- Videos
- Odisha
- ଘନୀଭୂତ ହେଉଛି ଲଘୁଚାପ:୧୫ ଓ ୧୬ରେ ଉପକୂଳ ଓଡ଼ିଶାରେ ବର୍ଷିବ
ଘନୀଭୂତ ହେଉଛି ଲଘୁଚାପ:୧୫ ଓ ୧୬ରେ ଉପକୂଳ ଓଡ଼ିଶାରେ ବର୍ଷିବ
- Published: Tuesday, 14 November 2017
- , Updated: 14 November 2017, 10:13 AM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଲୋ-ପ୍ରେସରରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ, ଉପକୂଳ ଓ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ୪୫ ରୁ ୫୫ କିଲୋମିଟର ବେଗରେ ପବନ ବହିବା ନେଇ ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ।</p>
<p>ପାଣିପାଗ ବିଭାଗ ଅନୁସାରେ ଗଞ୍ଜାମ, ଖୋର୍ଦ୍ଧା, କଟକ, ପୁରୀ, ନୟାଗଡ, ଗଜପତି, ରାୟଗଡା ଏବଂ କନ୍ଧମାଳ ଜିଲ୍ଲାରେ ବର୍ଷାର ପ୍ରଭାବ ଅଧିକ ରହିବ।</p>
<p>ସାମ୍ଭାବ୍ୟ ବର୍ଷାକୁ ଦେଖି ସତର୍କତା ଡାକ ବାଜି ଯନ୍ତ୍ରରେ ଚାଷୀଙ୍କୁ ଆଲର୍ଟ କରାଯାଉଛି। ଲଘୁଚାପ ବର୍ଷାରୁ ଧାନ ଫସଲକୁ ରକ୍ଷା କରିବାକୁ କୃଷି ବିଭାଗ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ଖୋର୍ଦ୍ଧା ବାଣପୁର ଓ ବୋଲଗଡରେ ଆଜି ଏଭଳି ଢଙ୍ଗରେ ଚାଷୀଙ୍କୁ ସଚେତନ କରିଛି କୃଷି ବିଭାଗ। ସେହିପରି ଆକାଶରେ ମେଘ ଦେଖି ଚାଷୀ ବି ତତ୍ପର। ଅଦିନିଆ ବର୍ଷାରୁ ବର୍ଷ ଯାକର ପରିଶ୍ରମକୁ ସୁରକ୍ଷା ଦେବାକୁ ତର ତର ହୋଇ ଧାନ କାଟିବାରେ ଲାଗିଛନ୍ତି।</p>