରେ ନିର୍ମାଣାଧୀନ ରେଳ ଷ୍ଟେସନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହି ପ୍ରକଳ୍ପର ଗୁରୁତ୍ତ୍ୱକୁ ଦୃଷ୍ଟିରେ ରଖି ଏହି ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ରେଳମନ୍ତ୍ରୀଙ୍କୁ ସାଂସଦ ପଣ୍ଡା ନିବେଦନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story