ନୀଳଗିରି ଓ ଢେଙ୍କାନାଳରେ ହାତୀ ଆତଙ୍କ

ବାଲେଶ୍ୱର/ଢେଙ୍କାନାଳ: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଗତ ୪ଦିନ  ହେବ ହାତୀ ପଲ୍ଲଙ୍କ ଉପଦ୍ରବ ଜାରି ରହିଛି। ଦିନବେଳା ହାତୀମାନେ ସ୍ଥାନୀୟ ଜଡ଼ିବାଲି ଜଙ୍ଗଲରେ ରହୁଥିବା ବେଳେ ରାତିରେ ଆସି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି। ଗତକାଲି ରାତିରେ କୁମଡିମପାଳ, କୁଆନଳୀ ଓ ହାତୀଆଶିଳା ଅଞ୍ଚଳରେ ହାତୀପଲ୍ଲ ଧାନ ଫସଲ ନଷ୍ଟ କରିବା ସହ କିଛି ଘର, ପାଚେରୀ ଓ ପମ୍ପ ହାଉସ ଆସି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ରାତିରେ ଗାଁ ଭିତରେ ହାତୀ ପଲ୍ଲ […]

elephent

Rakesh Mallick
  • Published: Wednesday, 07 December 2016
  • , Updated: 07 December 2016, 02:24 PM IST

ବାଲେଶ୍ୱର/ଢେଙ୍କାନାଳ: ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଗତ ୪ଦିନ  ହେବ ହାତୀ ପଲ୍ଲଙ୍କ ଉପଦ୍ରବ ଜାରି ରହିଛି। ଦିନବେଳା ହାତୀମାନେ ସ୍ଥାନୀୟ ଜଡ଼ିବାଲି ଜଙ୍ଗଲରେ ରହୁଥିବା ବେଳେ ରାତିରେ ଆସି ବ୍ୟାପକ ଫସଲ ନଷ୍ଟ କରୁଛନ୍ତି।

ଗତକାଲି ରାତିରେ କୁମଡିମପାଳ, କୁଆନଳୀ ଓ ହାତୀଆଶିଳା ଅଞ୍ଚଳରେ ହାତୀପଲ୍ଲ ଧାନ ଫସଲ ନଷ୍ଟ କରିବା ସହ କିଛି ଘର, ପାଚେରୀ ଓ ପମ୍ପ ହାଉସ ଆସି ଭାଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ରାତିରେ ଗାଁ ଭିତରେ ହାତୀ ପଲ୍ଲ ଆସୁଥିବାରୁ ଲୋକେ ଘରୁ ପଦାକୁ ବାହାରିବାକୁ ଭୟ କରୁଛନ୍ତି। ଏପରିକି ଦିନ ବେଳେ ମଧ୍ୟ ହାତୀ ଭୟରେ ଲୋକେ ଘରୁ କୌଣସି କାମରେ ଯାଇ ପାରୁ ନ ଥିବା କହିଛନ୍ତି।

ସେହିପରି ଢେଙ୍କାନାଳ କଙ୍କଡ଼ାହାଡ଼ ବ୍ଲକ ମହାବିରୋଡ଼ ରେଞ୍ଜରେ ୧୦ଟି ପଞ୍ଚାୟତରେ ୩୦ରୁ ଅଧିକ ହାତୀ ପଶି ଧାନ ଫସଲ ନଷ୍ଟ କରି ଦେଇଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି। ବନ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ ବିଭାଗ ଅବହେଳା କରୁଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କ୍ଷୟକ୍ଷତି ଘଟିଥିବା ଚାଷୀଙ୍କୁ କ୍ଷତି ପୂରଣ ଦେବା ଓ ହାତୀକୁ  ଘଉଡାଇବା ଲାଗି ପଦକ୍ଷେପ ନିଆଯାଉଥିବା ରେଞ୍ଜର କହିଛନ୍ତି।

Related story