ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବ; ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ। ଘଡଘଡ଼ି ମଧ୍ୟ ମାରିବାର ସମ୍ଭାବନା ରହିଛି। ପ୍ରବଳ ବେଗରେ ପବନ ବୋହିବ। ଏହି ସମୟରେ ଘରୁ ନବାହାରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ବେଗରେ ବର୍ଷା ହେବ। ମଝିରେ ମଝିରେ ବଜ୍ରପାତ ହେବ। ୫୦ରୁ ୬୦ କିମି ବେଗରେ ପବନ ପ୍ରବାହିତ ହେବ। ଏହି ସମୟରେ ବାହାରକୁ ନବାହାରି […]

heavy-rains

Rakesh Mallick
  • Published: Saturday, 14 April 2018
  • , Updated: 14 April 2018, 03:35 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କାଳବୈଶାଖୀ ପ୍ରଭାବରେ ଆଜି ପ୍ରବଳ ବର୍ଷା ହେବ। ଘଡଘଡ଼ି ମଧ୍ୟ ମାରିବାର ସମ୍ଭାବନା ରହିଛି। ପ୍ରବଳ ବେଗରେ ପବନ ବୋହିବ। ଏହି ସମୟରେ ଘରୁ ନବାହାରିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି।

ଖୋର୍ଦ୍ଧା, କଟକ, ଢେଙ୍କାନାଳ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ବେଗରେ ବର୍ଷା ହେବ। ମଝିରେ ମଝିରେ ବଜ୍ରପାତ ହେବ। ୫୦ରୁ ୬୦ କିମି ବେଗରେ ପବନ ପ୍ରବାହିତ ହେବ। ଏହି ସମୟରେ ବାହାରକୁ ନବାହାରି ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଆଜି ମଧ୍ୟାହ୍ନରେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସିଥିଲା। ପରେ ହାଲ୍‌କା ହାଲ୍‌କା ପବନ ବୋହିବା ସହିତ ଭୁବନେଶ୍ୱର ଓ ଆଖପାଖ ଅଞ୍ଚଳରେ ବର୍ଷା ହୋଇଥିଲା। ଏହି ସମୟରେ ଘଡ଼ଘଡ଼ ମଧ୍ୟ ମାରିଥିଲା।

Related story