୧୦୦ ଟଙ୍କା ନ ଦେବାରୁ ପ୍ରଧାନଶିକ୍ଷୟିତ୍ରୀ ଦେଲେନି ସାର୍ଟିଫିକେଟ

ବାଲିଗୁଡ଼ା(ଅଜିତ୍ ନାୟକ): ୧୦୦ ଟଙ୍କା ନ ଦେଲେ ଛାତ୍ରଛାତ୍ରୀଙ୍କୁ ମିଳୁନି ୧୦ ଶ୍ରେଣୀ ପାସ୍ ସାର୍ଟିଫିକେଟ। ଫଳରେ ଛାତ୍ରଛାତ୍ରୀମାନେ ଯୁକ୍ତ ୨ରେ ନାମ ଲେଖାଇବାରେ ଅସୁବିଧା ଭୋଗୁଛନ୍ତି। ଖୋଦ୍ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମାଗୁଛନ୍ତି ଏହି ଟଙ୍କା। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ମା’ ଭୈରବୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଏଭଳି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଆଜି ସ୍ଥାନୀୟ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ଅଭିବାବକମାନେ […]

School

School

Niranjan Mishra
  • Published: Monday, 22 August 2022
  • Updated: 22 August 2022, 06:58 PM IST

Sports

Latest News

ବାଲିଗୁଡ଼ା(ଅଜିତ୍ ନାୟକ): ୧୦୦ ଟଙ୍କା ନ ଦେଲେ ଛାତ୍ରଛାତ୍ରୀଙ୍କୁ ମିଳୁନି ୧୦ ଶ୍ରେଣୀ ପାସ୍ ସାର୍ଟିଫିକେଟ। ଫଳରେ ଛାତ୍ରଛାତ୍ରୀମାନେ ଯୁକ୍ତ ୨ରେ ନାମ ଲେଖାଇବାରେ ଅସୁବିଧା ଭୋଗୁଛନ୍ତି। ଖୋଦ୍ ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମାଗୁଛନ୍ତି ଏହି ଟଙ୍କା। କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ଼ ମା’ ଭୈରବୀ ଉଚ୍ଚ ବିଦ୍ୟାଳୟରେ ପ୍ରଧାନଶିକ୍ଷୟିତ୍ରୀ ଛାତ୍ରଛାତ୍ରୀଙ୍କୁ ଏଭଳି ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ଏହା ବିରୋଧରେ ଆଜି ସ୍ଥାନୀୟ ସରପଞ୍ଚ, ବ୍ଲକ ଚେୟାରମ୍ୟାନ ଓ ଜିଲ୍ଲା ପରିଷଦ ସଭ୍ୟ ଏବଂ ଅଭିବାବକମାନେ ସ୍କୁଲ ଫାଟକରେ ତାଲା ପକାଇ ଧାରଣାରେ ବସିଛନ୍ତି। ପରେ ଶିକ୍ଷା ବିଭାଗ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ସାର୍ଟିଫିକେଟ ବଣ୍ଟନ କରିଛନ୍ତି ଅନ୍ୟ ଶିକ୍ଷକମାନେ। ମୁଣ୍ଡିଗଡ଼ର ୫୯ ଜାତୀୟ ରାଜପଥରେ ବସି ଶିକ୍ଷକମାନେ ସାର୍ଟିଫିକେଟ ବାଣ୍ଟିବା ଦୃଶ୍ୟ ସାଧାରଣରେ ଉଦ୍‌ବେଗର କାରଣ ହୋଇଛି।

ଛାତ୍ର ଇପ୍ରିୟମ ନାୟକ ଓ ଅନ୍ୟ ଛାତ୍ରମାନେ ଗଣମାଧ୍ୟମ ଆଗରେ କହିଛନ୍ତି, ସେମାନେ ଦଶମ ପାସ୍ କରିବା ପରେ ଯୁକ୍ତ ୨ରେ ନାମ ଲେଖାଇବା ନିମନ୍ତେ ସାର୍ଟିଫିକେଟ ପାଇଁ ସ୍କୁଲରେ ପହଞ୍ଚି ଥିଲେ। ହେଲେ ସାର୍ଟିଫିକେଟ ନେବାକୁ ହେଲେ ସମସ୍ତଙ୍କୁ ୧୦୦ ଟଙ୍କା ଦେବାକୁ ପଡ଼ିବ ବୋଲି ପ୍ରଧାନଶିକ୍ଷୟିତ୍ରୀ କହିଥିଲେ। ସେମାନେ ନିରାଶରେ ଫେରି ଆସି ଏ ସମ୍ପର୍କରେ ଘରେ ଜଣାଇଥିଲେ। ପରେ ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ସୂଚିତ କରାଯାଇଥିଲା। ଆଜି ସ୍କୁଲ ଫାଟରେ ତାଲା ପକାଇ ଆନ୍ଦୋଳନ କରାଯିବା ପରେ ସମସ୍ତଙ୍କୁ ସାର୍‌ମାନେ ପହଞ୍ଚି ସାର୍ଟିଫିକେଟ ଦେଇଛନ୍ତି।

ଏନେଇ ମୁଣ୍ଡିଗଡ଼ ସରପଞ୍ଚ ଜମିତା ପ୍ରଧାନ ଓ ତୁମୁଡିବନ୍ଧ ବ୍ଲକ ଚେୟାରମ୍ୟାନ ବାସନ୍ତୀ ମାଝୀ କହିଛନ୍ତି, ସରକାରୀ ସ୍କୁଲରେ ପାଠପଢ଼ା ମାଗଣା। ହେଲେ ଏଠାରେ ଆଦିବାସୀ ଓ ଗରିବ ଛାତ୍ରଛାତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ସାର୍ଟିଫିକେଟ ଦେବା ନିମନ୍ତେ ଟଙ୍କା ମାଗିବା ନିନ୍ଦନୀୟ। ଏହା ବିରୋଧରେ ପଦକ୍ଷେପ ନେବାକୁ ଦାବି କରି ଆଜି ସମସ୍ତେ ଧାରଣାରେ ବସିଛନ୍ତି।

ଏନେଇ ସାର୍ଟିଫିକେଟ ବାଣ୍ଟୁଥିବା ଶିକ୍ଷକ ବିଚିତ୍ର ଛାଟିଆ କହିଛନ୍ତି, ପ୍ରଧାନଶିକ୍ଷୟିତ୍ରୀଙ୍କ ସ୍ୱାମୀ ଏହି ସାର୍ଟିଫିକେଟ ଧରି ବୁଲୁଥିଲେ। ସେ ୫୬ଟି ସାର୍ଟିଫିକେଟ ଦେବା ପରେ ଏହାକୁ ସେମାନେ ବାଣ୍ଟିବାକୁ ଆସିଛନ୍ତି। ସାର୍ଟିଫିକେଟ ପାଇଁ ପ୍ରଧାନଶିକ୍ଷୟିତ୍ରୀ ଟଙ୍କା ମାଗିବା ବିଷୟରେ ସେମାନେ ଜାଣି ନାହାନ୍ତି।

ତେବେ ଏନେଇ ପ୍ରଧାନଶିକ୍ଷୟିତ୍ରୀଙ୍କ ପ୍ରତିକ୍ରିୟା ମିଳିପାରିନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos