ନିରୀହ ପିଲାଙ୍କୁ ନିସ୍ତୁକ ମାଡ଼; ପ୍ରଧାନଶିକ୍ଷକ କହିଲେ- ଟିକେ ଜୋରରେ ବାଜିଗଲା

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦଣ୍ଡ ମୁକ୍ତ ଅଞ୍ଚଳରେ ଦିଆଗଲା ଅକଥନୀୟ ଦଣ୍ଡ। ନିରୀହ ପିଲାଙ୍କ ଉପରେ ହେଲା ନିସ୍ତୁକ ମାଡ଼। ପ୍ରଧାନଶିକ୍ଷକଙ୍କ ମାଡ଼ରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ଡରୁଛନ୍ତି। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୁବର୍ଣ୍ଣପୁର ପ୍ରାଥମିକ ବିଦ୍ୟାଳୟରେ ଘଟିଛ। ପ୍ରଧାନଶିକ୍ଷକ ରଞ୍ଜନ ବେହେରା ପିଲାଙ୍କୁ ମାଡ଼ ମରା ଅଭିଯୋଗକୁ ସ୍ୱୀକାର କରିଥିବା ବେଳେ ମାରୁ ମାରୁ ମାରିଦେଲେ ବୋଲି କହିଛନ୍ତି। ରଞ୍ଜନ ବେହେରା ଦୀର୍ଘ ଦିନ […]

students

students

Niharika Rout
  • Published: Thursday, 03 November 2022
  • Updated: 03 November 2022, 01:31 PM IST

Sports

Latest News

ମାଲକାନଗିରି (ଜିତେନ୍ଦ୍ର ବେଉରା): ଦଣ୍ଡ ମୁକ୍ତ ଅଞ୍ଚଳରେ ଦିଆଗଲା ଅକଥନୀୟ ଦଣ୍ଡ। ନିରୀହ ପିଲାଙ୍କ ଉପରେ ହେଲା ନିସ୍ତୁକ ମାଡ଼। ପ୍ରଧାନଶିକ୍ଷକଙ୍କ ମାଡ଼ରେ ଗୁରୁତର ଅସୁସ୍ଥ ହୋଇ ପଡ଼ିଥିବା ଛାତ୍ରଛାତ୍ରୀ ସ୍କୁଲ ଯିବାକୁ ଡରୁଛନ୍ତି। ଏପରି ଅଭାବନୀୟ ଘଟଣା ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ସୁବର୍ଣ୍ଣପୁର ପ୍ରାଥମିକ ବିଦ୍ୟାଳୟରେ ଘଟିଛ। ପ୍ରଧାନଶିକ୍ଷକ ରଞ୍ଜନ ବେହେରା ପିଲାଙ୍କୁ ମାଡ଼ ମରା ଅଭିଯୋଗକୁ ସ୍ୱୀକାର କରିଥିବା ବେଳେ ମାରୁ ମାରୁ ମାରିଦେଲେ ବୋଲି କହିଛନ୍ତି।

ରଞ୍ଜନ ବେହେରା ଦୀର୍ଘ ଦିନ ହେଲା ସୁବର୍ଣ୍ଣପୁର ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ତାଙ୍କ ନାମରେ ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଛି। କେତେବେଳେ ପିଲାଙ୍କୁ ନିର୍ଘାତ ପିଟିବା ଅଭିଯୋଗ ହେଉଥିବା ବେଳେ କେତେବେଳେ ମଧ୍ୟାହ୍ନ ଭୋଜନ ଚାଉଳ ନେଇଯିବା, ସମୟ ପୂର୍ବରୁ ସ୍କୁଲ ଛୁଟି କରିଦେବା ଭଳି ସାଂଘାତିକ ଅଭିଯୋଗ ତାଙ୍କ ନାମରେ ରହିଛି। ଏପରିକି ଅଭିଭାବକମାନେ ବହୁ ଥର ତାଙ୍କ ବଦଳି ପାଇଁ ଆନ୍ଦୋଳନ କରିଥିଲେ ବି ତାହା ସମ୍ଭବ ହୋଇପାରିନି।

[caption id="attachment_778706" align="aligncenter" width="650"]hm ଅଭିଯୁକ୍ତ ପ୍ରଧାନଶିକ୍ଷକ ।[/caption]

ଗତ ମଙ୍ଗଳବାର ପ୍ରଧାନଶିକ୍ଷକ ଚତୁର୍ଥ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଉଥିବା ବେଳେ ପାଠ ନ ଆସିବାରୁ ସେମାନଙ୍କୁ ବାଡ଼ିରେ ନିର୍ଧୂମ ପିଟିଥିଲେ। ପ୍ରଧାନଶିକ୍ଷକଙ୍କ ମାଡ଼ରେ ଉକ୍ତ ଶ୍ରେଣୀର ୭ ଜଣ ଛାତ୍ର ଗୁରୁତର ଭାବେ ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କ ମଧ୍ୟରୁ କିଏ ଠିକ୍‌ ଭାବେ ଚାଲି ପାରୁନି ତ କାହାକୁ ଜ୍ୱର ହୋଇଯାଇଛି। ଏଥିସହ କାହାର ମୁଣ୍ଡ ଫୁଲି ଯାଇଛି ତ କାହା ଶରୀରରେ କ୍ଷତ ଚିହ୍ନ ହୋଇଛି।

ପିଲାଙ୍କ ଏପରି ଅବସ୍ଥା ଦେଖି ଉତ୍ତ୍ୟକ୍ତ ଅଭିଭାବକ ସ୍କୁଲ ଗେଟ୍‌ରେ ତାଲା ପକାଇ ଆନ୍ଦୋଳନ କରିଥିଲେ। ଖବର ପାଇ ବିଇଓ ଘଟଣାସ୍ଥଳରେ ପହଞ୍ଚି ଉପଯୁକ୍ତ ତଦନ୍ତ କରାଯାଇ  ଅଭିଯୁକ୍ତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ।

ମାଡ଼ ମରା ଅଭିଯୋଗକୁ ପ୍ରଧାନଶିକ୍ଷକ ସ୍ୱୀକାର କରିବା ସହ ପିଲାମାନେ ମୋର ଶତ୍ରୁ ନୁହନ୍ତି ଯେ ସେମାନଙ୍କୁ ରାଗିକି ମାରିବି ବୋଲି କହିଥିଲେ। ଏଥିସହ ମାଡ଼ ମାରୁ ମାରୁ ଟିକେ ଜୋରରେ ବାଜିଗଲା ବୋଲି କହିଛନ୍ତି। ମାତ୍ର ସ୍କୁଲକୁ ଠିକ୍‌ ସମୟରେ ଆସୁ  ନ ଥିବା ଅଭିଯୋଗ ତଥା ଚାଉଳ ବିକା ଅଭିଯୋଗକୁ ଖଣ୍ଡନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story