ଶିକ୍ଷକଙ୍କୁ ମନ୍ତ୍ରୀଙ୍କ ଚେତାବନୀ: ଖାତା ନ ଦେଖିଲେ ଆମ ପାଖରେ ବିକଳ୍ପ ଅଛି

Ordigital Desk
  • Published: Monday, 19 March 2018
  • , Updated: 19 March 2018, 02:20 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଆସନ୍ତାକାଲିଠୁ ମାଟ୍ରିକ ପରୀକ୍ଷା ଖାତା ଦେଖା ଆରମ୍ଭ ହେଉଛି। କିନ୍ତୁ ଖାତା ଦେଖାକୁ ବର୍ଜନ କରିବେ ବୋଲି ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ ଚେତାବନୀ ଦେଇଛି। ଏହାସହ ଆଜି ରାଜ୍ୟର ସମସ୍ତ ମୂଲ୍ୟାୟନ କେନ୍ଦ୍ର ସମ୍ମୁଖରେ &lsquo;ସ୍କୁଲ ଓ କଲେଜ ଶିକ୍ଷକ ମିଳିତ ମଞ୍ଚ&rsquo; ପକ୍ଷରୁ ଧାରଣା ଦିଆଯାଇଛି। ସତ୍ୟପାଠ ଉଚ୍ଛେଦ ସହ ଅନ୍ୟ ଦାବି ପୂରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି ପାଳନ କରାଯାଇ ନଥିବାରୁ ମଞ୍ଚ ଏଭଳି ନିଷ୍ପତ୍ତି ନେଇଛି।</p> <p>ଶିକ୍ଷକ ସଂଘର ବିରୋଧ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର। ସେ କହିଛନ୍ତି,&ldquo; ରାଜ୍ୟ ସରକାର ଏବେ ବି ବିଶ୍ୱାସ ରଖିଛନ୍ତି ଯେ ଶିକ୍ଷକମାନେ ସହଯୋଗ କରିବେ। ଅସହଯୋଗ କଲେ ସରକାରଙ୍କ ପାଖରେ ବିକଳ୍ପ ବ୍ୟବସ୍ଥା ଅଛି। ଅନ୍ୟ ଶିକ୍ଷକ ଖାତା ଦେଖିବେ। ଠିକ୍ ସମୟରେ ଫଳ ବାହାରିବ। କାର୍ଯ୍ୟାନୁଷ୍ଠାନ ନେଇ ପରବର୍ତ୍ତୀ ସମୟରେ ସରକାର ଚିନ୍ତା କରିବେ।&rdquo;</p> <p>ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏକ ପ୍ରେସ ବିଜ୍ଞପ୍ତି ଜାରି ହୋଇଛି। ଏଥିରେ ଶିକ୍ଷକମାନେ ଦାଖଲ କରିବାକୁ ଥିବା ସତ୍ୟପାଠ ସମ୍ପର୍କିତ ସୂଚନା ରହିଛି। ସରକାର ଏଥିରେ ଦର୍ଶାଇଛନ୍ତି ଯେ, ଏଣିକି ଶିକ୍ଷକମାନଙ୍କୁ ଏ ବାବଦରେ କୌଣସି ଆଫିଡେଭିଟ୍ ଦାଖଲ କରିବାକୁ ପଡ଼ିବ ନାହିଁ। ଯେଉଁ ଶିକ୍ଷକମାନେ କୋର୍ଟରେ ମାମଲା କରିଛନ୍ତି, ସେ ସମ୍ପର୍କରେ ସତ୍ୟପାଠ ପରିବର୍ତ୍ତେ ନିଜ ଦାଖଲ କରିଥିବା ମାମଲା ସମ୍ପର୍କରେ ଲିଖିତ ଆକାରରେ ସମ୍ପୃକ୍ତ ବିଭାଗକୁ ଜଣାଇବେ। ଯାହାଦ୍ୱାରା ସରକାର ବିଚାରାଧୀନ ଥିବା ମାମଲା ଗୁଡିକ ସମ୍ପର୍କରେ ଅବଗତ ହୋଇପାରିବେ ଏବଂ ଏ ଦିଗରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସମର୍ଥ ହେବେ। ଏନେଇ ହାଇକୋର୍ଟରେ ସରକାର ପୂର୍ବରୁ ସତ୍ୟପାଠ ଦାଖଲ କରିଥିଲେ।</p>

Related story