ଏହି ୩ଟି ଜିଲ୍ଲାରେ ଆଜି ପ୍ରବଳ ବର୍ଷିବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଏବେ ଅସହ୍ୟ ଶୀତ ପରେ ବର୍ଷାକୁ ନେଇ ଚିନ୍ତା। ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ମାରିପାରେ। ସେହିପରି ଦେବଗଡ,ସୋନପୁର,ଭଦ୍ରକ,ବୌଦ୍ଧ,ଅନୁଗୁଳ,ସୁନ୍ଦରଗଡ଼,ଝାରସୁଗୁଡା ଜିଲ୍ଲାରେ ଆଜି ବର୍ଷା ସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଆସନ୍ତା ୨ […]

h.rain

Niharika Rout
  • Published: Thursday, 02 January 2020
  • , Updated: 02 January 2020, 10:56 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଏବେ ଅସହ୍ୟ ଶୀତ ପରେ ବର୍ଷାକୁ ନେଇ ଚିନ୍ତା। ରାଜ୍ୟରେ କିଛି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଜି କେନ୍ଦୁଝର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ସ୍ଥାନରେ ଘଡ଼ଘଡ଼ି ମଧ୍ୟ ମାରିପାରେ।

ସେହିପରି ଦେବଗଡ,ସୋନପୁର,ଭଦ୍ରକ,ବୌଦ୍ଧ,ଅନୁଗୁଳ,ସୁନ୍ଦରଗଡ଼,ଝାରସୁଗୁଡା ଜିଲ୍ଲାରେ ଆଜି ବର୍ଷା ସହ ଘଡ଼ଘଡ଼ି ମଧ୍ୟ ମାରିପାରେ। ଆସନ୍ତା ୨ ଦିନ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି।

ଗତ ୨୪ ଘଣ୍ଟାରେ କୋରାପୁଟରେ ୩.୨ ମି.ମି., ପାରାଦୀପରେ ୧.୯ ମି.ମି., ପୁରୀରେ ୧.୫ ମି.ମି. , ଚାନ୍ଦବାଲିରେ ୪.୮ ମି.ମି. ଓ ଗାପଳପୁରରେ ୦.୬ ମିମି ବର୍ଷା ରେକର୍ଡ କରାଯାଇଛି। ବର୍ଷା ଛାଡ଼ିଗଲା ପରେ ପୁଣି ୫ ତାରିଖରୁ ଶୀତର ପ୍ରକୋପ ଦେଖିବାକୁ ମିଳିବ।

Related story