ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ରେଳମନ୍ତ୍ରୀଙ୍କ ସହ ଆଲୋଚନା କଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କରି ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି। ଟାଙ୍ଗୀରେ ଏକ ରେଳୱେ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ମଧ୍ୟ ସେ ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି। ପ୍ରସ୍ତାବିତ ଇସ୍ପାତ କାରଖାନା ବିଳମ୍ବ ହେବା ଯୋଗୁଁ ପୋସ୍କୋ ୮୨ କିଲୋମିଟର ଦୀର୍ଘ ଏହି ରେଳ ପ୍ରକଳ୍ପରୁ ଓହରି ଯାଇଛି। ଏଥିରେ ପୋସ୍କୋ ୧୦ ପ୍ରତିଶତ […]

baijayantpanda

baijayantpanda

Rakesh Mallick
  • Published: Thursday, 27 August 2015
  • Updated: 27 August 2015, 12:03 PM IST

Sports

Latest News

[caption id="attachment_27115" align="alignleft" width="300"]baijayantpanda ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ସହ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା[/caption]

ଭୁବନେଶ୍ୱର: ବିଜେଡିର ବରିଷ୍ଠ ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ନୂଆଦିଲ୍ଲୀଠାରେ ସାକ୍ଷାତ କରି ହରିଦାସପୁର-ପାରାଦ୍ୱୀପ ରେଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଆଲୋଚନା କରିଛନ୍ତି। ଟାଙ୍ଗୀରେ ଏକ ରେଳୱେ ଓଭରବ୍ରିଜ୍ ନିର୍ମାଣ କରିବା ପାଇଁ ମଧ୍ୟ ସେ ରେଳ ମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି।

ପ୍ରସ୍ତାବିତ ଇସ୍ପାତ କାରଖାନା ବିଳମ୍ବ ହେବା ଯୋଗୁଁ ପୋସ୍କୋ ୮୨ କିଲୋମିଟର ଦୀର୍ଘ ଏହି ରେଳ ପ୍ରକଳ୍ପରୁ ଓହରି ଯାଇଛି। ଏଥିରେ ପୋସ୍କୋ ୧୦ ପ୍ରତିଶତ ଅର୍ଥାତ୍ ୨୭.୫ କୋଟି ଟଙ୍କା ନିବେଶ କରିଥିଲା। ପ୍ରକଳ୍ପଟି କେନ୍ଦ୍ରାପଡ଼ା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ପୋସ୍କୋ କରିଥିବା ୧୦ ପ୍ରତିଶତ ଅଂଶଧନ ପ୍ରତିବଦଳରେ କଣ୍ଟେନର କର୍ପୋରେସନ୍ ଅଫ୍ ଇଣ୍ଡିଆ (ସିସିଆଇଏଲ)କୁ ଏହି ଅଂଶଧନ ନିବେଶ କରିବା ପାଇଁ ନିର୍ଦ୍ଦେଶ ଦେବା ପାଇଁ ରେଳମନ୍ତ୍ରୀଙ୍କୁ ସୁପାରିଶ କରିଛନ୍ତି। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସାଂସଦ ପଣ୍ଡା କହିଛନ୍ତି, ଏହି ପ୍ରକଳ୍ପ କେନ୍ଦ୍ରାପଡ଼ା ଜିଲ୍ଲାର ପ୍ରଥମ ରେଳ ପ୍ରକଳ୍ପ। ଏହା ସଂପୂର୍ଣ୍ଣ ହେବା ପରେ କେନ୍ଦ୍ରାପଡ଼ାରେ ଶିଳ୍ପାୟନ ପାଇଁ ପଥ ପରିଷ୍କାର ହେବା ସଙ୍ଗେ ସଙ୍ଗେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଏହି ପ୍ରକଳ୍ପ ଦ୍ୱାରା ଚଣ୍ଡିଖୋଲ-ପାରାଦ୍ୱୀପ ଏକ୍ସପ୍ରେସ୍ ୱେରେ ଟ୍ରାଫିକ୍ ସମସ୍ୟା ଦୂର ହେବା ସଙ୍ଗେ ସଙ୍ଗେ କେନ୍ଦ୍ରାପଡ଼ା ଜିଲ୍ଲାକୁ ସାରା ଦେଶ ସହ ଯୋଡ଼ି ପାରିବ।

ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ଦିଗରେ ସାଂସଦ ପଣ୍ଡା ଉଦ୍ୟମ କରି ଆସୁଛନ୍ତି। ଏନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଯୋଗାଯୋଗ ରକ୍ଷା କରିବା ସହିତ ଅଧିକାରୀମାନଙ୍କ ସହିତ ବାରମ୍ବାର ଆଲୋଚନା କରି ଆସୁଛନ୍ତି। ଚଳିତ ମାସ ୨୧ ତାରିଖରେ ସାଂସଦ ପଣ୍ଡା ହରିଦାସପୁର-ପାରଦ୍ୱୀପ ରେଳ ପ୍ରକଳ୍ପର କାର୍ଯ୍ୟକାରୀ ନିର୍ଦ୍ଦେଶକଙ୍କ ସହିତ ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ସେହିପରି ଏହି ପ୍ରକଳ୍ପର କିଛି ଅଂଶ ପାଇୱ ପରିବେଶ ମଞ୍ଜୁରୀ ଆବଶ୍ୟକ ପଡ଼ିବାରୁ ସାଂସଦ ପଣ୍ଡା ଗତ ବର୍ଷ ଅକ୍ଟୋବର ୧୪ ତାରିଖରେ କେନ୍ଦ୍ର ପରିବେଶ ମନ୍ତ୍ରୀଙ୍କୁ ସାକ୍ଷାତ କରି ଥିଲେ ଓ ପ୍ରଥମ ପର୍ଯ୍ୟାୟ ପରିବେଶ ମଞ୍ଜୁରୀ ଆଣିଥିଲେ। ପୁଣି ଏହି ପ୍ରକଳ୍ପର କାର୍ଯ୍ୟ ଦୃତ ଗତିରେ ଚାଲିଥିବା ବେଳେ ଏଥିରେ ଯେମିତି ଅର୍ଥ ବାଧକ ନସାଜିବ ସେଥିପାଇଁ ସେ ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story