୨୫ ବର୍ଷ ପରେ ପୁଲିସ କର୍ମଚାରୀଙ୍କୁ ନ୍ୟାୟ, ହାଇକୋର୍ଟ କହିଲେ ଦୋଳମଣିଙ୍କୁ ଚାକିରି ଦିଅ

କଟକ(ଓଡ଼ିଶା ରିପୋର୍ଟର): ୨୫ ବର୍ଷ ପରେ ପୁଲିସ କର୍ମଚାରୀଙ୍କୁ ମିଲିଲା ନ୍ୟାୟ । ଚାକିରିରୁ ବହିଷ୍କୃତ ହୋଇଥିବା ପୁଲିସ ରାଇଟର କନଷ୍ଟେବଳ ଦୋଳମଣି ବିଶିଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୃର୍ଣ୍ଣ ରାୟ । ତେବେ ‘ନୋ ୱାର୍କ ନୋ ପେ’ ’ ନିତୀରେ ଦୋଳମଣିଙ୍କୁ କୌଣସି ଆର୍ଥିକ ସୁବିଧା ଫାଇଦା ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଦୋଳମଣି ବିଶି ସମସ୍ତ ଚୟନ ପକ୍ରିୟାରେ ଉର୍ତ୍ତିଣ୍ଣ ହୋଇ ବଲାଙ୍ଗିର ଜିଲ୍ଲାର […]

90

Tapas Behera
  • Published: Tuesday, 13 October 2020
  • , Updated: 13 October 2020, 06:46 PM IST

କଟକ(ଓଡ଼ିଶା ରିପୋର୍ଟର): ୨୫ ବର୍ଷ ପରେ ପୁଲିସ କର୍ମଚାରୀଙ୍କୁ ମିଲିଲା ନ୍ୟାୟ । ଚାକିରିରୁ ବହିଷ୍କୃତ ହୋଇଥିବା ପୁଲିସ ରାଇଟର କନଷ୍ଟେବଳ ଦୋଳମଣି ବିଶିଙ୍କୁ ଚାକିରିରେ ପୁନଃ ଅବସ୍ଥାପିତ କରିବା ପାଇଁ ହାଇକୋର୍ଟ ଦେଇଛନ୍ତି ଗୁରୁତ୍ୱପୃର୍ଣ୍ଣ ରାୟ । ତେବେ ‘ନୋ ୱାର୍କ ନୋ ପେ’ ’ ନିତୀରେ ଦୋଳମଣିଙ୍କୁ କୌଣସି ଆର୍ଥିକ ସୁବିଧା ଫାଇଦା ଦିଆଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି । ଦୋଳମଣି ବିଶି ସମସ୍ତ ଚୟନ ପକ୍ରିୟାରେ ଉର୍ତ୍ତିଣ୍ଣ ହୋଇ ବଲାଙ୍ଗିର ଜିଲ୍ଲାର ରାଇଟର କନଷ୍ଟେବଳ ଭାବେ ୧୯୯୩ ମସିହା ଫେବୃୟାରୀ ୧ ତାରିଖରେ ପୁଲଇସ ବାହିନୀରେ ଯୋଗ ଦେଇଥିଲେ । ବଲାଙ୍ଗିର ଏସପି , ନୟାଗଡ ପୋଲିସ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଏବଂ ଡିଏସପି ବଲାଙ୍ଗିରଙ୍କୁ ନେଇ ଗଠିତ ଚୟନ କମିଟି ଦୋଳମଣିଙ୍କ ସହ ଅନ୍ୟ ୨୪ ଜଣଙ୍କୁ ନିଯୁକ୍ତି ଦେବା ପାଇଁ ସୁପାରିସ କରିଥିଲେ । ଏହି ଚୟନ ପକ୍ରିୟା ମଧ୍ୟରେ ଲିଖିତ, ମୌଖିକ ଓ ଶାରୀରିକ ବର୍ଗରେ ବିଭିନ୍ନ ପରୀକ୍ଷା ସମେତ ପ୍ରାର୍ଥୀ ମାନଙ୍କ ଓଜନ ଓ ଉଚ୍ଚତ୍ତାର ମାପ ନିଆଯାଇଥିଲା ।

ଏହାପରେ ଦୋଳମଣିଙ୍କୁ ୧୯୯୪ ମସିହା ମାର୍ଚ୍ଚ ୧୪ ତାରିଖରେ ସୁନ୍ଦରଗଡ ସ୍ଥିତ ହାତିବାଡି ଟ୍ରେନିଂ ସ୍କୁଲକୁ ତାଲିମ ପାଇଁ ପଠାଯାଇଥିଲା । ଏହି ତାଲିମ ଚାଲିଥିବା ସମୟରେ ପୁନଃର୍ବାର ଉଚ୍ଚତ୍ତା ମପା ଯିବାରୁ ତାଙ୍କର ଆବଶ୍ୟକୀୟ ଉଚ୍ଚତ୍ତା ୧୬୮ ସେଣ୍ଟିମଟର ଠାରୁ ୧ ସେଣ୍ଟିମିଟର  କମ ଥିବା ଦର୍ଶାଇ ତାଙ୍କୁ ଜିଲ୍ଲା ମୁଖ୍ୟାଳାୟକୁ ପଠାଇ ଦିଆଯାଇଥିଲା । ଉଚ୍ଚତ୍ତା କମଥିବା ଦର୍ଶାଇ ୧୯୯୪ ମସିହା ଅକ୍ଟେବର ୩୧ ତାରିଖ ଦିନ ଦୋଳମଣିଙ୍କୁ ଚାକିରିରୁ ବାହାର କରାଯାଇଥିଲା । ଏହାକୁ ନେଇ ବିଭାଗୀୟ ଅଧିକାରୀଙ୍କ ନିକଟରେ ଫେରାଦ ହେବା ପରେ  ଅନ୍ୟାଦେଶ ପର୍ଯ୍ୟନ୍ତ ତାଙ୍କୁ ଚାକିରିରେ ରଖିବା ଲାଗି ପୁଲିସ ମୁଖ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଥିଲା । ତେବେ ଶେଷରେ ୧୯୯୫ ମସିହା ମେ ୩୧ ତାରିଖ ଦିନ ଏହି ଉଚ୍ଚତ୍ତା କମ ଥିବା କାରଣରୁ ଦୋଳମଣିଙ୍କୁ ଚାକିରିରୁ ବାହାର କରାଯାଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ରାଜ୍ୟ ପ୍ରଶାସନିକ ଟ୍ରିବ୍ୟୁନାଲଙ୍କ ଦ୍ୱାରାସ୍ଥ ହୋଇଥିଲେ ମଧ୍ୟ କୌଣସି ସୁଫଳ ମିଲିନଥିଲା ।

ତାଙ୍କର ବହିଷ୍କାର ନିର୍ଦ୍ଦେଶକୁ ଟ୍ରିବୁନାଲ ଠିକ ଦର୍ଶାଇ ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ । ଏହାପରେ ଦୋଳମଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଚାକିରିରେ ପୁନଃଅବସ୍ଥାପିତ ହେବାକୁ ଆବେଦନ କରିଥିଲେ । ପୁଲିସ ମାନ୍ୟୁଆଲ ଅନୁଯାୟୀ ଚୟନ ପ୍ରକ୍ରିୟା ବ୍ୟତୀତ ଅନ୍ୟ କୌଣସି ସମୟରେ ଉଚ୍ଚତ୍ତା ମପା ଯିବାର କୌଣସି ବ୍ୟବସ୍ଥା ନାହିଁ ବୋଲି ସେ ଆବେଦନରେ ଉଲ୍ଲେଖ କରିଥିଲେ  । ସମସ୍ତ ପକ୍ଷଙ୍କୁ ଶୁଣିବା ପରେ ଦୋଳମଣିଙ୍କ ଯୁକ୍ତିକୁ କୋର୍ଟ ଗ୍ରହଣ କରି ତାଙ୍କୁ ଚାକିରିରେ ଅବସ୍ଥାପିତ କରିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେ କୌଣସି କାର୍ଯ୍ୟରେ ନ ଥିବାରୁ ‘ନୋ ୱାର୍କ ନୋ ପେ’ ’ ପଦ୍ଧତିରେ ତାଙ୍କୁ କୌଣସି ଆର୍ଥିକ ସୁବିଧା ସୁଯୋଗ ମିଲିବ ନାହିଁ କୋର୍ଟ ରାୟରେ ସ୍ପଷ୍ଟ କରିଛନ୍ତି ।

Related story