‘ଇଜ୍ଜତ ନେବାର ଅଛି ତ ରାସ୍ତା ଉପରେ ନିଅ, ଲୁଚି ଛପି ବଞ୍ଚିପାରିବିନି’

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ‘ଇଜ୍ଜତ ନେବାର ଅଛି, ରାସ୍ତା ଉପରେ ନିଅ । ମରି ମରି ଲୁଚି ଛପି ବଞ୍ଚିପାରିବିନି। ପୁଲିସ୍‌ କିଛି ଶୁଣୁନି। ଯାହା ନାଁରେ ଅଭିଯୋଗ କରୁଛି, ପୁଲିସ୍‌ ତା’ ସହ ସଲାସୁତରା କରୁଛି। ମୁଁ ମୋ ଛୁଆକୁ ଧରି କିପରି ବଞ୍ଚିବି?’ ନ୍ୟାୟ ପାଇଁ ପୁଲିସ୍‌ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଏପରି ଆର୍ତ୍ତ ଚିତ୍କାର କରୁଥିଲେ ଜଣେ ନିଃସହାୟ […]

police

police

Niharika Rout
  • Published: Wednesday, 09 February 2022
  • Updated: 09 February 2022, 01:35 PM IST

Sports

Latest News

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ‘ଇଜ୍ଜତ ନେବାର ଅଛି, ରାସ୍ତା ଉପରେ ନିଅ । ମରି ମରି ଲୁଚି ଛପି ବଞ୍ଚିପାରିବିନି। ପୁଲିସ୍‌ କିଛି ଶୁଣୁନି। ଯାହା ନାଁରେ ଅଭିଯୋଗ କରୁଛି, ପୁଲିସ୍‌ ତା’ ସହ ସଲାସୁତରା କରୁଛି। ମୁଁ ମୋ ଛୁଆକୁ ଧରି କିପରି ବଞ୍ଚିବି?’ ନ୍ୟାୟ ପାଇଁ ପୁଲିସ୍‌ ପାଖକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ଆଜି ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଏପରି ଆର୍ତ୍ତ ଚିତ୍କାର କରୁଥିଲେ ଜଣେ ନିଃସହାୟ ମହିଳା।

ମହିଳା ଜଣଙ୍କ ଘର ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅନ୍ତର୍ଗତ କୋଇଲିପଙ୍ଗି ଗାଁରେ ବୋଲି ଜଣାପଡ଼ିଛି। ମହିଳାଜଣକ ନିଜ ୧୦ ବର୍ଷର ଝିଅକୁ ଧରି ରହୁଥିବା ବେଳେ ପଡୋଶୀ ଦୁର୍ବ୍ୟବହାର ପ୍ରଦର୍ଶନ ସହ ଲୋଲୁପ ଦୃଷ୍ଟି ପକାଉଥିବା ପରି ସାଂଘାତିକ ଅଭିଯୋଗ କରିଛନ୍ତି।

ଏନେଇ ମହିଳା ଜଣକ କହିଛନ୍ତି, ଶାଶୁ ଘର ମାରପିଟ କରିବା ପରେ ୬-୭ ବର୍ଷ ହେବ ଶାଶୁ ଘର ଛାଡ଼ି ରହିଛି। ବାସନ ମାଜି ଚଳୁଛି। ତମ୍ବୁ ଟାଣି ଝିଅକୁ ଧରି ରହୁଛି। ହେଲେ ପଡ଼ୋଶୀ ଅମୁଲି ରାଉତ ମୋ ଉପରେ ଓ ମୋ ଝିଅ ଉପରେ ଲୋଲୁପ ଦୃଷ୍ଟି ପକାଉଛି। ଏନେଇ ଭାପୁର ଫାଣ୍ଡିରେ ବି ଅଭିଯୋଗ କରିଛି। ହେଲେ ଫାଣ୍ଡିବାଲା ତାଠୁ ଟଙ୍କା ଖାଇ ମାମଲା ରଫାଦଫା କରିଦେଲେ। ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାରୁ ଅମୁଲି ରାଉତର ଅତ୍ୟାଚାର ବଢ଼ିବାରେ ଲାଗିଛି। ଆମ ମା’ ଝିଅଙ୍କ ବଞ୍ଚିବା ଅସମ୍ଭବ ହୋଇ ପଡ଼ିଲାଣି। ତେଣୁ ପୁଲିସ୍‌ ଗୁହାରି ଶୁଣୁ  ନ ଥିବାରୁ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ମୋ’ର କିଛି ହୋଇଗଲେ ମୋ’ ଛୁଆ ବି ପୋଡ଼ି ହୋଇ ମରିଯିବ।

ଏପରି କହି ପୀଡ଼ିତା ଜଣକ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିବା ବେଳେ ଖବର ପାଇ ଟାଉନ ପୁଲିସ୍‌ ପହଞ୍ଚିଥିଲା। ହେଲେ ମହିଳାଙ୍କୁ କାବୁ କରିବା ସମୟରେ ପ୍ରବଳ ହଙ୍ଗାମା ହୋଇଥିବା ବେଳେ ପୁଲିସ୍‌କୁ ନାକେଦମ୍ ହେବାକୁ ପଡ଼ିଥିଲା। ମହିଳାଜଣଙ୍କ ଏବେ ପୁଲିସ ହେପାଜତରେ ଅଛନ୍ତି।

ଏହି ଘଟଣା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଭାପୁର ଫାଣ୍ଡି ଅଧିକାରୀଙ୍କୁ ଡକାଯାଇଥିବା ବେଳେ ସେ ଗଣମାଧ୍ୟମକୁ କୌଣସି ମତାମତ ଦେବାକୁ ମନା କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story