ଏଚଏମଏଫଡି ନୁହେଁ ଟମାଟୋ ଫ୍ଲୁ, ଭୟଭୀତ ନହେବାକୁ ସରକାରଙ୍କ ପରାମର୍ଶ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର କିଛି ରାଜ୍ୟରେ ଟମାଟୋ ଫ୍ଲୁ ସଂକ୍ରମଣ ବ୍ୟାପିବାକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ଟମାଟୋ ଫ୍ଲୁ ସଂକ୍ରମିତ ଚିହ୍ନଟ ହୋଇନଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଏହାସହିତ ଏଚଏମଏଫଡି (ହ୍ୟାଣ୍ଡ ମାଉଥ ଫୁଟ୍ ଡିଜିଜ୍ )କୁ ନେଇ ଭୟଭୀତ ନହେବା ପାଇଁ ସରକାର ପରାମର୍ଶ ଦେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଏଚଏମଏଫଡି ସଂକ୍ରମଣ ମାମଲା ଚିହ୍ନଟ […]

HFMD

Ordigital Desk
  • Published: Wednesday, 25 May 2022
  • , Updated: 25 May 2022, 09:05 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶର କିଛି ରାଜ୍ୟରେ ଟମାଟୋ ଫ୍ଲୁ ସଂକ୍ରମଣ ବ୍ୟାପିବାକୁ ନେଇ ଆଶଙ୍କା ଲାଗି ରହିଥିବାବେଳେ ଓଡ଼ିଶାରେ ଏପର୍ଯ୍ୟନ୍ତ ଟମାଟୋ ଫ୍ଲୁ ସଂକ୍ରମିତ ଚିହ୍ନଟ ହୋଇନଥିବା ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି । ଏହାସହିତ ଏଚଏମଏଫଡି (ହ୍ୟାଣ୍ଡ ମାଉଥ ଫୁଟ୍ ଡିଜିଜ୍ )କୁ ନେଇ ଭୟଭୀତ ନହେବା ପାଇଁ ସରକାର ପରାମର୍ଶ ଦେଇଛନ୍ତି।

ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଏଚଏମଏଫଡି ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । କିନ୍ତୁ ଏହା ଟମାଟୋ ଫ୍ଲୁ ନୁହେଁ । ଆଇସିଏମଆର ଓ ଏନସିଡିସି ଏନେଇ ଏପର୍ଯ୍ୟନ୍ତ କୌଣସି ଗାଇଡଲାଇନ୍ ମଧ୍ୟ ଜାରି କରିନାହାନ୍ତି । କିଛି ରାଜ୍ୟରେ ଫ୍ଲୁ ଏବେ ରୂପ ବଦଳାଉଛି । ଏଥିପାଇଁ ସର୍ଭେଲାନ୍ସ ଜୋରଦାର କରିବା ଓ ଟେଷ୍ଟିଂ କରିବା ଉପରେ ଗୁରୁତ୍ୱ ଦେବାକୁ ଜିଲ୍ଲା ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିର୍ଦ୍ଦେଶ ଦିଆଯାଉଛି । ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସାମ୍ପୁଲ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଉଛି । ଏଚଏମଏଫଡି ପାଇଁ ସ୍ୱତନ୍ତ୍ର ଟୀକା କିମ୍ବା ଔଷଧ ଦରକାର ନାହିଁ । ଏହାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଚେଷ୍ଟା ଜାରି ରଖିଛନ୍ତି। ସବୁ ଜିଲ୍ଲାର ମୁଖ୍ୟ ଚିିକିତ୍ସା ଅଧିକାରୀମାନଙ୍କୁ ମଧ୍ୟ ଆଲର୍ଟ ରହିବା ପାଇଁ ନିର୍ଦ୍ଦେଶ ଜାରି ହୋଇଛି। ଲୋକମାନଙ୍କୁ ସଚେତନ କରିବାକୁ ମଧ୍ୟ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ନେଇ ଡାକ୍ତର ମହାପାତ୍ର ସୂଚନା ଦେଇଛନ୍ତି।

ସେହିପରି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏଚଏମଏଫଡି ଏକ ଏଣ୍ଟ୍ରୋ ଭାଇରସ୍ ଡିଜିଜ୍ । ଏହା ସବୁ ଶିଶୁଙ୍କୁ ହୁଏ ନାହିଁ । ଦୁର୍ବଳ, ପୃଷ୍ଟିହୀନତା ଓ ରୋଗାକ୍ରାନ୍ତ ଶିଶୁ ଏହାର ଶିକାର ହେଉଛନ୍ତି । ରୋଗୀଙ୍କ ସଂଖ୍ୟା ବଢ଼ିଲେ ଏନେଇ ସ୍ୱତନ୍ତ୍ର ୱାର୍ଡ ଖୋଲାଯିବ । ଏବେ ଦୈନିକ ୧୦ରୁ ୨୦ଜଣ ରୋଗୀ ଆସୁଛନ୍ତି ଓ ସେଥିରୁ ୪-୫ଜଣଙ୍କ ଦେହରେ ଏହି ଲକ୍ଷଣ ମିଳୁଛି । କ୍ୟାପିଟାଲ ହସ୍ପିଟାଲରେ ମୋଟ ୨୪ଜଣଙ୍କଠାରେ ଏହି ଲକ୍ଷଣ ଚିହ୍ନଟ ହୋଇଛି ବୋଲି ସେ କହିଛନ୍ତି।

Related story