ଜଳିଗଲା ଧାନ ଗଦା

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କାନପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଖଳାରେ ଧାନଗଦାରେ ନିଆଁ ଲାଗି ଯିବାରୁ ତାହା ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ୩ ଏକର ଜମିରେ ହୋଇଥିବା ଧାନକୁ କାଟି ଏଠାରେ ଗଦା କରାଯାଇଥିଲା। ଗାଁର ଯେଉଁ ବ୍ୟକ୍ତିଙ୍କର ଏହି କ୍ଷତି ଘଟିଛି, ତାଙ୍କ ନାଁ ସୁକଦେବ ମଳିକ। ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିଲା। ହଠାତ୍ ହୁତୁ ହୁତୁ ହୋଇ ଧାନଗଦା ଜଳିବାକୁ ଲାଗିଥିଲା। ସୋରରୁ […]

fire

Jitendra Garnayak
  • Published: Tuesday, 22 January 2019
  • , Updated: 22 January 2019, 08:24 AM IST

ସୋର (ଶଶିକାନ୍ତ ବେହେରା): ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କାନପୁର ଗାଁରେ ଜଣେ ବ୍ୟକ୍ତିଙ୍କ ଖଳାରେ ଧାନଗଦାରେ ନିଆଁ ଲାଗି ଯିବାରୁ ତାହା ପୋଡ଼ି ପାଉଁଶ ହୋଇଯାଇଛି। ପ୍ରାୟ ୩ ଏକର ଜମିରେ ହୋଇଥିବା ଧାନକୁ କାଟି ଏଠାରେ ଗଦା କରାଯାଇଥିଲା।

ଗାଁର ଯେଉଁ ବ୍ୟକ୍ତିଙ୍କର ଏହି କ୍ଷତି ଘଟିଛି, ତାଙ୍କ ନାଁ ସୁକଦେବ ମଳିକ।

ଗତକାଲି ବିଳମ୍ବିତ ରାତିରେ ଏ ଘଟଣା ଘଟିଥିଲା। ହଠାତ୍ ହୁତୁ ହୁତୁ ହୋଇ ଧାନଗଦା ଜଳିବାକୁ ଲାଗିଥିଲା। ସୋରରୁ ଦୁଇଟି ଦମକଳ ଆସି ନିଆଁ ଲିଭାଇଥିଲା। ତେବେ ସେତେବେଳକୁ ସବୁ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା।

ନିଆଁ କେମିତି ଲାଗିଲା, ତାହା ସ୍ପଷ୍ଟ ହୋଇପାରି ନାହିଁ।

Related story