୨୭ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ କୋପ ବଢ଼ିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଆହୁରି ବଢ଼ିବ ଗ୍ରୀଷ୍ମର ପ୍ରକୋପ। ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗରମ ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି। ରାଜ୍ୟରେ ତାପମାତ୍ରା ଏବେ ୩୮ ଡିଗ୍ରୀ ସେଲ୍‌ସିଅସରୁ ୪୨ ଡିଗ୍ରୀ ରହୁଛି। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଖରାର ପ୍ରକୋପ ରହିବ। ୨୮ ତାରିଖ ପରେ କାଳ ବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା କମିବ। ଅନୁଗୁଳ, ଢେଙ୍କାନାଳ, ମୟୂରଭଂଜ, କୋରାପୁଟ, ରାୟଗଡ଼ା, ଗଜପତି, […]

heat wave in odisha

Rakesh Mallick
  • Published: Monday, 23 April 2018
  • , Updated: 23 April 2018, 10:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଗକୁ ଆହୁରି ବଢ଼ିବ ଗ୍ରୀଷ୍ମର ପ୍ରକୋପ। ଆଗାମୀ ୨୭ ତାରିଖ ପର୍ଯ୍ୟନ୍ତ ଅସହ୍ୟ ଗରମ ହେବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜଣାପଡ଼ିଛି।

ରାଜ୍ୟରେ ତାପମାତ୍ରା ଏବେ ୩୮ ଡିଗ୍ରୀ ସେଲ୍‌ସିଅସରୁ ୪୨ ଡିଗ୍ରୀ ରହୁଛି। ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ମଧ୍ୟ ଖରାର ପ୍ରକୋପ ରହିବ। ୨୮ ତାରିଖ ପରେ କାଳ ବୈଶାଖୀ ସମ୍ଭାବନା ଥିବାରୁ ତାପମାତ୍ରା କମିବ। ଅନୁଗୁଳ, ଢେଙ୍କାନାଳ, ମୟୂରଭଂଜ, କୋରାପୁଟ, ରାୟଗଡ଼ା, ଗଜପତି, କନ୍ଧମାଳ ଆଦି ଜିଲ୍ଲାରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଆସାମ ଆଖପାଖ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ଆନ୍ଧ୍ରପ୍ରଦେଶ-ଓଡ଼ିଶା ମଧ୍ୟରେ ଏକ ଟ୍ରାପ ଲାଇନ ସୃଷ୍ଟି ହୋଇଛି। କାଳବୈଶାଖୀ ଯୋଗୁଁ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ।

Related story