ଲାଞ୍ଚ ନେଉଥିଲେ, ଧରାପଡିଗଲେ ପ୍ରଧାନଶିକ୍ଷକ

ଉମରକୋଟ(ଓଡ଼ିଶା ରିପୋର୍ଟର):୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହାଟଭରଣ୍ଡି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଧଳ। ସାର୍ଟିଫିକେଟ ସଂଶୋଧନ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ, ରାଇଘର ବ୍ଲକ ଦନିପାରା ଗାଁର ଇନ୍ଦୁଲିରାମ ଗଣ୍ଡଙ୍କ ଝିଅ ଦୁର୍ଗାବତୀ ଗଣ୍ଡଙ୍କ ଦଶମ ବୋର୍ଡ ସାର୍ଟିଫିକେଟରେ ନାଁ ଠିକ୍ ଥିବାବେଳେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରେ […]

vigilance

Tapaswini Nayak
  • Published: Saturday, 10 October 2020
  • , Updated: 10 October 2020, 10:12 AM IST

ଉମରକୋଟ(ଓଡ଼ିଶା ରିପୋର୍ଟର):୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ୍ ହାଟଭରଣ୍ଡି ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଧଳ। ସାର୍ଟିଫିକେଟ ସଂଶୋଧନ ପାଇଁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି।

ସୂଚନା ଅନୁସାରେ, ରାଇଘର ବ୍ଲକ ଦନିପାରା ଗାଁର ଇନ୍ଦୁଲିରାମ ଗଣ୍ଡଙ୍କ ଝିଅ ଦୁର୍ଗାବତୀ ଗଣ୍ଡଙ୍କ ଦଶମ ବୋର୍ଡ ସାର୍ଟିଫିକେଟରେ ନାଁ ଠିକ୍ ଥିବାବେଳେ ସ୍କୁଲ ଲିଭିଙ୍ଗ ସାର୍ଟିଫିକେଟରେ କିଛି ଭୁଲ୍ ଥିଲା। ଏହାକୁ ସଂଶୋଧନ କରିବା ପାଇଁ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ। କିନ୍ତୁ ଏଥିପାଇଁ ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ୨ ହଜାର ଟଙ୍କା ମାଗିଥିଲେ।

ପ୍ରଧାନଶିକ୍ଷକ ଟଙ୍କା ମାଗିବା ନେଇ ଇନ୍ଦୁଲିରାମ ଭିଜିଲାନ୍ସ କାର୍ଯ୍ୟାଳୟରେ ଜଣାଇଥିଲେ। ଭିଜିଲାନ୍ସ ପକ୍ଷରୁ ଏକ ୬ ଜଣିଆ ଟିମ୍ ଗତକାଲି ସ୍କୁଲ୍‌କୁ ଯାଇ ଯୋଜନା ମୁତାବକ ଛକି ରହିଥିଲେ। ଏହି ସମୟରେ ପୂର୍ଣ୍ଣଚନ୍ଦ୍ର ଇନ୍ଦୁଲିରାମଙ୍କ ନିକଟରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଥିଲେ। ଭିଜିଲାନ୍ସ ପକ୍ଷରୁ ପୂର୍ଣ୍ଣଚନ୍ଦ୍ରଙ୍କ ଅଫିସ ସହ ଘରର ସମସ୍ତ କାଗଜପତ୍ର ଯାଞ୍ଚ କରାଯିବା ସହ ତାଙ୍କୁ ଗିରଫ କରାଯାଇଥିଲା।

Related story