ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ କରାଇବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ  

ମାଲକାନଗିରି: ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ମାମଲାକୁ ଆଜି ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଅତିଶୀଘ୍ର ମାଲକାନଗିରିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଚିତ୍ରକୋଣ୍ଡାର ଜୋନ-୧ ଓ ଜୋନ-୨ର ୧୮ଟି ଗ୍ରାମ ପଞ୍ଚାୟତରେ ମଧ୍ୟ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ପଞ୍ଚାୟତ ନିର୍ବାଚନ ବେଳେ ମାଓ ଭୟରେ ଏସବୁ ପଞ୍ଚାୟତରେ ମତଦାନ ହୋଇ ନ ଥିଲା। ମାଲକାନଗିରିରେ ମୋଟ ୧୩ଟି ଜିଲ୍ଲା ପରିଷଦ […]

highcoat

Rakesh Mallick
  • Published: Monday, 10 April 2017
  • , Updated: 10 April 2017, 02:19 PM IST

ମାଲକାନଗିରି: ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ମାମଲାକୁ ଆଜି ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଅତିଶୀଘ୍ର ମାଲକାନଗିରିରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଚିତ୍ରକୋଣ୍ଡାର ଜୋନ-୧ ଓ ଜୋନ-୨ର ୧୮ଟି ଗ୍ରାମ ପଞ୍ଚାୟତରେ ମଧ୍ୟ ନିର୍ବାଚନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗତ ପଞ୍ଚାୟତ ନିର୍ବାଚନ ବେଳେ ମାଓ ଭୟରେ ଏସବୁ ପଞ୍ଚାୟତରେ ମତଦାନ ହୋଇ ନ ଥିଲା। ମାଲକାନଗିରିରେ ମୋଟ ୧୩ଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ ୧୧ଟି ଜୋନରେ ନିର୍ବାଚନ ସରିଛି। ସେଥିମଧ୍ୟରୁ ବିଜେପି ୧୦ଟି ଓ ବିଜେଡି ଗୋଟିଏ ଜୋନ୍‌ ହାତେଇଛି।

Related story