ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ସରକାର କରିବେ ଅର୍ବାନ ହଷ୍ଟେଲ

ଭୁବନେଶ୍ୱର: ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅର୍ବାନ ହଷ୍ଟେଲ ନିର୍ମାଣ କରି ବିଭିନ୍ନ ଇଂଲିଶ ମିଡିୟମ ସ୍କୁଲରେ ମାଗଣାରେ ପାଠ ପଢିବାକୁ ସୁଯୋଗ ଦେବେ ରାଜ୍ୟ ସରକାର । ଏହାର ସମସ୍ତ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ଗତକାଲି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଜିଲ୍ଲା ମଙ୍ଗଳ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦିଆଯାଇଛି। ବୈଠକରେ ବିଭିନ୍ନ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା, ଭିତ୍ତିଭୂମୀ ସାଙ୍ଗକୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବା […]

sc

Rakesh Mallick
  • Published: Friday, 24 July 2015
  • , Updated: 24 July 2015, 04:00 AM IST

ଭୁବନେଶ୍ୱର: ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଅର୍ବାନ ହଷ୍ଟେଲ ନିର୍ମାଣ କରି ବିଭିନ୍ନ ଇଂଲିଶ ମିଡିୟମ ସ୍କୁଲରେ ମାଗଣାରେ ପାଠ ପଢିବାକୁ ସୁଯୋଗ ଦେବେ ରାଜ୍ୟ ସରକାର । ଏହାର ସମସ୍ତ ଖର୍ଚ୍ଚ ମଧ୍ୟ ସରକାର ବହନ କରିବେ । ଗତକାଲି ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ଜିଲ୍ଲା ମଙ୍ଗଳ ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ବୈଠକ ପରେ ଏହି ସୂଚନା ଦିଆଯାଇଛି। ବୈଠକରେ ବିଭିନ୍ନ ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷା, ଭିତ୍ତିଭୂମୀ ସାଙ୍ଗକୁ ଆନୁଷଙ୍ଗିକ ସୁବିଧା ଯୋଗାଇ ଦିଆଯିବା ନେଇ ଆଲୋଚନା ହୋଇଥିଲା। ବୈଠକରେ ଅନୁସୂଚିତ ଜାତି ଓ ଜନତାତି ଉନ୍ନୟନ ମନ୍ତ୍ରୀ ଲାଲବିହାରୀ ହିମିରିକା, କ୍ରୀଡ଼ା ଓ ଯୁବ ବ୍ୟାପର ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ସମେତ ବିଭାଗୀୟ ସଚିବ ଓ ସମସ୍ତ ଜିଲ୍ଲାର ମଙ୍ଗଳ ଅଧିକାରୀ, ପିଏଆଇଟିଡିଏ ଅଧିକାରୀମାନେ  ଯୋଗ ଦେଇଥିଲେ ।

Related story