ବରକୁ ଉଠାଇ ନେଲା ପୁଲିସ, ମେ’ଫେୟାର ହୋଟେଲ ସିଲ୍
ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର):ଗୋପାଳପୁର ହୋଟେଲ ମେ’ ଫେୟାରରେ ବିବାହ ଉତ୍ସବ ବେଳେ କୋଭିଡ୍ କଟକଣା ଉଲ୍ଲଂଘନ ମାମଲାରେ ବର ସହ ୫ ଜଣଙ୍କୁ ଗିରଫ କରିଛି ପୁଲିସ। ଗୋପାଳପୁର ପୁଲିସ ବର ସହ ତାଙ୍କ ବାପା, ବଡ଼ବାପା ଓ ୨ ଦାଦାଙ୍କୁ ଗିରଫ କରିଛି । ଏହାସହତ ମେ’ ଫେୟାର ହୋଟେଲକୁ ୭ ଦିନ ପାଇଁ ସିଲ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଜିଲ୍ଲାରେ କରୋନା ସାଂଘାତିକ ରୂପ ନେଉଥିବା ବେଳେ ଏପଟେ ବିବାହ ଉତ୍ସବରେ ନିୟମକୁ ବେଖାତିର କରିଥିବାରୁ ଏ ମାମଲାରେ କଠୋର ହୋଇଛି ଉଭୟ ପୁଲିସ ଓ ପ୍ରଶାସନ। ଗୁରୁବାର ମେ ଫେୟାର ହୋଟେଲରେ ଆୟୋଜିତ ଏକ ବିବାହ ଉତ୍ସବରେ ବହୁ ଲୋକେ ଏକାଠି ହୋଇଥିଲେ।
Hotel Mayfair Gopalpur sealed for 7 days for violation of social distancing for arrangement of marriage. We won’t tolerate these type of violations. We again request all to follow social distancing norms & don’t put your life in risk in corona scenario @CMO_Odisha @SRC_Odisha pic.twitter.com/WpLM1x7jBp
— Collector & District Magistrate, Ganjam (@Ganjam_Admin) July 4, 2020
ତେବେ ବର ଶୋଭାଯାତ୍ରା ବେଳେ କେହି ସାମାଜିକ ଦୂରତା ନିୟମ ପାଳନ କରିନଥିବାର ଭିଡିଓ ଭାଇରାଲ ହୋଇଥିଲା ସେପଟେ ଏ ଘଟଣା ପରିପ୍ରେକ୍ଷୀରେ ଏଭଳି ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। କରୋନା କଟକଣା ଉଲ୍ଲଂଘନ ଘଟଣାରେ ବାହାଘର ଆୟୋଜିତ ଗୋପାଳପୁରର ହୋଟେଲ ମେଫେୟାର ସିଲ୍ କରାଯାଇଛି। ହୋଟେଲକୁ ୭ ଦିନ ପାଇଁ ସିଲ୍ କଲା ଗଞ୍ଜାମ ଜିଲ୍ଲା ପ୍ରଶାସନ। ହୋଟେଲ ସିଲ୍ ସହ ୫ ଜଣଙ୍କୁ ଗିରଫ କଲା ଗୋପାଳପୁର ପୁଲିସ। ନିଜେ ବର ସହ ବାପା, ବଡ଼ବାପା ଓ ୨ ଦାଦା ଗିରଫ ହୋଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।