ଟ୍ରାଫିକ ସଚେତନତା ପାଇଁ ରାପ୍‌ ଗୀତ ଗାଇଲେ ସାର୍ଥକ

ଜୟପୁର (ଟି.ଗୌରୀଶଙ୍କର):ରାଜ୍ୟରେ ଲାଗୁ ହୋଇଥିବା ସଂଶୋଧିତ ମୋଟରଯାନ ଆଇନ୍‌ ସମସ୍ତଙ୍କୁ ଚିନ୍ତାରେ ପକେଇଛି।  ଆଉ ଟ୍ରାଫିକ ନିୟମକୁ ନେଇ  ଧୀରେ ଧୀରେ ଲୋକ ସଚେତନ ହେଉଥିବା ବେଳେ ସରକାର ତିନିମାସ ପାଇଁ ଏହାକୁ କୋହଳ କରିଛନ୍ତି। ହେଲେ ଯୁବବର୍ଗଙ୍କୁ ସଚେତନ କରିବା ପାଇଁ ରାପ୍‌ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି ଜୟପୁର ସହରର ସାର୍ଥକ ସାହୁ। ନିଜ ଜୀବନରେ ଘଟିଥିବା ଘଟଣାକୁ ନେଇ ଗୀତ ମାଧ୍ୟମରେ ସଚେତନ କରିଛନ୍ତି ସେ।  ଏହି ଗୀତ ଦ୍ୱାରା ଯୁବ ସମାଜକୁ […]

567

Tapas Behera
  • Published: Friday, 13 September 2019
  • , Updated: 13 September 2019, 04:21 PM IST

ଜୟପୁର (ଟି.ଗୌରୀଶଙ୍କର):ରାଜ୍ୟରେ ଲାଗୁ ହୋଇଥିବା ସଂଶୋଧିତ ମୋଟରଯାନ ଆଇନ୍‌ ସମସ୍ତଙ୍କୁ ଚିନ୍ତାରେ ପକେଇଛି।  ଆଉ ଟ୍ରାଫିକ ନିୟମକୁ ନେଇ  ଧୀରେ ଧୀରେ ଲୋକ ସଚେତନ ହେଉଥିବା ବେଳେ ସରକାର ତିନିମାସ ପାଇଁ ଏହାକୁ କୋହଳ କରିଛନ୍ତି। ହେଲେ ଯୁବବର୍ଗଙ୍କୁ ସଚେତନ କରିବା ପାଇଁ ରାପ୍‌ ଗୀତ ଗାଇ ଚର୍ଚ୍ଚାକୁ ଆସିଛନ୍ତି ଜୟପୁର ସହରର ସାର୍ଥକ ସାହୁ।

ନିଜ ଜୀବନରେ ଘଟିଥିବା ଘଟଣାକୁ ନେଇ ଗୀତ ମାଧ୍ୟମରେ ସଚେତନ କରିଛନ୍ତି ସେ।  ଏହି ଗୀତ ଦ୍ୱାରା ଯୁବ ସମାଜକୁ ସଚେତନ କରିବ। ଯାହା  ଗୋଟିଏ ନୂଆ ଶୈଳୀରେ ହେଲମେଟ ବ୍ୟବହାର  ସ୍ପିଡ୍‌ ଡ୍ରାଇଭ ଓ  ନିଶା ଖାଇ ଗାଡି ନଚଲାଇବା ଭଳି ମେସେଜ  ଦଉଛି। ଦୁଇ ମିନିଟ 34 ସେକେଣ୍ଡର ଏଇ ଗୀତ ଵର୍ତ୍ତମାନ  ଟ୍ରାଫିକ ସଚେତନ କ୍ଷେତ୍ରରେ ଯୁବ ସମାଜ ପାଇଁ ପ୍ରେରଣା  ନିଶ୍ଚୟ ହେବ।

Related story