କୁନ୍ଦୁଲି ମାମଲାରେ ରାଜ୍ୟ ସରକାର ଓ ସିବିଆଇକୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍। ମେ ୩ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାର ସିବିଆଇ ତଦନ୍ତ ପାଇଁ ପୀଡ଼ିତାଙ୍କ ଭାଇ ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ କୋର୍ଟରେ ଆବେଦନ କରିଥିଲେ। କୁନ୍ଦୁଲି ଘଟଣାର ଉପଯୁକ୍ତ ଯାଞ୍ଚ ହେଉନି। ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ପୀଡ଼ିତାଙ୍କ ପରିବାର ଲୋକଙ୍କର ନାହିଁ ଭରସା। ତେଣୁ […]

kunduli-1-768x576

Rakesh Mallick
  • Published: Wednesday, 11 April 2018
  • , Updated: 11 April 2018, 07:40 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଅଭିଯୋଗ ଓ ଆତ୍ମହତ୍ୟା ମାମଲାରେ ସିବିଆଇ ଓ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନୋଟିସ୍। ମେ ୩ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ମାମଲାର ସିବିଆଇ ତଦନ୍ତ ପାଇଁ ପୀଡ଼ିତାଙ୍କ ଭାଇ ଓ ଉତ୍କଳ ଭାରତ ସଭାପତି ଖାରବେଳ ସ୍ୱାଇଁ କୋର୍ଟରେ ଆବେଦନ କରିଥିଲେ।

କୁନ୍ଦୁଲି ଘଟଣାର ଉପଯୁକ୍ତ ଯାଞ୍ଚ ହେଉନି। ରାଜ୍ୟ ସରକାରଙ୍କ ତଦନ୍ତ ଉପରେ ପୀଡ଼ିତାଙ୍କ ପରିବାର ଲୋକଙ୍କର ନାହିଁ ଭରସା। ତେଣୁ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଉ। କୁନ୍ଦୁଲି ମାମଲା ସମ୍ପର୍କିତ ଏଭଳି କିଛି ଆବେଦନ ଗୁଡିକ ଉପରେ ଶୁଣାଣି କରି ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ରାଜ୍ୟ ସରକାରଙ୍କ ଗୃହ ସଚିବ, ପୋଲିସ ଡିଜି, କୋରାପୁଟ୍ ଏସ୍‌ପିଙ୍କ ସହ ସିବିଆଇ ନିର୍ଦ୍ଦେଶକଙ୍କୁ ଜାରି ହୋଇଛି ନୋଟିସ। ଆସନ୍ତା ୩ ତାରିଖ ସୁଦ୍ଧା ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣ ଓ ବିଚାରପତି ଜଷ୍ଟିସ ବିଦ୍ୟୁତ ରଞ୍ଜନ ଷଡ଼ଙ୍ଗୀଙ୍କ ବେଞ୍ଚ।

ଗଣଦୁଷ୍କର୍ମ ଅଭିଯୋଗ ଘଟଣାର ୬ ମାସ ଏବଂ ପୀଡ଼ିତାଙ୍କ ଆତ୍ମହତ୍ୟା କରିବାକୁ ଅଢ଼େଇ ମାସରୁ ଅଧିକ ସମୟ ବିତି ଯାଇଗଲାଣି। ହେଲେ ଏଯାଏଁ ଧରା ପଡିନାହାନ୍ତି ଅଭିଯୁକ୍ତ। ପ୍ରଥମେ ପଟାଙ୍ଗୀ ପୋଲିସ, ପରେ କ୍ରାଇମବ୍ରାଞ୍ଚ, ତା’ସହ ବିଚାର ବିଭାଗୀୟ ତଦନ୍ତ ଓ ଶେଷରେ SIT ତଦନ୍ତ। ସେହିପରି ଏଚ୍‌ଆର୍‌ପିସି, ରାଜ୍ୟ ମହିଳା କମିଶନ, ଓଏଚ୍‌ଆର୍‌ସି,  ଜାତୀୟ ମାନବାଧିକାର କମିଶନ ଓ ଜାତୀୟ ଅନୁସୂଚିତ ଜାତି କମିଶନ ଘଟଣାର ତନାଘନା କରୁଛନ୍ତି। ହେଲେ ଏତେ ଆଲୋଚନା ଓ ପର୍ଯ୍ୟାଲୋଚନା ପରେ ମଧ୍ୟ ଦୋଷୀ ଧରା ପଡ଼ିନାହାଁନ୍ତି। ତେଣୁ ସିବିଆଇ ତଦନ୍ତ ପାଇଁ ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡିତାଙ୍କ ଭାଇଙ୍କ ସମେତ ଅନ୍ୟ ଆବେଦନକାରୀ ଖାରବେଳ ସ୍ୱାଇଁ।

କୁନ୍ଦୁଲି ଘଟଣାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯିବ କି ନାହିଁ ସେ ନେଇ ଆସନ୍ତା ୩ ତାରିଖରେ ବିସ୍ତୃତ ଶୁଣାଣି କରିବେ ହାଇକୋର୍ଟ।

Related story