ପରୀକ୍ଷାକୁ ନେଇ ଭୁଲ ତଥ୍ୟ ଦେଇଥିଲେ ମନ୍ତ୍ରୀ, ସୁଧାରିଲା ସୂଚନା ଲୋକସଂପର୍କ ବିଭାଗ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁଲ୍ ତଥ୍ୟକୁ ନେଇ ଚର୍ଚ୍ଚା। ପରୀକ୍ଷା ତାରିଖ ଧାର୍ଯ୍ୟ ନେଇ ଭୁଲ୍ ସୂଚନା ଦେଇଥିଲେ ମନ୍ତ୍ରୀ। ମନ୍ତ୍ରୀ ଦେଇଥିବା ଭୁଲ୍ ତଥ୍ୟକୁ ସୁଧାରିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ। କୁଳପତି ମିଟିଂ ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମନ୍ତ୍ରୀ। ଯୁକ୍ତ-୩ ଫାଇନାଲ ସେମିଷ୍ଟର ପରୀକ୍ଷା ଜୁଲାଇ ୨୪ରେ ହେବ କହିଥିଲେ ମନ୍ତ୍ରୀ। ଅଗଷ୍ଟ ୨୦ରେ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ହେବ କହିଥିଲେ। ମନ୍ତ୍ରୀଙ୍କ ଭୁଲ୍ ତଥ୍ୟ […]

bvn-1

Tapas Behera
  • Published: Wednesday, 06 May 2020
  • , Updated: 06 May 2020, 09:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଭୁଲ୍ ତଥ୍ୟକୁ ନେଇ ଚର୍ଚ୍ଚା। ପରୀକ୍ଷା ତାରିଖ ଧାର୍ଯ୍ୟ ନେଇ ଭୁଲ୍ ସୂଚନା ଦେଇଥିଲେ ମନ୍ତ୍ରୀ। ମନ୍ତ୍ରୀ ଦେଇଥିବା ଭୁଲ୍ ତଥ୍ୟକୁ ସୁଧାରିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ। କୁଳପତି ମିଟିଂ ପରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ମନ୍ତ୍ରୀ। ଯୁକ୍ତ-୩ ଫାଇନାଲ ସେମିଷ୍ଟର ପରୀକ୍ଷା ଜୁଲାଇ ୨୪ରେ ହେବ କହିଥିଲେ ମନ୍ତ୍ରୀ। ଅଗଷ୍ଟ ୨୦ରେ ପିଜି ଫାଇନାଲ ସେମିଷ୍ଟର ପରୀକ୍ଷା ହେବ କହିଥିଲେ। ମନ୍ତ୍ରୀଙ୍କ ଭୁଲ୍ ତଥ୍ୟ ପରେ ସୁଧାରିଥିଲା ସୂଚନା ଲୋକସଂପର୍କ ବିଭାଗ।

ସୂଚନା ଓ ଲୋକ ସମ୍ପର୍କର ପ୍ରେସ ରିଲିଜ୍‌ ଅନୁଶାରେ ମନ୍ତ୍ରୀଙ୍କ ଭୁଲ୍ ତଥ୍ୟ ଜଣାପଡ଼ିଥିଲା ସୂଚନା ଓ ଲୋକ ସମ୍ପର୍କ ରିପୋର୍ଟ ଅନୁଯାୟୀ ଯୁକ୍ତ ୩ ପରୀକ୍ଷା ଜୁନ୍ ୨୦ ତାରିଖ ପରେ ଆରମ୍ଭ ହେବାକୁ ନିଷ୍ପତ୍ତି ହୋଇଛି। ଜୁନ୍ ୨୦ ପରେ ଆରମ୍ଭ ହୋଇ ଜୁଲାଇ ୨୪ ସୁଦ୍ଧା ଶେଷ ହେବ। ଆଜି ସକାଳେ ମନ୍ତ୍ରୀ କହିଥିଲେ ଯେ, ଜୁଲାଇ ୨୪ ତାରିଖରେ ହେବ ଯୁକ୍ତ ୩ ଫାଇନାଲ ସେମିଷ୍ଟର ପରୀକ୍ଷା। ଏହାପରେ ଅଗଷ୍ଟ ୨୦ ତାରିଖରେ ପିଜି କ୍ଲାସ ଫାଇନାଲ ସେମିଷ୍ଟର ପରୀକ୍ଷା ହେବ ।

Related story