ନିଆଁ ବର୍ଷା ଜାରି: ଅଂଶୁଘାତ ନେଲାଣି ୭ ଜୀବନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା। ଅସ୍ତବ୍ୟସ୍ତ ଜନଜୀବନ। ଚଳିତ ବର୍ଷ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି। ତେବେ ରାଜ୍ୟରେ ମୋଟ ୪୨ ଜଣଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୩୫ ଜଣଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚାଲିଥିବା ସ୍ୱତନ୍ତ୍ର ରିଲିଫ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି। ପାଣିପାଗ ବିଭାଗର ପୂର୍ବାନୁମା ଅନୁଯାୟୀ, ରାଜ୍ୟରେ ଆହୁରି […]

heat wave in odisha

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 03:25 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅସହ୍ୟ ତାତିରେ ସିଝୁଛି ସାରା ଓଡିଶା। ଅସ୍ତବ୍ୟସ୍ତ ଜନଜୀବନ। ଚଳିତ ବର୍ଷ ରାଜ୍ୟରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ସ୍ୱତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ଏହି ସୂଚନା ମିଳିଛି। ତେବେ ରାଜ୍ୟରେ ମୋଟ ୪୨ ଜଣଙ୍କ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ୩୫ ଜଣଙ୍କ ମୃତ୍ୟୁକୁ ନେଇ ତଦନ୍ତ ଚାଲିଥିବା ସ୍ୱତନ୍ତ୍ର ରିଲିଫ କାର୍ଯ୍ୟାଳୟ ପକ୍ଷରୁ ସୂଚନା ରହିଛି।

ପାଣିପାଗ ବିଭାଗର ପୂର୍ବାନୁମା ଅନୁଯାୟୀ, ରାଜ୍ୟରେ ଆହୁରି ୫ ଦିନ ଯାଏ  ଗ୍ରୀଷ୍ମ ପ୍ରକୋପ ଜାରି ରହିବ। ଗତକାଲି ରାଜ୍ୟରେ ୧୦ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଅସହ୍ୟ ତାତି ସାଙ୍ଗକୁ ଘନ ଘନ ବିଜୁଳି ବିଭ୍ରାଟ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ସକାଳ ୯ଟା ପରଠୁ ଯେମିତି ଆକାଶରୁ ନିଆଁ ବର୍ଷୁଛି। ସ୍ଥିତି ଏମିତି ଯେ, ଦିନବେଳେ ଘରୁ ଗୋଡ଼ କାଢ଼ିବା ବି ମୁସ୍କିଲ୍ ହେଇପଡୁଛି। ଖାଁ ଖାଁ ରାସ୍ତାଘାଟ। ଖରାରୁ ଟିକେ ମୁକ୍ତି ପାଇବା ପାଇଁ ବିଭିନ୍ନ ଥଣ୍ଡା ପାନୀୟ ଦୋକାନରେ ଲୋକଙ୍କ ଭିଡ଼ ଜମୁଛି।

ସେପଟେ ଅନୁଗୋଳ ଏବଂ ତାଳଚେରରେ ମଧ୍ୟ ତାପମାତ୍ରା ୪୦ଡିଗ୍ରୀ ପରେ ରହୁଥିବାରୁ ଜନଜୀବନ ପୁରାପୁରି ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ ଖରାର ପ୍ରଭାବ ସୁନ୍ଦରଗଡ଼ ଜିଲ୍ଲା ବଣାଇରେ ମଧ୍ୟ ଦେଖିବାକୁ ମିଳିଛି।

Related story