ବଲାଙ୍ଗିର: ବଲାଙ୍ଗିରରେ ହାଇକୋର୍ଟର ସ୍ଥାୟୀ ବ୍ୟାଞ୍ଚ୍ ପ୍ରତିଷ୍ଠା ଦାବିରେ ଦୀର୍ଘ ଦିନରୁ ଆନ୍ଦୋଳନ କରି ଆସୁଛି ଜିଲ୍ଳା ଓକିଲ ସଂଘ। ଏହି ଆନ୍ଦୋଳନକୁ ବ୍ୟାପକ ରୂପ ଦେବା ପାଇଁ ଆଜି ଆନ୍ଦୋଳନକୁ ଓହ୍ଲାଇଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନମୋର୍ଚ୍ଚା। ଆଗରୁ ଜନମୋର୍ଚ୍ଚା ବଲାଙ୍ଗିର ବନ୍ଦ ଡାକରା ଦେଇଥିଲା। କିନ୍ତୁ ୨୯ ତାରିଖ ରାକ୍ଷୀ ପୂର୍ଣ୍ଣିମାକୁ ଦୃଷ୍ଟିରେ ରଖି କେବଳ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟକୁ ବନ୍ଦ ରଖିବାକୁ ଆହ୍ୱାନ ଦେଇଛି ଜନମୋର୍ଚ୍ଚା। ବନ୍ଦ ଡାକରା ପ୍ରଭାବରେ ଆଜି ବଲାଙ୍ଗିର ସହରର ସମସ୍ତ ସରକାରୀ ,ବେସରକାରୀ କାର୍ଯ୍ୟାଳୟ ବ୍ୟାଙ୍କ, ପୋଷ୍ଟ ଅଫିସ୍ ବନ୍ଦ ରହିଛି। ପ୍ରଶାସନିକ କାର୍ଯ୍ୟ ବିଶେଷ ଭାବେ ପ୍ରଭାବିତ ହୋଇଛି। ଜନମୋର୍ଚ୍ଚାର ଏହି ଆନ୍ଦୋଳନରେ ଜିଲ୍ଳା ଓକିଲ ସଂଘ ସହିତ ବିଭିନ୍ନ ସଂଗଠନର କର୍ମକର୍ତ୍ତା ସାମିଲ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
‘ଆଇନ ଛାତ୍ର ରାଗିଂ କରିବା ଅଶୋଭନୀୟ, ଅନାଥାଶ୍ରମରେ ସପ୍ତାହେ ପାଠ ପଢ଼ାଇବେ’
ଆବେଦନର ବିଚାର କରି ଆଇନ ଛାତ୍ରଙ୍କ ବିରୋଧରେ ନିମ୍ନ ଅଦାଲରେ ରୁଜୁ ହୋଇଥିବା ଫୌଜଦାରୀ ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ମାତ୍ର ଆଇନ ଛାତ୍ରଙ୍କ ଏପରି ଆଚରଣରେ କ୍ଷୋଭ ପ୍ରକାଶ କରିଛନ୍ତି ହାଇକୋର୍ଟ।
Miscellaneous
ଜବରଦଖଲ ଉଚ୍ଛେଦକୁ ବିରୋଧ, ପ୍ରଶାସନ ଲାଗୁ କଲା କର୍ଫ୍ୟୁ
ବାଲେଶ୍ୱରର ଯାଦପୁର, ଅକ୍ତିଆରପୁର ଓ ଭାସ୍କରଗଞ୍ଜ ମୌଜାରେ ଜବରଦଖଲ ଉଚ୍ଛେଦ ପାଇଁ ପ୍ରଶାସନ କଠୋର ପଦକ୍ଷେପ ନେଇଛି । ସେହି ସ୍ଥାନରେ ତୃତୀୟ ଲାଇନ କାମରେ ବାଧକ ସାଜିଛନ୍ତି ଜବରଦଖଲକାରୀ ।
Crime
ରାତି ଅଧରେ ଫୁଟିଲା ବୋମା, ଦୁର୍ବୃତ୍ତ ଫେରାର
ଗତ ରାତିରେ ଫୁଟିଛି ବୋମା । ଜଣେ ବାଉଁଶ ବ୍ୟବସାୟୀଙ୍କ ଘର ଉପରକୁ ହୋଇଛି ବୋମା ମାଡ଼ ।
Events & Festivals
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ
ଆଜିଠୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ପ୍ରବାସୀ ଭାରତୀୟ ପ୍ରଦର୍ଶନୀ। ଆଜି ସକାଳ ୧୦ଟାରୁ ପ୍ରଦର୍ଶନୀ ଖୋଲା ରହିବ।
Miscellaneous
ଖୁବଶୀଘ୍ର ପ୍ରବାସୀ ଓଡ଼ିଆ ନୀତି, ଦାୟିତ୍ୱରେ ରହିବେ ମନ୍ତ୍ରୀ
ପ୍ରବାସୀ ଭାରତୀୟ ଦିବସ ସମାରୋହର ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ୱତନ୍ତ୍ର ଭାବେ ପ୍ରବାସୀ ଓଡ଼ିଆଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।