ଅପରାହ୍ନ ୨ଟା ଭିତରେ ହୋଇପାରେ କାଳବୈଶାଖୀ, ୫ଟି ଜିଲ୍ଲାକୁ ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ୨ଟା ଭିତରେ କାଳବୈଶାଖୀ ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ୫ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ଗଞ୍ଜାମ, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱର। ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। କାଳବୈଶାଖୀର ପ୍ରଭାବରେ ଉପକୂଳ […]

weather

Rakesh Mallick
  • Published: Monday, 30 April 2018
  • , Updated: 30 April 2018, 11:32 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କାଳବୈଶାଖୀ ନେଇ  ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅପରାହ୍ନ ୨ଟା ଭିତରେ କାଳବୈଶାଖୀ ହେବାର ଆଶଙ୍କା କରାଯାଉଛି। ଏଥିପାଇଁ ୫ଟି ଜିଲ୍ଲାକୁ ସତର୍କ କରାଯାଇଛି। ଏହି ଜିଲ୍ଲା ଗୁଡ଼ିକ ହେଉଛି ଗଞ୍ଜାମ, କନ୍ଧମାଳ, ନୟାଗଡ଼, ମୟୂରଭଞ୍ଜ ଓ ବାଲେଶ୍ୱର। ଏହି ସମୟରେ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।

କାଳବୈଶାଖୀର ପ୍ରଭାବରେ ଉପକୂଳ ଓଡ଼ିଶାରେ ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଛି। ତଥାପି ଗତକାଲି ଟିଟିଲାଗଡ଼, ମାଲକାନଗିରି ଓ ସୋନପୁରରେ ତାପମାତ୍ରା ୪୦ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆସନ୍ତା ମେ’ ୪ ତାରିଖ ଯାଏଁ ତାତିରେ ସାମାନ୍ୟ ହ୍ରାସ ହେବ।  ୫ରୁ ପୁଣି ତାପମାତ୍ରା ବୃଦ୍ଧି ପାଇବ।

Related story