ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

ପୁରୀ (ଓଡ଼ିଶା ରିପୋର୍ଟର) ପୁରୀ ବାସେଳୀ ସାହି ହାଜତ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ଆସିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି କି ନାହିଁ, ସେନେଇ ପ୍ରଶ୍ନ କରିଛନ୍ତି ଉଚ୍ଚ ନ୍ୟାୟାଳୟ। ତାସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ୩୦୨ ଦଫା ଲାଗିଛି କି ନାହିଁ ବୋଲି ମଧ୍ୟ ଜାଣିବାକୁ ଚାହିଁଥିଲେ ହାଇକୋର୍ଟ। ଏହାଛଡ଼ା ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ନ୍ୟାୟିକ ତଦନ୍ତ ରିପୋର୍ଟ ବି ମାଗିଛନ୍ତି […]

highcourt-1

Tapas Behera
  • Published: Tuesday, 22 December 2020
  • , Updated: 22 December 2020, 07:44 PM IST

ପୁରୀ (ଓଡ଼ିଶା ରିପୋର୍ଟର) ପୁରୀ ବାସେଳୀ ସାହି ହାଜତ ମୃତ୍ୟୁ ମାମଲାର ତଦନ୍ତକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଭିଯୋଗ ଆସିଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି କି ନାହିଁ, ସେନେଇ ପ୍ରଶ୍ନ କରିଛନ୍ତି ଉଚ୍ଚ ନ୍ୟାୟାଳୟ। ତାସହ ସଂପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ୩୦୨ ଦଫା ଲାଗିଛି କି ନାହିଁ ବୋଲି ମଧ୍ୟ ଜାଣିବାକୁ ଚାହିଁଥିଲେ ହାଇକୋର୍ଟ। ଏହାଛଡ଼ା ମୃତକଙ୍କ ପୋଷ୍ଟମର୍ଟମ ରିପୋର୍ଟ ଓ ନ୍ୟାୟିକ ତଦନ୍ତ ରିପୋର୍ଟ ବି ମାଗିଛନ୍ତି । ଏଥିସହ ସ୍ୱାସ୍ଥ୍ୟ ପରୀକ୍ଷା ଓ ଆକ୍ସନ ଟେକେନ ରିପୋର୍ଟ ବି ମଗାଯାଇଛି । ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟରେ ଡକ୍ୟୁମେଣ୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ମାମଲାର ତଦନ୍ତ ସଠିକ ଦିଗରେ ଯାଉଛି କି ନାହିଁ ସେ ନେଇ ଦୃଷ୍ଟି ଦେବାକୁ ଏଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।  ଜାନୁଆରି ୧୧ରେ ମାମଲାର ପରବର୍ତ୍ତୀ ଶୁଣାଣି ଲାଗି ଦିନ ଧର୍ଯ୍ୟ ହୋଇଛି।

Related story