ନିମାପଡ଼ାର ଆଦ୍ୟାଶାଙ୍କ ସହ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

କୋଣାର୍କ(ଓଡ଼ିଶା ରିପୋର୍ଟର): ରୋଗରେ ପଡ଼ିଥିବା ନିମାପଡା ଡେଣୁଆ ଗ୍ରାମର ସାଇ ଆଦ୍ୟାଶା ପ୍ରଧାନଙ୍କ ସହ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ। ଶନିବାର ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସିଧାପ୍ରସାରିତ ଏକ ଭିଡ଼ିଓ କନଫରେନ୍ସରେ ସେ ଆଦ୍ୟାଶାଙ୍କ ସହ କଥା ହୋଇଥିଲେ। ଇ-ସଂଜିବନି ବ୍ୟବସ୍ଥା ଜରିଆରେ ସଫଳ ଚିକିତ୍ସା ସୁବିଧା ନେବାକୁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅୟୁଷମାନ ଭାରତ ଯୋଜନା ପକ୍ଷରୁ […]

Mansukh-Mandaviya

  • Published: Saturday, 16 April 2022
  • , Updated: 16 April 2022, 10:30 PM IST

କୋଣାର୍କ(ଓଡ଼ିଶା ରିପୋର୍ଟର): ରୋଗରେ ପଡ଼ିଥିବା ନିମାପଡା ଡେଣୁଆ ଗ୍ରାମର ସାଇ ଆଦ୍ୟାଶା ପ୍ରଧାନଙ୍କ ସହ କଥା ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମାନସୁଖ ମାଣ୍ଡବ୍ୟ। ଶନିବାର ପୁରୀ ଜିଲ୍ଲା ଗୋପ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସିଧାପ୍ରସାରିତ ଏକ ଭିଡ଼ିଓ କନଫରେନ୍ସରେ ସେ ଆଦ୍ୟାଶାଙ୍କ ସହ କଥା ହୋଇଥିଲେ। ଇ-ସଂଜିବନି ବ୍ୟବସ୍ଥା ଜରିଆରେ ସଫଳ ଚିକିତ୍ସା ସୁବିଧା ନେବାକୁ ପରାମର୍ଶ ଦେଇଥିଲେ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ଅୟୁଷମାନ ଭାରତ ଯୋଜନା ପକ୍ଷରୁ ଚତୁର୍ଥ ବାର୍ଷିକ ଉତ୍ସବ ଅବସରରେ ସେ ଯୋଗଦେଇଥିଲେ।

ସ୍ୱାସ୍ଥ୍ୟ କର୍ମୀଙ୍କୁ ସେ କହିଥିଲେ, ରୋଗୀଙ୍କୁ  ଉତ୍ତମ ଚିକିତ୍ସା ଦିଅ। ସେବା ମନବୃତ୍ତି ନେଇ କାମ କର। ଇ-ସଞ୍ଜିବନି ବ୍ୟବସ୍ଥାରେ ଥିବା ସୁବିଧା ଯୋଗାଇ ଦିଅ।

ସାରା ଭାରତରେ ଆଠଟି ସ୍ଥାନରେ ଏକା ସମୟରେ ଏହି  ଭିଡ଼ିଓ କନଫରେନ୍ସ ହେଉଥିଲା। ଯାହା ମଧ୍ୟରେ ଗୋପ ରହିଥିଲା। ଏହି ଯୋଜନାରେ ଗ୍ରାମାଞ୍ଚଳର ରୋଗୀମାନେ କିଭଳି ଉନ୍ନତମାନର ଚିକିତ୍ସା ପାଇପାରିବେ ତାହା କେନ୍ଦ୍ରମନ୍ତ୍ରୀ ପରାମର୍ଶ ଦେଇଥିଲେ।

Related story