ହାଇସ୍କୁଲରେ କେବେ ନିଯୁକ୍ତ ହେବେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ?

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ଶୋଭାଯାତ୍ରା। ବେକାରୀ ଶିକ୍ଷକ ସଂଘ ପକ୍ଷରୁ ତରଫରୁ ଏହି ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ବେକାରୀ ଯୁବକ ଏବଂ ଯୁବତୀମାନେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଆଜି ଭୁବନେଶ୍ୱର ଷ୍ଟେସନ୍‌ ଶତାଧିକ ବେକାରୀ ଯୁବକ ଓ ଯୁବତୀ ଏକତ୍ର ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ବିଧାନସଭା […]

teacher

teacher

Manoranjan Sial
  • Published: Monday, 17 February 2020
  • Updated: 17 February 2020, 05:09 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ବିଶାଳ ଶୋଭାଯାତ୍ରା। ବେକାରୀ ଶିକ୍ଷକ ସଂଘ ପକ୍ଷରୁ ତରଫରୁ ଏହି ବିକ୍ଷୋଭ ଶୋଭାଯାତ୍ରା କରାଯାଇଥିଲା। ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ନିଯୁକ୍ତି ଦାବିରେ ବେକାରୀ ଯୁବକ ଏବଂ ଯୁବତୀମାନେ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଆଜି ଭୁବନେଶ୍ୱର ଷ୍ଟେସନ୍‌ ଶତାଧିକ ବେକାରୀ ଯୁବକ ଓ ଯୁବତୀ ଏକତ୍ର ହୋଇଥିଲେ। ପରେ ବିଶାଳ ଶୋଭାଯାତ୍ରାରେ ବିଧାନସଭା ଅଭିମୁଖେ ଯାଇଥିଲେ। ମାତ୍ର ରାସ୍ତାରେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଫଳରେ ବେକାରୀ ଯୁବକ ଓ ଯୁବତୀମାନେ ସେଠାରେ ରାଜ୍ୟ ସରକାରଙ୍କ ଶିକ୍ଷା ମାରଣ ନୀତି ବିରୋଧରେ ବର୍ଷିଥିଲେ।

ସୂଚନାରୁ ପ୍ରକାଶ, ରାଜ୍ୟରେ ଅନେକ ହାଇସ୍କୁଲରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲିପଡ଼ିଛି। ଯାହାଫଳରେ ପିଲାମାନଙ୍କୁ ପାଠ ପଢ଼ିବାରେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ହେଲେ ରାଜ୍ୟ ସରକାର ଏଥିପ୍ରତି ତିଳେ ମାତ୍ର ଧ୍ୟାନ ଦେଉ ନାହାନ୍ତି। ଅନ୍ୟପକ୍ଷରେ ବେକାର ତାଲିମ୍‌ପ୍ରାପ୍ତ ଯୁବକ ଓ ଯୁବତୀଙ୍କ ନିଯୁକ୍ତ ଦେଉନଥିବାରୁ ଦିନକୁ ଦିନ ବେକାରୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos