ହେଲମେଟ୍ ନ ପିନ୍ଧିଲେ ମିଳିବନି ପେଟ୍ରୋଲ୍: କଟକ ଡିସିପି

କଟକ: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବା ହେଲମେଟ୍ ନ ପିନ୍ଧିଲେ ଏଣିକି ପେଟ୍ରୋଲ ପମ୍ପରେ ଆଉ ପେଟ୍ରୋଲ ମିଳିବନି। ଯେଉଁ ଗାଡି ଚାଳକମାନେ ହେଲମେଟ୍ ପିନ୍ଧି ନ ଥିବେ ସେମାନଙ୍କୁ ପେଟ୍ରୋଲ ଦିଆ ଯିବନାହିଁ। ସେହିଭଳି ହେଲମେଟ୍ ଚେକିଂ ସମୟରେ ଧରା ପଡିଲେ ଫାଇନ ପରିବର୍ତ୍ତେ ନୂଆ ହେଲମେଟ୍ କିଣିବାକୁ ପଡିବ। ଟ୍ରାଫିକ ପୋଲିସ ପକ୍ଷରୁ ୫୦୦ ଟଙ୍କାରେ ହେଲମେଟ୍ ଯୋଗାଇ ଦିଆଯିବ ବୋଲି କଟକ ଡିସିପି କହିଛନ୍ତି। କେବଳ ଏତିକି ନୁହେଁ ବିଭିନ୍ନ ଗାଡି […]

sanjeeb-arrora-dcp-cuttack

Rakesh Mallick
  • Published: Sunday, 06 December 2015
  • , Updated: 06 December 2015, 11:27 AM IST

କଟକ: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବା ହେଲମେଟ୍ ନ ପିନ୍ଧିଲେ ଏଣିକି ପେଟ୍ରୋଲ ପମ୍ପରେ ଆଉ ପେଟ୍ରୋଲ ମିଳିବନି। ଯେଉଁ ଗାଡି ଚାଳକମାନେ ହେଲମେଟ୍ ପିନ୍ଧି ନ ଥିବେ ସେମାନଙ୍କୁ ପେଟ୍ରୋଲ ଦିଆ ଯିବନାହିଁ। ସେହିଭଳି ହେଲମେଟ୍ ଚେକିଂ ସମୟରେ ଧରା ପଡିଲେ ଫାଇନ ପରିବର୍ତ୍ତେ ନୂଆ ହେଲମେଟ୍ କିଣିବାକୁ ପଡିବ। ଟ୍ରାଫିକ ପୋଲିସ ପକ୍ଷରୁ ୫୦୦ ଟଙ୍କାରେ ହେଲମେଟ୍ ଯୋଗାଇ ଦିଆଯିବ ବୋଲି କଟକ ଡିସିପି କହିଛନ୍ତି।

କେବଳ ଏତିକି ନୁହେଁ ବିଭିନ୍ନ ଗାଡି ଶୋ ରୁମରୁ ଗ୍ରାହକ ଗାଡି କିଣିବା ସମୟରେ ଶୋ ରୁମଗୁଡିକରେ ହେଲମେଟ୍ ବାଧ୍ୟତାମୂଳକ ଭାବେ ବିକ୍ରି କରାଯିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯିବ। କଟକ ଟ୍ରାଫିକ ପରିଚାଳନା କମିଟି ଦ୍ୱାରା ଏହିଭଳି ନିଷ୍ପତ୍ତି ହୋଇଛି। ଏହାସହ ସେଲିବ୍ରିଟିମାନଙ୍କୁ ମଧ୍ୟ ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମରେ ସାମିଲ କରାଯିବ ବୋଲି କଟକ ଡିସିପି ସଞ୍ଜୀବ ଆରୋରା ସୂଚନା ଦେଇଛନ୍ତି। ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଇବା ଉଦ୍ଦେଶ୍ୟରେ ଏହିଭଳି ନିଷ୍ପତ୍ତି ହୋଇଥିବା ସେ କହିଛନ୍ତି।

Related story