ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ମାମଲା ସ୍ଥାନାନ୍ତର ପାଇଁ ପଦକ୍ଷେପ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଜାରି ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ସମସ୍ତ ମାମଲାକୁ ଅନ୍ୟ ନ୍ୟାୟିକ ଅଞ୍ଚଳକୁ ରାଜ୍ୟ ସରକାର ସ୍ଥାନାନ୍ତର କରିଛନ୍ତି। ଓକିଲଙ୍କ ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତି ଓ ତ୍ୱରିତ ବିଚାର ପ୍ରକ୍ରିୟା ସାରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର। ଗତ […]

sambalpur-1--1--1

sambalpur-1--1--1

Niharika Rout
  • Published: Friday, 14 February 2020
  • Updated: 14 February 2020, 01:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ ଆନ୍ଦୋଳନ ଜାରି ରହିଥିବାରୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି।

ସମ୍ବଲପୁର ନ୍ୟାୟିକ ଅଞ୍ଚଳରୁ ସମସ୍ତ ମାମଲାକୁ ଅନ୍ୟ ନ୍ୟାୟିକ ଅଞ୍ଚଳକୁ ରାଜ୍ୟ ସରକାର ସ୍ଥାନାନ୍ତର କରିଛନ୍ତି। ଓକିଲଙ୍କ ଆନ୍ଦୋଳନ ଯୋଗୁ ସାଧାରଣ ଲୋକେ ଯେପରି ହଇରାଣ ନ ହୁଅନ୍ତି ଓ ତ୍ୱରିତ ବିଚାର ପ୍ରକ୍ରିୟା ସାରିବା ଲାଗି ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ସରକାର।

ଗତ ଡିସେମ୍ବର ୬ ତାରିଖରେ ସୁପ୍ରିମକୋର୍ଟଙ୍କ ରାୟକୁ ଭିତ୍ତି କରି ରାଜ୍ୟ ସରକାରଙ୍କ ‌ଆଇନ ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ବଲାଙ୍ଗିର କୋର୍ଟର ମାମଲାଗୁଡ଼ିକୁ ଟିଟିଲାଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍‌ଙ୍କ କୋର୍ଟକୁ ସ୍ଥାନାନ୍ତର କରାଯାଇଛି। ବଲାଙ୍ଗିର ଓ ଲୋଇସିଂହା ଜେଏମ୍‌ଏଫ୍‌ସିର ମାମଲା ସଇଁତଳା ଜେଏମ୍‌ଏଫ୍‌ସିକୁ ସ୍ଥାନାନ୍ତର କରାଯାଇଛି।

ସେହିପରି ଦେବଗଡ଼ର ମାମଲା କେନ୍ଦୁଝର କୋର୍ଟକୁ ଓ ଝାରସୁଗୁଡ଼ା କୋର୍ଟର ମାମଲା ସୁନ୍ଦରଗଡ଼, ସମ୍ବଲପୁରର ମାମଲା ବରଗଡ଼ କୋର୍ଟକୁ ସ୍ଥାନାନ୍ତର କରିଛନ୍ତି ରାଜ୍ୟ ସରକାର।

ଓକିଲଙ୍କ ଆନ୍ଦୋଳନ ଯୋଗୁ ଲୋକେ ନ୍ୟାୟ ପାଇବାରୁ ବଞ୍ଚିତ ହେଉଥିଲେ। PLR ପ୍ରୋଜେକ୍ଟ ଓ MCL ମଧ୍ୟରେ ଚାଲିଥିବା ଏକ ମାମଲାର ଶୁଣାଣି ଓକିଲଙ୍କ ଆନ୍ଦୋଳନ ଯୋଗୁ ବାଧାପ୍ରାପ୍ତ ହୋଇଥିଲା। ଏଣୁ ଏହାର ସ୍ଥାନାନ୍ତର କରିବା ଲାଗି କମ୍ପାନୀ ସୁପ୍ରମିକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଡିସେମ୍ବରରେ ସୁପ୍ରିମକୋର୍ଟ ଏହାର ଶୁଣାଣି କରି ମାମଲା ସ୍ଥାନାନ୍ତର ଲାଗି ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos