ବର୍ଷା ହେବ, ଅଧାରୁ ଅଧିକ ଜିଲ୍ଲାକୁ ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସହ ପବନ ବହିବ। ଏପରିକି ବଜ୍ରପାତ ମଧ୍ୟ ମାରିବ। ଏଥିପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ରାତି ୮ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, ବଲାଙ୍ଗିର, ନୟାଗଡ଼, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି […]

Rain-in-Bhubaneswar8888

Manoranjan Sial
  • Published: Wednesday, 15 May 2019
  • , Updated: 15 May 2019, 07:18 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଅଧାରୁ ଅଧିକ ଜିଲ୍ଲାରେ ବର୍ଷା ସହ ପବନ ବହିବ। ଏପରିକି ବଜ୍ରପାତ ମଧ୍ୟ ମାରିବ। ଏଥିପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ ସୂଚନା ଜାରି କରିଛି। ରାତି ୮ଟା ୩୦ ଯାଏଁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଯାଜପୁର, ଅନୁଗୋଳ, ଦେବଗଡ଼, ଢେଙ୍କାନାଳ, ବଲାଙ୍ଗିର, ନୟାଗଡ଼, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର ଓ କୋରାପୁଟ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଏହି ସମୟରେ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ତେବେ ଆଜି ସନ୍ଧ୍ୟା ବେଳେ ଭୁବନେଶ୍ୱରରେ କିଛି ସ୍ଥାନରେ ବର୍ଷା ହେବା ସହିତ ପବନ ବହିଛି। ଫଳରେ ବାତ୍ୟା ‘ଫୋନି’  ଯୋଗୁ ବାସହରା ହୋଇଥିବା ବିପନ୍ନମାନେ ନାହିଁନଥିବା ଅସୁବିଧାରେ ପଡ଼ିଛନ୍ତି।

 

Related story