ଲମ୍ବା ଛୁଟିରେ ଯିବେ ଗୃହ ସଚିବ ସଞ୍ଜିବ ଚୋପ୍ରା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ବରିଷ୍ଠ ଆଇଏଏସ୍ ସଞ୍ଜିବ ଚୋପ୍ରା ଆସନ୍ତା ୨୯ତାରିଖରୁ ଲମ୍ବା ଛୁଟିରେ ଯିବେ । ତାଙ୍କ ସ୍ଥାନରେ କିଏ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ ସେ ନେଇ କୌଣସି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇନି । ତେବେ ଶ୍ରୀ ଚୋପ୍ରା ଅଗଷ୍ଟ ୧୭ ପର୍ଯ୍ୟନ୍ତ ଛୁଟି ନେଇଥିଲେ ମଧ୍ୟ ସେ ଆଉ ଓଡ଼ିଶା ଫେରି ନପାରନ୍ତି ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା […]

Sanjeev Chopra

Ordigital Desk
  • Published: Wednesday, 27 July 2022
  • , Updated: 27 July 2022, 10:07 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତଥା ବରିଷ୍ଠ ଆଇଏଏସ୍ ସଞ୍ଜିବ ଚୋପ୍ରା ଆସନ୍ତା ୨୯ତାରିଖରୁ ଲମ୍ବା ଛୁଟିରେ ଯିବେ । ତାଙ୍କ ସ୍ଥାନରେ କିଏ ଗୃହ ବିଭାଗର ଦାୟିତ୍ୱ ସମ୍ଭାଳିବେ ସେ ନେଇ କୌଣସି ନିର୍ଦ୍ଦେଶନାମା ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି ହୋଇନି । ତେବେ ଶ୍ରୀ ଚୋପ୍ରା ଅଗଷ୍ଟ ୧୭ ପର୍ଯ୍ୟନ୍ତ ଛୁଟି ନେଇଥିଲେ ମଧ୍ୟ ସେ ଆଉ ଓଡ଼ିଶା ଫେରି ନପାରନ୍ତି ବୋଲି ଜଣାପଡ଼ିଛି ।

ମିଳିଥିବା ସୂଚନା ଅନୁସାରେ, ଶ୍ରୀ ଚୋପ୍ରାଙ୍କୁ ଆସନ୍ତା ୨୯ରୁ ଅଗଷ୍ଟ ୧୭ତାରିଖ ପର୍ଯ୍ୟନ୍ତ ଛୁଟିରେ ଯିବା ପାଇଁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ଶ୍ରୀ ଚୋପ୍ରା ତାଙ୍କ ଆଇଏଏସ୍ ପତ୍ନୀ ତଥା ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ରଞ୍ଜନା ଚୋପ୍ରାଙ୍କ ସହ ମିଶି ଆମେରିକା ଯିବେ । ଉଭୟ ଆଇଏଏସ୍ ଦମ୍ପତ୍ତି ନିଜ ଝିଅ ସହ ବ୍ୟକ୍ତିଗତ କାର୍ଯ୍ୟରେ ଆମେରିକା ଯାଉଥିବା ଜଣାପଡ଼ିଛି । ତେବେ ନିଜର ଛୁଟି ସରିବା ପରେ ଶ୍ରୀ ଚୋପ୍ରା ଏହାକୁ ବଢ଼ାଇବାର ସମ୍ଭାବନା ରହିଛି । ସୂଚନା ଅନୁସାରେ, ଶ୍ରୀ ଚୋପ୍ରା କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ଦୀର୍ଘଦିନ ଧରି ଅପେକ୍ଷା କରି ରହିଛନ୍ତି । ସେ ବିଦେଶ ଗସ୍ତରୁ ଫେରିବା ପରେ ଆଉ ଓଡ଼ିଶାରେ ଯୋଗ ନଦେଇ କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟ କରିପାରନ୍ତି । ଏଥିପାଇଁ ସେ ନିଜଆଡ଼ୁ ପ୍ରୟାସ କରୁଥିବା ଅସମର୍ଥିତ ସୂତ୍ରରୁ ସୂଚନା ମିଳିଛି ।

ଅନ୍ୟପକ୍ଷରେ, ସଞ୍ଜିବ ଚୋପ୍ରାଙ୍କ ଅନୁପସ୍ଥିତିରେ ରାଜ୍ୟ ଗୃହ ବିଭାଗର ସଚିବ ଦାୟିତ୍ୱ କାହାକୁ ନ୍ୟସ୍ତ ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନି । ଶ୍ରୀ ଚୋପ୍ରା ଏବେ ରାଜ୍ୟ କୃଷି ଉତ୍ପାଦନ କମିଶନର ସହ କୃଷି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ତାଙ୍କ ସ୍ଥାନରେ ଦୁଇ ଗୁରୁତ୍ୱପୂର୍ଣ୍ଣ ବିଭାଗ କିଏ ସମ୍ଭାଳିବେ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କୌଣସି ଅଫିସରଙ୍କ ନାଁ ଚୂଡ଼ାନ୍ତ କରିନଥିବା ସାଧାରଣ ପ୍ରଶାସନ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Related story