କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ଅତ୍ୟାବଶ୍ୟକ ସେବା ପାଇଁ ହେଲ୍‌ପ ଲାଇନ୍‌ ନମ୍ୱର  

ରାଉରକେଲା(ପବନ ତିୱାରୀ): ରାଉରକେଲା ସହରରେ ୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ‘ନାଲା ରୋଡ୍’ ତଥା ସଂଲଗ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି। ଏପରିକି ଏହି ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି। ତେବେ ଏହି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୩୫୦୦ରୁ ଅଧିକ ପରିବାର ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ରାଉରକେଲା ମହାନଗର ନିଗମ ହେଲ୍‌ପଲାଇନ୍‌ ନମ୍ୱର କରିଛି। ଗତକାଲି ‘କରୋନା’ ଆକ୍ରାନ୍ତ ଅଞ୍ଚଳକୁ ସାନିଟାଇଜ୍‌ […]

rkl

rkl

Manoranjan Sial
  • Published: Monday, 27 April 2020
  • Updated: 27 April 2020, 10:57 PM IST

Sports

Latest News

ରାଉରକେଲା(ପବନ ତିୱାରୀ): ରାଉରକେଲା ସହରରେ ୩ ‘କରୋନା’ ଆକ୍ରାନ୍ତ ଚିହ୍ନଟ ପରେ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ‘ନାଲା ରୋଡ୍’ ତଥା ସଂଲଗ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି। ଏପରିକି ଏହି ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଛି। ତେବେ ଏହି ଅଞ୍ଚଳରେ ବସବାସ କରୁଥିବା ପ୍ରାୟ ୩୫୦୦ରୁ ଅଧିକ ପରିବାର ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ରାଉରକେଲା ମହାନଗର ନିଗମ ହେଲ୍‌ପଲାଇନ୍‌ ନମ୍ୱର କରିଛି।

ଗତକାଲି ‘କରୋନା’ ଆକ୍ରାନ୍ତ ଅଞ୍ଚଳକୁ ସାନିଟାଇଜ୍‌ କରାଯାଇଛି। ଆଜି ମଧ୍ୟ କରାଯାଉଛି। ଠିକ୍‌ ସେହିପରି ସ୍ୱାସ୍ଥ୍ୟ କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ କରୁଛନ୍ତି। ଏହାଛଡ଼ା ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଇବା ପାଇଁ ୧୪ଟି ଟିମ ଗଠନ କରାଯାଇଛି। ଏହି କାର୍ଯ୍ୟକୁ ଅଧିକ ପ୍ରଭାବୀ କରିବା ଲାଗି ଆର୍‌ଏମ୍‌ସି କମିଶନର ଦିବ୍ୟଜ୍ୟୋତି ପରିଡ଼ା ଆଜି ଦିନସାରା ସଂପୃକ୍ତ ଅଞ୍ଚଳ ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରୁଛନ୍ତି।

କଣ୍ଟେନମେଣ୍ଟ ଅଞ୍ଚଳରେ ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ବ୍ୟତୀତ ଅନ୍ୟ କିଛି ସମସ୍ୟା ସଂପର୍କରେ ତଦାରଖ କରିବା ଲାଗି ରାଉରକେଲା ଅତିରିକ୍ତ ତହସିଲଦାର ଅଭିଜିତ ମହନ୍ତ (ଫୋନ୍ ନଂ - 8763343484) ଙ୍କୁ ଦାୟିତ୍ୱ ଦିଆଯାଇଛି। ତାଙ୍କୁ ସହଯୋଗ କରିବା ଲାଗି ଦୁଇ ଜଣ ଓଏସଡିଙ୍କୁ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ଲକ୍ଷ୍ମଣ କୁମାର ମୁର୍ମୁ ( ଫୋନ ନଂ - 9668687292) ଓ ସାରଙ୍ଗ ଶୋଭନ ପଟେଲ (ଫୋନ ନଂ - 8895790937)। ଏମାନେ ବିଶେଷ କରି ଔଷଧପତ୍ର ଓ ସ୍ୱାସ୍ଥ୍ୟଗତ ସମସ୍ୟା ସଂପର୍କରେ ତଦାରଖ କରିବେ। ତେବେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ମୁଖ୍ୟ ତଦାରଖ ଦାୟିତ୍ୱ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡର ଜେନେରାଲ ମ୍ୟାନେଜର (ଅପରେସନ୍ସ) ସଂଜୟ କୁମାର ନନ୍ଦ (ଫୋନ ନଂ - 9437092721) ଓ ରାଉରକେଲା ଅତିରିକ୍ତ ଯୋଗାଣ ଅଧିକାରୀ (ଫୋନ ନଂ – 9078064354)ଙ୍କୁ ଦିଆଯାଇଛି। ସେହିପରି କଣ୍ଟେନମେଣ୍ଟ ଜୋନର ବିଭିନ୍ନ ସମସ୍ୟା ସଂପର୍କରେ ସୂଚନା ଦେବା ଲାଗି ଏକ ସ୍ୱତନ୍ତ୍ର ହେଲ୍‌ପ ଲାଇନ୍‌ ଖୋଲାଯାଇଛି। ହେଲ୍‌ପ ଲାଇନ ନମ୍ବର ହେଲା 9439999942 ଓ 9777578758।

କଣ୍ଟେନମେଣ୍ଟ ଜୋନର ଜନସାଧାରଣ ବିଶେଷ ଅସୁବିଧା ହେଲେ ଏହି କଣ୍ଟ୍ରୋଲ୍‌ ରୁମ୍‌କୁ ଫୋନ କରିବା ଲାଗି ପରାମର୍ଶ ଦିଆଯାଇଛି। କିନ୍ତୁ ଅଯଥାରେ କଣ୍ଟ୍ରୋଲ୍‌ ରୁମକୁ ଫୋନ କରି ହଇରାଣ ନକରିବା ଲାଗି ଲୋକଙ୍କୁ ଅନୁରୋଧ କରିଛନ୍ତି କମିଶନର ଦିବ୍ୟଜ୍ୟୋତି ପରିଡ଼ା।

ସେପଟେ ଆରଏମ୍‌ସି ଅଧୀନରେ ଥିବା ସେକ୍ଟର – ୧୮ ଅଞ୍ଚଳରେ ମାଛ, ମାଂସ, ଇତ୍ୟାଦି ଦୋକାନ ବନ୍ଦ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ତେବେ ଏହା ପଛରେ କଣ ଉଦ୍ଦେଶ୍ୟ ରହିଛି, ତାହା ଜଣାପଡ଼ିନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story