ଓକିଲଙ୍କୁ କଳା କୋଟ୍ ଓ ଗାଉନ୍‌ ମନା

କଟକ(ଓଡ଼ିଶା ରିପୋର୍ଟର): ଶୁଣାଣି ସମୟରେ  କୋଟ୍ ଓ ଗାଉନ ନ ପିନ୍ଧିବାକୁ ହାଇକୋର୍ଟ ଓକିଲଙ୍କୁ ପରାମର୍ଶ ଦେଲେ ମୁଖ୍ୟ ବିଚାରପତି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସେ ଆଇନଜୀବୀଙ୍କୁ ଏପରି ପରାମର୍ଶ ଦେଇଥିବା ଜଣାଯାଇଛି । କଳା କୋଟ୍, ଗାଉନ୍ ପରିବର୍ତ୍ତେ  ଧଳା ସାର୍ଟ, ସାଲଓ୍ୱାର କମିଜ୍ ପିନ୍ଧିବାକୁ ଓକିଲଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ମହିଳା ଓକିଲଙ୍କୁ ଧଳା ଶାଢ଼ି ସହ ସାଦା ଧଳା ନେକ୍ ବ୍ୟାଣ୍ଡ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ […]

hc

Niharika Rout
  • Published: Friday, 15 May 2020
  • , Updated: 15 May 2020, 08:44 AM IST

କଟକ(ଓଡ଼ିଶା ରିପୋର୍ଟର): ଶୁଣାଣି ସମୟରେ  କୋଟ୍ ଓ ଗାଉନ ନ ପିନ୍ଧିବାକୁ ହାଇକୋର୍ଟ ଓକିଲଙ୍କୁ ପରାମର୍ଶ ଦେଲେ ମୁଖ୍ୟ ବିଚାରପତି । କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସେ ଆଇନଜୀବୀଙ୍କୁ ଏପରି ପରାମର୍ଶ ଦେଇଥିବା ଜଣାଯାଇଛି ।

କଳା କୋଟ୍, ଗାଉନ୍ ପରିବର୍ତ୍ତେ  ଧଳା ସାର୍ଟ, ସାଲଓ୍ୱାର କମିଜ୍ ପିନ୍ଧିବାକୁ ଓକିଲଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ମହିଳା ଓକିଲଙ୍କୁ ଧଳା ଶାଢ଼ି ସହ ସାଦା ଧଳା ନେକ୍ ବ୍ୟାଣ୍ଡ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟ ବିଚାରପତି ।  ପରବର୍ତ୍ତୀ ନୋଟିସ୍ ଯାଏ ଏହି ନିୟମ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

ଗତକାଲି ସୁପ୍ରିମକୋର୍ଟ ବିଚାରପତି ଏବଂ ଓକିଲଙ୍କୁ ବି ସମାନ ନିର୍ଦ୍ଦେଶ ଜାରି ହୋଇଛି । କଳା କୋଟ୍ ଓ ଜ୍ୟାକେଟ୍ ପିନ୍ଧିବା ଅନୁଚିତ୍ ବୋଲି କହିଥିଲେ ପ୍ରଧାନ ବିଚାରପତି।

Related story