ଆଜି ରାତିରେ ପ୍ରବଳ ବର୍ଷିବ; ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଘଡଘଡ଼ି ମଧ୍ୟ ମାରିବ। ପବନ ବୋହିବା ସହିତ କୁଆ ପଥର ମାଡ଼ ହେବ। ଏଥିପାଇଁ ୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବଜ୍ରପାତ ହେବ। ପବନର ବେଗ ୫୦ରୁ ୬୦ ରହିବ। ଏହି ସମୟ ଭିତରେ […]

Rain

Rakesh Mallick
  • Published: Friday, 18 May 2018
  • , Updated: 18 May 2018, 07:57 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବ। ଘଡଘଡ଼ି ମଧ୍ୟ ମାରିବ। ପବନ ବୋହିବା ସହିତ କୁଆ ପଥର ମାଡ଼ ହେବ। ଏଥିପାଇଁ ୩ ଜିଲ୍ଲାକୁ ସତର୍କ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।

କାଳବୈଶାଖୀ ପ୍ରଭାବରେ ଆଜି ରାତିରେ ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ବଜ୍ରପାତ ହେବ। ପବନର ବେଗ ୫୦ରୁ ୬୦ ରହିବ। ଏହି ସମୟ ଭିତରେ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

ଅନ୍ୟପକ୍ଷରେ ପୂର୍ବ ନିର୍ଦ୍ଧାରିତ ସମୟ ଅର୍ଥାତ୍ ମେ’ ୨୯ରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଏହି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ସେଥିରେ ୩ରୁ ୪ ଦିନ ଏପଟ ସେପଟ ହୋଇପାରେ। ସେପଟେ କେରଳ ଛୁଇଁବାର ୧୦ ଦିନ ଭିତରେ ମୌସୁମୀ ବାୟୁ ଓଡ଼ିଶାରେ ପହଞ୍ଚିବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅନୁମାନ କରିଛି।

Related story