ମହମ୍ମଦ ବାଜିଙ୍କ ଘରକୁ ସ୍ମୃତି ସଂଗ୍ରହାଳୟ କରିବାକୁ ଦାବି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବଂଗତ ଗାନ୍ଧିବାଦୀ ନେତା ତଥା ନବରଙ୍ଗପୁରର ଗାନ୍ଧି ନାମରେ ପରିଚିତ ମହମ୍ମଦ ବାଜିଙ୍କ ଘରକୁ ‘ସ୍ମୃତି ସଂଗ୍ରହାଳୟ’ର ରୂପ ଦେବାକୁ ଦାବି ଜୋର ଧରିଛି। ଗବେଷକ ତଥା ଐତିହାସିକ ଅନୀଲ ଧୀର ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି, ମହମ୍ମଦ ବାଜିଙ୍କ ମୃତ୍ୟୁରେ ଆମ ରାଷ୍ଟ୍ର ଏବଂ ରାଜ୍ୟ ଜଣେ ଆଜୀବନ ଗାନ୍ଧିବାଦୀ ଯୋଦ୍ଧାଙ୍କୁ ହରାଇଛି। ସେ ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମ ବାର୍ତ୍ତାକୁ ଦେଶର ଏକ […]

baji

baji

Subrat Kumar Nayak
  • Published: Friday, 28 June 2019
  • Updated: 28 June 2019, 10:38 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦିବଂଗତ ଗାନ୍ଧିବାଦୀ ନେତା ତଥା ନବରଙ୍ଗପୁରର ଗାନ୍ଧି ନାମରେ ପରିଚିତ ମହମ୍ମଦ ବାଜିଙ୍କ ଘରକୁ 'ସ୍ମୃତି ସଂଗ୍ରହାଳୟ'ର ରୂପ ଦେବାକୁ ଦାବି ଜୋର ଧରିଛି। ଗବେଷକ ତଥା ଐତିହାସିକ ଅନୀଲ ଧୀର ଏନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଏଥିରେ ସେ କହିଛନ୍ତି, ମହମ୍ମଦ ବାଜିଙ୍କ ମୃତ୍ୟୁରେ ଆମ ରାଷ୍ଟ୍ର ଏବଂ ରାଜ୍ୟ ଜଣେ ଆଜୀବନ ଗାନ୍ଧିବାଦୀ ଯୋଦ୍ଧାଙ୍କୁ ହରାଇଛି। ସେ ଗାନ୍ଧିଙ୍କ ସ୍ୱାଧୀନତା ସଂଗ୍ରାମ ବାର୍ତ୍ତାକୁ ଦେଶର ଏକ ଛୋଟ କୋଣରେ ପହଞ୍ଚାଇ ପାରିଥିଲେ। ସେ ସ୍ୱାଧୀନତା ଆନ୍ଦୋଳନରେ ଯୋଗ ଦେଇ ୨୦୦୦ରୁ ଊର୍ଦ୍ଧ୍ୱ ଦିନ ଜେଲ୍ ଯାଇଥିଲେ ବୋଲି ଶ୍ରୀ ଧୀର ଏହି ଅବସରରେ କହିଛନ୍ତି।

ମହମ୍ମଦ ବାଜି ସ୍ୱାଧୀନତା ପରେ ମଧ୍ୟ ଗାନ୍ଧି ବିଚାରଧାରାକୁ ବଞ୍ଚାଇ ରଖିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଭୂଦାନ ଆନ୍ଦୋଳନ, ଛୁଆଁ ଅଛୁଆଁ ଭେଦଭାବ ଦୂର ଏବଂ ଗୋସୁରକ୍ଷା ଆଦି କ୍ଷେତ୍ର ପ୍ରତି ତାଙ୍କର ଯଥେଷ୍ଟ ଅବଦାନ ରହିଛି। ଶ୍ରୀ ଧୀର ବର୍ତ୍ତମାନ ଓଡ଼ିଶାର ଗାନ୍ଧିବାଦୀଙ୍କ ଉପରେ ଏକ ବହି ଲେଖୁଛନ୍ତି। ଏଥିପାଇଁ ଗତ ୨ ମାସ ତଳେ ଶ୍ରୀ ଧୀର ବାଜିଙ୍କ ସାକ୍ଷାତକାର ମଧ୍ୟ ନେଇଥିଲେ।

ଶ୍ରୀ ଧୀର ଏହି ଚିଠିରେ ଲେଖିଛନ୍ତି, "ବାଜି ଏହି ଘରେ ୭୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ରହିଥିଲେ। ଅନେକ ସତ୍ୟାଗ୍ରହୀଙ୍କ ପାଇଁ ଆଶ୍ରୟ ପାଲଟିଥିବା ଏହି ଘର ସ୍ୱାଧୀନତା ସଂଗ୍ରାମରେ ବଡ଼ ଭୂମିକା ନେଇଥିଲା। ଏ ଘରକୁ ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ବିନୋବା ଭାବେ, ବିଜୁ ପଟ୍ଟନାୟକ, ମହାଦେବ ଦେଶାଇ, ଠକ୍କର ବାପ୍ପା, ବିନୋଦ କାନୁନ୍‌ଗୋ, ଆଚାର୍ଯ୍ୟ ହରିହର ଦାସ, ଗୋଦାବରୀଶ ମିଶ୍ର, ଲକ୍ଷ୍ମଣ ନାଏକ, ସଦାଶିବ ତ୍ରିପାଠୀ, ମାଳତୀ ଦେବୀ, ରମା ଦେବୀ ଏବଂ ସରଳା ଦେବୀ ପ୍ରମୁଖ ମଧ୍ୟ ଆସିଛନ୍ତି।”

ଏହି ଘରଟିରେ ଏବେବି ତାଙ୍କର ପୂରୁଣା ଆସବାବପତ୍ର ରହିଛି, ଚରଖା ଏବଂ ଅନ୍ୟ ସ୍ମୃତି ରହିଛି। ଗୋଟିଏ ପୁରୁଣା ହାତଚଲା ପ୍ରିଣ୍ଟିଂ ପ୍ରେସ୍‌ ମଧ୍ୟ ରହିଛି। ଅବିଭକ୍ତ କୋରାପୁଟ ଅଞ୍ଚଳ ବାହାରେ ତାଙ୍କୁ ଖୁବ୍‌ କମ୍‌ ଲୋକେ ଜାଣନ୍ତି, କାରଣ ସେ ଅବିରତ କେବଳ ଗାନ୍ଧିବାଦ ସହ ଜଡ଼ିତ କାମରେ ଲାଗିଥିଲେ ଓ ସେ ପ୍ରଚାର ପ୍ରସାରର ଆଢ଼ୁଆଳରେ ରହିଆସିଥିଲେ ବୋଲି ଶ୍ରୀ ଧୀର କହିଛନ୍ତି। ଅନ୍ୟପକ୍ଷରେ ଇନ୍‌ଟାକ୍‌ର ରାଜ୍ୟ ଆବାହକ ଅମୀୟ ଭୂଷଣ ତ୍ରିପାଠୀ କହିଛନ୍ତି, ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ବାର୍ଷିକୀ ଅବସରରେ ମହମ୍ମଦ ବାଜିଙ୍କ ସ୍ମୃତି ସଂଗ୍ରହାଳୟ ପ୍ରତିଷ୍ଠା ଏକ ବଡ଼ ଏବଂ ଯଥାର୍ଥ ଶ୍ରଦ୍ଧାଞ୍ଜଳି ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story