କୁହୁଡ଼ି ଆବରଣରେ ଛାଇ ହୋଇଯିବ ୧୦ଟି ଜିଲ୍ଲା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହୁଡ଼ି ଆବରଣରେ ଛାଇ ହୋଇଯିବ ୧୦ଟି ଜିଲ୍ଲା। ପ୍ରବଳ କୁହୁଡ଼ି ନେଇ ୧୦ଟି ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ। ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼ ଓ ନୟାଗଡ ଜିଲ୍ଲାରେ ଅତ୍ୟଧିକ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏନେଇ  ନେଇ ସବୁ ଜିଲ୍ଲାପାଳମାନଙ୍କୁ SRC ସତର୍କସୂଚନା ଜାରି କରିଛନ୍ତି। ପୁଲିସ ଓ ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି। ଅତ୍ୟଧିକ କୁହୁଡ଼ି […]

fog

Tapas Behera
  • Published: Monday, 07 December 2020
  • , Updated: 07 December 2020, 07:21 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କୁହୁଡ଼ି ଆବରଣରେ ଛାଇ ହୋଇଯିବ ୧୦ଟି ଜିଲ୍ଲା। ପ୍ରବଳ କୁହୁଡ଼ି ନେଇ ୧୦ଟି ଜିଲ୍ଲାକୁ ସତର୍କ କରିଛି ପାଣିପାଗ ବିଭାଗ। ବିଶେଷ କରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼ ଓ ନୟାଗଡ ଜିଲ୍ଲାରେ ଅତ୍ୟଧିକ କୁହୁଡ଼ି ହେବାର ସମ୍ଭାବନା ରହିଛି। ଏନେଇ  ନେଇ ସବୁ ଜିଲ୍ଲାପାଳମାନଙ୍କୁ SRC ସତର୍କସୂଚନା ଜାରି କରିଛନ୍ତି। ପୁଲିସ ଓ ପରିବହନ ବିଭାଗ ଆବଶ୍ୟକ ପଦକ୍ଷେପ ନେବାକୁ ମଧ୍ୟ କୁହାଯାଇଛି। ଅତ୍ୟଧିକ କୁହୁଡ଼ି ଯୋଗୁ ଦୁର୍ଘଟଣା ହେବାର ଆଶଙ୍କା ଥିବାରୁ ଏନେଇ ସତର୍କ କରାଯାଇଛି।

Related story