ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପୂର୍ବ ନିଷ୍ପତ୍ତି ମୁତାବକ ନୂଆ ବର୍ଷ ଅର୍ଥାତ ଆସନ୍ତାକାଲିଠାରୁ ବାଇକ୍ ପଛରେ ବସୁଥିବା ଯାତ୍ରୀ ବି ପିନ୍ଧିବେ ହେଲମେଟ୍ । ଉଭୟ ଚାଳକ ଏବଂ ଯାତ୍ରୀ ହେଲମେଟ୍ ପିନ୍ଧିବାକୁ ବାଧ୍ୟ। ଏହାକୁ ଜଗିବା ପାଇଁ ଆସନ୍ତାକାଲିଠାରୁ କଡ଼ାକଡ଼ି ଚେକିଂ ହେବ । ହେଲମେଟ୍ ନପିନ୍ଧିଲେ ଗାଡିର ସମସ୍ତ କାଗଜପତ୍ର ଯାଂଚ ହେବ ବୋଲି ସ୍ପଷ୍ଟ କରିଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ମନ୍ତ୍ରୀ କହିଛନ୍ତି, ବାଇକ୍ରେ ଅଧିକ ଦୁର୍ଘଟଣା ଘଟୁଛି ।
ରୋଡ୍ ସେଫଟି କମିଟି ଚେୟାରମ୍ୟାନ ରାଜ୍ୟକୁ ଦୁର୍ଘଟଣା ପାଇଁ ତାଗିଦ କରିଛନ୍ତି। ତେଣୁ ୨୦୨୧ରେ ଦୁର୍ଘଟଣା କମାଇବା ପାଇଁ ଗୁରୁତ୍ୱ ଦିଆଯିବ । ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ସ୍ଥାନରେ ଆଜିଠୁ ହେଲମେଟ୍ ଚେକିଂକୁ ଜୋରଦାର କରାଯାଇଛି। ସେପଟେ ଦେଶର ରାଜପଥଗୁଡ଼ିକରେ ଥିବା ଟୋଲ୍ପ୍ଲାଜାରେ ଗାଡ଼ି ଗୁଡ଼ିକ ପାଇଁ ଉଦ୍ଦିଷ୍ଟ ଫାଶଟ୍ୟାଗ୍ ନିଷ୍ପତ୍ତିରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତିା ଜାନୁୟାରୀ ୧ ବଦଳରେ ଫେବୃୟାରୀ ୧୫ ତାରିଖରୁ ଫାଶଟ୍ୟାଗ୍କୁ ବାଧ୍ୟତାମୂଳକ ବୋଲି କହିଛନ୍ତି କେନ୍ଦ୍ର ସରକାରା।