ହୋଟେଲ ସଂଘର ଗୋଲଡେନ ଜୁବଲିରେ ମୁଖ୍ୟମନ୍ତ୍ରୀଙ୍କୁ ଯୋଗ ଦେବା ପାଇଁ ଅନୁରୋଧ କଲେ ବିଜେପି ବିଧାୟକ ଦିଲ୍ଲୀପ ରାୟ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ଦିଲ୍ଲୀପ ରାୟ। ସୋମବାର ସଂଧ୍ୟାରେ ରାଜ୍ୟ ସଚିବାଳୟରେ ଭେଟି ପ୍ରାୟ ୧୫ ମିନିଟ ଧରି ଆଲୋଚନା କରିଛନ୍ତି ଦିଲ୍ଲୀପ। ଆସନ୍ତା ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁଥିବା ସର୍ବଭାରତୀୟ ହୋଟେଲ ସଂଘର ଗୋଲଡେନ ଜୁବଲି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ଆସିଥିଲେ ବୋଲି କହିଛନ୍ତି ଦିଲ୍ଲୀପ ରାୟ। ଏହି ତିନି ଦିନିଆ ସମ୍ମିଳନୀରେ ଦେଶ ତଥା ସାଉଥ […]

vlcsnap-2015-09-15-07h47m44s394

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 02:26 AM IST

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କୁ ଭେଟିଛନ୍ତି ବିଜେପି ବିଧାୟକ ଦିଲ୍ଲୀପ ରାୟ। ସୋମବାର ସଂଧ୍ୟାରେ ରାଜ୍ୟ ସଚିବାଳୟରେ ଭେଟି ପ୍ରାୟ ୧୫ ମିନିଟ ଧରି ଆଲୋଚନା କରିଛନ୍ତି ଦିଲ୍ଲୀପ। ଆସନ୍ତା ୨୫ ରୁ ୨୭ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁଥିବା ସର୍ବଭାରତୀୟ ହୋଟେଲ ସଂଘର ଗୋଲଡେନ ଜୁବଲି ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିବାକୁ ଆସିଥିଲେ ବୋଲି କହିଛନ୍ତି ଦିଲ୍ଲୀପ ରାୟ। ଏହି ତିନି ଦିନିଆ ସମ୍ମିଳନୀରେ ଦେଶ ତଥା ସାଉଥ ଏସିଆରୁ ପ୍ରାୟ ଏକ ହଜାର ହୋଟେଲର ପ୍ରତିନିଧିମାନେ ଯୋଗଦେବେ। ଏହାସହିତ ରାଜ୍ୟରେ ହୋଟେଲ ଶିଳ୍ପ ପ୍ରତିଷ୍ଠା ପାଇଁ ନିବେଶକାରି ଓ ବିଭିନ୍ନ ଦେଶର ରାଷ୍ଟ୍ରଦୁତମାନେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ଅଧିକ ପ୍ରଚାର ପ୍ରସାର କରିବା ଉର୍ଦ୍ଦେଶ୍ୟରେ ପ୍ରଥମ ଥର ପାଇଁ ଭୁବନେଶ୍ୱରରେ ଏହାକୁ ଆୟୋଜନ କରାଯାଉଛି।

Related story