ଫ୍ଲୁ ଓ ଶ୍ୱାସ ରୋଗୀଙ୍କ ତଥ୍ୟ ନଦେଲେ ରଦ୍ଦ ହେବ ହସ୍ପିଟାଲ ଲାଇସେନ୍ସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ଭଳି ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଏବେ ଫ୍ଲୁ ଓ ଶ୍ୱାସରୋଗୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ହସ୍ପିଟାଲ ଏହି ନିର୍ଦ୍ଦେଶକୁ ଅମାନ୍ୟ କରିବ ତାକୁ ସିଲ୍ କରାଯିବା ସହ ଲାଇସେନ୍ସ ମଧ୍ୟ ବାତିଲ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ […]

ful

ful

Manoranjan Sial
  • Published: Saturday, 04 April 2020
  • Updated: 04 April 2020, 06:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’ ସଂକ୍ରମଣକୁ ରୋକିବା ପାଇଁ ଲକଡାଉନ୍ ଓ ସଟଡାଉନ୍ ଭଳି ପଦକ୍ଷେପ ନେଇଥିବା ରାଜ୍ୟ ସରକାର ଏବେ ଫ୍ଲୁ ଓ ଶ୍ୱାସରୋଗୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ଦେବା ପାଇଁ ରାଜ୍ୟର ସମସ୍ତ ଘରୋଇ ଓ ସରକାରୀ ହସ୍ପିଟାଲକୁ ନିର୍ଦ୍ଦେଶ ଦେଇଛନ୍ତି। ଯେଉଁ ହସ୍ପିଟାଲ ଏହି ନିର୍ଦ୍ଦେଶକୁ ଅମାନ୍ୟ କରିବ ତାକୁ ସିଲ୍ କରାଯିବା ସହ ଲାଇସେନ୍ସ ମଧ୍ୟ ବାତିଲ କରାଯିବ ବୋଲି ସରକାର ଚେତାବନୀ ଦେଇଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି ଯେ, ଚିକିତ୍ସା ପାଇଁ ଆସୁଥିବା ସମସ୍ତ ଫ୍ଲୁ ଓ ଶ୍ୱାସରୋଗୀଙ୍କ ସମ୍ପର୍କରେ ତଥ୍ୟ ଦେବାକୁ ଉଭୟ ଘରୋଇ ଓ ସରକାରୀ ହସ୍ପିଟାଲଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନେ ନିର୍ଦ୍ଦିଷ୍ଟ ଫର୍ମାଟରେ ରାଜ୍ୟ ସରକାରଙ୍କୁ ତଥ୍ୟ ଦେବେ। ଘରୋଇ ହସ୍ପିଟାଲଗୁଡ଼ିକ ଏଭଳି ତଥ୍ୟ ଲୁଚାଇଲେ ସେମାନଙ୍କ ବିରୁଦ୍ଧରେ କ୍ଲିନିକାଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ଆଧାରରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ବାଗଚୀ ସ୍ପଷ୍ଟ କରିଛନ୍ତି।

ଶ୍ରୀ ବାଗଚୀ କହିଛନ୍ତି ଯେ, ଲୋକମାନେ ନିଜେ ସଚେତନ ହୋଇ ଏଭଳି ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ ଅବା ଫ୍ଲୁ’ରେ ପୀଡ଼ିତ ଥିଲେ ତୁରନ୍ତ ହେଲପଲାଇନ୍ ନମ୍ବର ୧୦୪କୁ ଯୋଗାଯୋଗ କରି ପରାମର୍ଶ ଗ୍ରହଣ କରନ୍ତୁ। ନିଜ ଆଡ଼ୁ ଚିକିତ୍ସା ପାଇଁ ହେଲପଲାଇନକୁ ଯୋଗାଯୋଗ କଲେ ଏହି ଭୂତାଣୁ ସଂକ୍ରମଣକୁ ରୋକାଯାଇପାରିବ। ସେହିପରି ନିଜାମୁଦ୍ଦିନ ଲିଙ୍କ୍ ଥିବା ଲୋକଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଅପିଲ୍ କରିଛନ୍ତି। ଲଜ୍ଜା, ଭୟ ନକରି ନିର୍ଭୟରେ ସାମ୍ନାକୁ ଆସନ୍ତୁ। ସରକାର ସେମାନଙ୍କ ସହ ଅଛନ୍ତି । ସେମାନେ ନିଜେ ଲୁଚିଲେ ପରିବାର ଓ ପରିଜନ କ୍ଷତି ସହିବେ ଓ ସେଥିପାଇଁ ସେମାନଙ୍କ ମା’ଭଉଣୀମାନେ ସେମାନଙ୍କୁ ବୁଝାସୁଝା କରିବା ନିମନ୍ତେ ମୁଖ୍ୟମନ୍ତ୍ରୀ ଅପିଲ୍ କରିଥିବା ଶ୍ରୀ ବାଗଚୀ କହିଛନ୍ତି।

ଶ୍ରୀ ବାଗଚୀ ମଧ୍ୟ ସୋଶାଲ ମିଡିଆରେ ହେଉଥିବା ଅପପ୍ରଚାର ପ୍ରତି ଧ୍ୟାନ ନଦେବାକୁ ପରାମର୍ଶ ଦେଇଛନ୍ତି। ଯଦି ସୋଶାଲ ମିଡିଆରେ କରୋନା ସଂକ୍ରାନ୍ତ କୌଣସି ତଥ୍ୟ ଆସୁଛି ତା’କୁ ଯାଞ୍ଚ ପାଇଁ ପୁଲିସ୍ ହେଲପଲାଇନର ସହଯୋଗ ନେବାକୁ ସେ କହିଛନ୍ତି। ଡିଜିଟାଲ ମିଡିଆରେ ଯେକୌଣସି ତଥ୍ୟ ପାଖରେ ପହଂଚିବାକୁ ସରକାରଙ୍କୁ ବେଶୀ ସମୟ ଲାଗିବ ନାହିଁ ବୋଲି କହି ସେ ଗୁଜବ ସୃଷ୍ଟିକାରୀ ଅବା ବ୍ୟାପିବାରେ ସହାୟକ ହେଉଥିବା ବ୍ୟକ୍ତିବିଶେଷଙ୍କୁ ସତର୍କ କରାଇଛନ୍ତି।

ଶ୍ରୀ ବାଗଚୀ ଆହୁରି ମଧ୍ୟ କହିଛନ୍ତି ଯେ, ଆଜିସୁଦ୍ଧା ନମୂନା ପରୀକ୍ଷାର ମୋଟ ୧୩୯୫ଟି ରିପୋର୍ଟ ମିଳିଛି । ସେଥିରୁ ୨୦ଜଣଙ୍କର ନମୂନା ପଜେଟିଭ୍ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ ୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪ର୍ଥ ପଜେଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ସଂଖ୍ୟା ୪୨ହୋଇଥିବାବେଳେ ପଞ୍ଚମ ପଜେଟିଭ୍ ରୋଗୀଙ୍କ ସଂସ୍ପର୍ଶରେ ୩୮ଜଣ ଆସିଛନ୍ତି । ଏହି ୩୮ଜଣଙ୍କ ମଧ୍ୟରୁ ୭ଜଣ ପଜେଟିଭ ଚିହ୍ନଟ ହୋଇଛି । ଅନ୍ୟ ପଜେଟିଭ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରାଯାଉଛି। ବିଭିନ୍ନ ହସ୍ପିଟାଲରେ ଆଜି ମୋଟ ୯୧ଜଣ କରୋନା ସନ୍ଦିଗ୍ଧଙ୍କୁ ଆଇସୋଲେସନରେ ରଖାଯାଉଛି। କୋଭିଡ୍‌-୧୯ ପଜେଟିଭ ଥିବା ତୃତୀୟ ରୋଗୀ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ପଞ୍ଚମ ବ୍ୟକ୍ତି ଏମ୍ସରେ ଓ ଅନ୍ୟ ୧୬ଜଣ ବ୍ୟକ୍ତି କଟକର ଅଶ୍ୱିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଯେଉଁ ମୋଟ ୨୦ଜଣ ପଜେଟିଭ୍ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରେ ୧୪ ଜଣ ଭୁବନେଶ୍ୱରର ହୋଇôଥବାବେଳେ ଭଦ୍ରକର ୩ଜଣ, ପୁରୀ,କଟକ ଓ ଯାଜପୁରରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି।
କରୋନାରେ ସମଗ୍ର ବିଶ୍ୱରେ ଗୋଟିଏ ଦିନରେ ୧ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ୫୯ହଜାର ୪୦୩କୁ ବୃଦ୍ଧି ପାଇଛି । ଗତକାଲି ମୃତ୍ୟୁ ସଂଖ୍ୟା ସମଗ୍ର ବିଶ୍ୱରେ ୫୩,୩୨୨ ଥିଲା। ସେହିପରି ଭାରତରେ ଗତକାଲି ସୁଦ୍ଧା ୨୩୦୫ଜଣ ଆକ୍ରାନ୍ତ ଓ ୫୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୨ ଓ ମୃତ୍ୟୁ ସଂଖ୍ୟା ୬୮କୁ ବୃଦ୍ଧି ପାଇଛି।

ଏହି ଅବସରରେ ପୁଲିସ ଡିଜି ଅଭୟ, ଗତ ୧୦ଦିନ ଧରି ପୁଲିସ ବାହିନୀର କର୍ମଚାରୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସେମାନଙ୍କୁ ଧନ୍ୟବାଦ ଜଣାଇଥିଲେ। କରୋନାକୁ ନେଇ କେହି ଅପପ୍ରଚାର ଅବା ବିଦ୍ୱେଷ ସୃଷ୍ଟି କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଇ ଦେଇଛନ୍ତି। ଗୁଜବ ସୃଷ୍ଟିକାରୀଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ପୁଲିସକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story