ଆଜି ଏସବୁ ଜିଲ୍ଲାରେ ହୋଇପାରେ ବଡ଼ ଧରଣର ଝଡ଼ ତୋଫାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା, ପବନ ଓ ବଜ୍ରପାତ ହେବ। ସେଥିପାଇଁ ୭ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ରାତି ସାଢେ ୯ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ କୁହାଯାଇଛି। କାଳବୈଶାଖୀ ପ୍ରଭାବରେ ଆଜି କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ,ଯାଜପୁର, ଢେଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା […]

jhada

Rakesh Mallick
  • Published: Friday, 04 May 2018
  • , Updated: 04 May 2018, 05:48 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା, ପବନ ଓ ବଜ୍ରପାତ ହେବ। ସେଥିପାଇଁ ୭ ଜିଲ୍ଲାକୁ ସତର୍କ ରହିବାକୁ ସୂଚନା ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ। ରାତି ସାଢେ ୯ଟା ଯାଏ ସତର୍କ ରହିବାକୁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ କୁହାଯାଇଛି।

କାଳବୈଶାଖୀ ପ୍ରଭାବରେ ଆଜି କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ,ଯାଜପୁର, ଢେଙ୍କାନାଳ ଏବଂ ଅନୁଗୋଳ ଜିଲ୍ଲାରେ ପ୍ରବଳ ବର୍ଷା ହେବ। ଘଡ଼ଘଡ଼ି ମାରିବ। ସହ  ପବନର ବେଗ ୫୦ରୁ ୬୦କି.ମି. ରହିବ  ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।

 

 

Related story