ସମ୍ୱଲପୁର(ସଞ୍ଜୟ ଜେନା): ଆସନ୍ତା ୧୪ ତାରିଖରେ ହୀରାକୁଦ ଡ୍ୟାମରୁ ନିଷ୍କାସନ ହେବ ପ୍ରଥମ ବନ୍ୟାଜଳ। ଦିନ ୧୧ଟା ପରେ ଯେ କୌଣସି ମୁହୂର୍ତ୍ତରେ ବନ୍ୟାଜଳ ଛଡାଯିବ ବୋଲି ହୀରାକୁଦ ଡ୍ୟାମ୍ର ମୁଖ୍ୟଯନ୍ତ୍ରୀ ସୁନୀଲ କୁମାର ନାୟକ ସୂଚନା ଦେଇଛନ୍ତି।
ତେବେ ବର୍ଷା ସ୍ଥିତି ଦେଖି କେତେଟା ଗେଟ୍ ଖୋଲାଯିବ ତାହା ଉକ୍ତ ଦିନ ସ୍ଥିର କରାଯିବ ମହାନଦୀର ଉପରମୁଣ୍ଡ ଛତିଶଗଡ଼ରେ ପ୍ରବଳ ବର୍ଷା ହୋଇଥିବାରୁ ଡ୍ୟାମର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ହୀରାକୁଦର ଡ୍ୟାମର ଜଳପତ୍ତନ ୬୩୦ ଫୁଟ୍ ରହିଥିବାବେଳେ ୬୧୫ ଫୁଟ୍ ଉପରକୁ ଅତିକ୍ରମ କଲେ ବନ୍ୟାଜଳ ଛଡାଯିବ।
ବର୍ତ୍ତମାନ ଡ୍ୟାମର ଜଳସ୍ତର ୬୧୦. ୮୫ ମିଟର ରହିଛି। ଡ୍ୟାମ ମଧ୍ୟକୁ ୨ ଲକ୍ଷ ୨ ହଜାର ୩୬୮ କ୍ୟୁସେକ୍ ଜଳ ପ୍ରବେଶ କରୁଥିବାବେଳେ ୧୭ ହଜାର ୮୦୩ କ୍ୟୁସେକ୍ ଜଳ ନିଷ୍କାସନ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Accident
ଧାନ ଫସଲ ଜଗିଥିଲେ ଚାଷୀ; ଦଳିଦେଲେ ହାତୀ
ଆଜି ସକାଳେ ସ୍ଥାନୀୟ ଲୋକେ ବିଲକୁ ଯାଇଥିବା ବେଳେ ଗଣେଶଙ୍କ ମୃତଦେହ ପଡ଼ିଥିବା ଦେଖିଥିଲେ।
Crime
ଭିଜିଲାନ୍ସ ଜାଲରେ ଡେପୁଟି ଜେନେରାଲ୍ ମ୍ୟାନେଜର୍; ୪ଟି ସ୍ଥାନରେ ଚଢ଼ାଉ
ସୁବାଷ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା।
Accident
ବାଲିଯାତ୍ରାରେ ଅଘଟଣ; ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ନାବାଳକଙ୍କ ଜୀବନ
କଟକ ତୁଳସୀପୁର ସ୍ଥିତ ଶିଶୁ ମନ୍ଦିରରେ ଯୁକ୍ତ ଦୁଇରେ ପଢୁଥିଲେ ବିଶ୍ୱ ପ୍ରକାଶ ।
Entertainment
ବିବାହ ବନ୍ଧନରେ ବାନ୍ଧି ହେଲେ ଏଲିନା; ଫ୍ୟାନଙ୍କୁ ଦେଲେ ସରପ୍ରାଇଜ୍
ଦୀର୍ଘ ବର୍ଷ ଧରି ଏଲିନା ଓ ଅନୁରାଗ ଘନିଷ୍ଠ ବନ୍ଧୁ ଥିଲେ। ଉଭୟଙ୍କ ବିବାହକୁ ନେଇ ଚର୍ଚ୍ଚା ହେଉଥିଲା।
Accident
ବାର୍ହା ପାଇଁ ବିଛା ଯାଇଥିଲା ବିଦ୍ୟୁତ ତାର, ସେଥିରେ ପଡ଼ି ଚାଲିଗଲା ୩ ହାତୀଙ୍କ ଜୀବନ !
ଆଜି ସକାଳେ ସ୍ଥାନୀୟ ଲୋକେ ବୁରମାଲ ଜଙ୍ଗଲ ୩ଟି ହାତୀ ମରି ପଡ଼ିଥିବା ଦେଖି ବନ ବିଭାଗକୁ ଖବର ଦେଇଥିଲେ।