ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ: ପୂର୍ବ ଦର ଅନୁଯାୟୀ ବିୟର ଯୋଗାଇବେ କଂପାନୀ

ଭୁବନେଶ୍ୱର: ବିୟର ଯୋଗାଣ ନେଇ ରାଜ୍ୟରେ ଦେଖା ଦେଇଥିବା ସଙ୍କଟଜନକ ସ୍ଥିତିରେ ସୁଧାର ଆସିବା  ସମ୍ଭାବନା ସୃଷ୍ଟି ହୋଇଛି। ବିୟର୍ ଅଫର୍ ପ୍ରାଇସ୍ ବିବାଦ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏକ ଅନ୍ତରୀଣ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ପୂର୍ବ ବର୍ଷମାନଙ୍କ ଦରରେ କମ୍ପାନୀ ମାନେ ବିୟର୍ ଯୋଗାଇବେ। ଏଥିପାଇଁ ସରକାରଙ୍କ ଦର ନିର୍ଦ୍ଧାରଣ କମିଟି ସହ ଯୋଗାଣକାରୀ କଂପାନୀ ମାନଙ୍କ ଆଲୋଚନା ହେବ ଏବଂ ଦର ନିର୍ଦ୍ଧାରଣ କରାଯିବ। ବିୟର ଯୋଗାଣ କ୍ଷେତ୍ରରେ ଅଫର୍ […]

highcourt

Rakesh Mallick
  • Published: Thursday, 14 May 2015
  • , Updated: 14 May 2015, 09:11 AM IST

ଭୁବନେଶ୍ୱର: ବିୟର ଯୋଗାଣ ନେଇ ରାଜ୍ୟରେ ଦେଖା ଦେଇଥିବା ସଙ୍କଟଜନକ ସ୍ଥିତିରେ ସୁଧାର ଆସିବା  ସମ୍ଭାବନା ସୃଷ୍ଟି ହୋଇଛି। ବିୟର୍ ଅଫର୍ ପ୍ରାଇସ୍ ବିବାଦ ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏକ ଅନ୍ତରୀଣ ଆଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ପୂର୍ବ ବର୍ଷମାନଙ୍କ ଦରରେ କମ୍ପାନୀ ମାନେ ବିୟର୍ ଯୋଗାଇବେ। ଏଥିପାଇଁ ସରକାରଙ୍କ ଦର ନିର୍ଦ୍ଧାରଣ କମିଟି ସହ ଯୋଗାଣକାରୀ କଂପାନୀ ମାନଙ୍କ ଆଲୋଚନା ହେବ ଏବଂ ଦର ନିର୍ଦ୍ଧାରଣ କରାଯିବ। ବିୟର ଯୋଗାଣ କ୍ଷେତ୍ରରେ ଅଫର୍ ପ୍ରାଇସକୁ ୨୦ରୁ ୧୦ପ୍ରତିଶତକୁ କମାଇବା ନେଇ ସରକାରଙ୍କୁ ପ୍ରସ୍ତାବ ଦେଇଥିଲା ଅବକାରୀ ବିଭାଗ। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ଏପଟେ ୱାଇନ ମର୍ଚ୍ଚାଣ୍ଟ ଆସୋସିଏନ, ଅବକାରୀ ସଚିବଙ୍କୁ ଭେଟି ବିଅର୍ ଅଭାବକୁ ନେଇ ଲାଗି ରହିଥିବା ସମସ୍ୟା ସଂପର୍କରେ ଅବଗତ କରିଥିଲା। ଓଡ଼ିଶାକୁ ୭୦ ପ୍ରତିଶତ ବିୟର ଯୋଗାଉଥିବା ବଡ଼ ବଡ଼ କମ୍ପାନୀ ମଦ ନିଗମ ସହ ଚୁକ୍ତି କରି ନଥିବାରୁ ସ୍ଥିତି ଗମ୍ଭୀର ହେବା ସହ ରାଜସ୍ୱ ମଧ୍ୟ କମିଛି। ତେବେ ଆସନ୍ତା ଜୁଲାଇ ୧୬ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବା ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି।

Related story