ରେକର୍ଡ ସଂଶୋଧନ ପାଇଁ ୨୦୪ଟି ଗାଁରେ ହେବ ହାଇଟେକ୍ ସର୍ଭେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପୁରୁଣା ସର୍ଭେ ଯୋଗୁ ଜମି କିଣାବିକା, ଜାତିଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୨୦୪ଟି ରାଜସ୍ୱ ଗାଁରେ ହାଇଟେକ୍ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ରାଜସ୍ୱ ବିଭାଗ ପକ୍ଷରୁ ଏହି ହାଇଟେକ୍ ସର୍ଭେ କରାଯିବ । ଶେଷଥର ପାଇଁ ୧୯୨୯-୩୦ ମସିହାରେ ଏସବୁ ଗାଁରେ ସର୍ଭେ ହୋଇଥିଲା । ସଂଶୋଧିତ ଜମିଜମା ହାଇଟେକ୍ ସର୍ଭେ […]

Hitech

Ordigital Desk
  • Published: Monday, 23 May 2022
  • , Updated: 23 May 2022, 08:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁ ପୁରୁଣା ସର୍ଭେ ଯୋଗୁ ଜମି କିଣାବିକା, ଜାତିଗତ ପ୍ରମାଣପତ୍ର ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ୨୦୪ଟି ରାଜସ୍ୱ ଗାଁରେ ହାଇଟେକ୍ ସର୍ଭେ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା ଓ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଗାଁରେ ରାଜସ୍ୱ ବିଭାଗ ପକ୍ଷରୁ ଏହି ହାଇଟେକ୍ ସର୍ଭେ କରାଯିବ । ଶେଷଥର ପାଇଁ ୧୯୨୯-୩୦ ମସିହାରେ ଏସବୁ ଗାଁରେ ସର୍ଭେ ହୋଇଥିଲା । ସଂଶୋଧିତ ଜମିଜମା ହାଇଟେକ୍ ସର୍ଭେ ରେକର୍ଡ ନଥିବାରୁ ଏସବୁ ଗାଁ ଲୋକେ ଦୀର୍ଘଦିନ ଧରି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି।

ରାଜସ୍ୱ ବିଭାଗର ନିଷ୍ପତ୍ତି ଅନୁସାରେ, ଜଗତସିଂହପୁର ଜିଲ୍ଲାର କୁଜଙ୍ଗ ତହସିଲରେ ୧୩ ଗ୍ରାମ, ବିରିଡି ତହସିଲରେ ୧ ଗ୍ରାମ, ଯାଜପୁର ଜିଲ୍ଲା ଯାଜପୁର ତହସିଲରେ ୧୯ ଗ୍ରାମ, ବିଂଝାରପୁର ତହସିଲରେ ୩୮ ଗ୍ରାମ, ଦାନଗଦି ତହସିଲରେ ୨୦ ଗ୍ରାମ, ସୁକିନ୍ଦା ତହସିଲରେ ୯ ଗ୍ରାମ, ବ୍ୟାସନଗର ତହସିଲରେ ୧ ଗ୍ରାମ, ଦଶରଥପୁର ତହସିଲରେ ୫ ଗ୍ରାମ, କେନ୍ଦ୍ରାପଡ଼ା ଜିଲ୍ଲାରେ ରାଜନଗର ତହସିଲରେ ୨ ଗ୍ରାମ, କଳାହାଣ୍ଡି ଜିଲ୍ଲା କଳାହାଣ୍ଡି ତହସିଲରେ ୭ ଗ୍ରାମ, କେସିଙ୍ଗା ତହସିଲର ୩ ଗ୍ରାମ, କର୍ଲାମୁଣ୍ଡା ତହସିଲରେ ୧ ଗ୍ରାମ, ଥୁଆମୂଳ ରାମପୁର ତହସିଲରେ ୧୦ ଗ୍ରାମ, ଧର୍ମଗଡ଼ ତହସିଲରେ ୧୨ ଗ୍ରାମ, ଗୋଲମୁଣ୍ଡା ତହସିଲରେ ୭ ଗ୍ରାମ, ଜୁନାଗଡ଼ ତହସିଲରେ ୧୮ ଗ୍ରାମ, କୋକସରା ତହସିଲରେ ୬ ଗ୍ରାମ, ଜୟପାଟଣା ତହସିଲର ୨୯ ଗ୍ରାମ ଓ କଳମପୁର ତହସିଲରେ ୩ ଗ୍ରାମରେ ହାଇଟେକ୍ ସର୍ଭେ ହେବ।

ଏହାଫଳରେ ଏହି ୨୦୪ ଗ୍ରାମରେ ସମସ୍ତ ଜାଗାର ଜିଓ ରେଫରେନସିଙ୍ଗ ହୋଇପାରିବ । ଏହି ହାଇଟେକ ସର୍ଭେ ପରେ ଲୋକମାନଙ୍କର ବହୁବିଧ ସମସ୍ୟା ଯଥା ଜମିବାଡ଼ି କିଣାବିକା ଓ ଜାତିଗତ ପ୍ରମାଣପତ୍ର ସମ୍ବନ୍ଧୀୟ ସମସ୍ତ ସମସ୍ୟା ଦୂର ହେବା ସହ ଉନ୍ନତ ଜ୍ଞାନକୌଶଳ ମାଧ୍ୟମରେ ପଟ୍ଟା ତିଆରି ହୋଇ ଲୋକଙ୍କୁ ମିଳିପାରିବ।

Related story