ଶ୍ରୀକ୍ଷେତ୍ରକୁ ତୀର୍ଥଯାତ୍ରୀଙ୍କ ସୁଅ ଛୁଟିଛି, ହେଲେ ଏଯାଏ ଅଣ୍ଟା ସଳଖିନି ହୋଟେଲ ଶିଳ୍ପ

ପୁରୀ (ମଧୁସୂଦନ ମିଶ୍ର): ଆଉ ଦିନକ ପରେ ପଡ଼ିବ ମହାପ୍ରଭୁଙ୍କ ରଥଯାତ୍ରା। ଭକ୍ତ-ଶ୍ରଦ୍ଧାଳୁ ଓ ଯାତ୍ରୀ-ପର୍ଯ୍ୟଟକଙ୍କ ଆଗମନରେ କମ୍ପିଲାଣି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି ପ୍ରତି ବର୍ଷ ଭଳି ଏଥର ମଧ୍ୟ ଦେଶ ବିଦେଶରୁ ଛୁଟି ଆସୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ହେଲେ ଶ୍ରୀକ୍ଷେତ୍ରରେ ରହିବା ପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ବାତ୍ୟା ‘ଫୋନି’ରେ ଉଜୁଡ଼ି ଯାଇଥିବା ହୋଟେଲ ଭିତ୍ତିଭୂମି ଏଯାଏ ସ୍ୱାଭାବିକ ସ୍ଥିତିକୁ ଫେରିପାରିନି ବହୁ ହୋଟେଲ। ମରାମତି ଓ […]

puri2

Manoranjan Sial
  • Published: Tuesday, 02 July 2019
  • , Updated: 02 July 2019, 07:45 PM IST

ପୁରୀ (ମଧୁସୂଦନ ମିଶ୍ର): ଆଉ ଦିନକ ପରେ ପଡ଼ିବ ମହାପ୍ରଭୁଙ୍କ ରଥଯାତ୍ରା। ଭକ୍ତ-ଶ୍ରଦ୍ଧାଳୁ ଓ ଯାତ୍ରୀ-ପର୍ଯ୍ୟଟକଙ୍କ ଆଗମନରେ କମ୍ପିଲାଣି ଶ୍ରୀକ୍ଷେତ୍ର। ମହାପ୍ରଭୁଙ୍କୁ ରଥରେ ଦର୍ଶନ ଲାଗି ପ୍ରତି ବର୍ଷ ଭଳି ଏଥର ମଧ୍ୟ ଦେଶ ବିଦେଶରୁ ଛୁଟି ଆସୁଛନ୍ତି ଲକ୍ଷ ଲକ୍ଷ ଭକ୍ତ। ହେଲେ ଶ୍ରୀକ୍ଷେତ୍ରରେ ରହିବା ପାଇଁ ସେମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। କାରଣ ବାତ୍ୟା ‘ଫୋନି’ରେ ଉଜୁଡ଼ି ଯାଇଥିବା ହୋଟେଲ ଭିତ୍ତିଭୂମି ଏଯାଏ ସ୍ୱାଭାବିକ ସ୍ଥିତିକୁ ଫେରିପାରିନି ବହୁ ହୋଟେଲ। ମରାମତି ଓ ସାଜସଜ୍ଜା କାମ ଏବେବି ବାକି ଅଛି।

ରଥଯାତ୍ରା ସମୟରେ ସମୁଦ୍ରକୂଳରେ ଥିବା ହୋଟେଲ ଗୁଡିକର ବେଶୀ ଚାହିଦା ଥାଏ। ହେଲେ ସେଗୁଡ଼ିକର ଚେହେରା ଦେଖିଲେ, ଏମାନେ ଅତିଥିଙ୍କୁ ସ୍ୱାଗତ ଲାଗି ପ୍ରସ୍ତୁତ ନଥିବା ସ୍ପଷ୍ଟ ବାରି ହୋଇ ପଡୁଛି। ହୋଟେଲ୍‌ କର୍ତ୍ତୃପକ୍ଷ ଯୁଦ୍ଧକାଳୀନ ଭିତ୍ତିରେ କାମ ଚାଲୁ ରଖିଥିଲେ ମଧ୍ୟ ହାତରେ ଆଉ ସମୟ ନଥିବାରୁ ପର୍ଯ୍ୟଟକମାନେ ସ୍ଥାନାଭାବ ସମସ୍ୟାର ସମ୍ମୁଖୀନ ହେବାର ଆଶଙ୍କା ବଢ଼ିଯାଇଛି।

ତେବେ ପର୍ଯ୍ୟଟକଙ୍କୁ ସ୍ୱାଗତ କରିବା ଲାଗି ହୋଟେଲ ଗୁଡ଼ିକ ପ୍ରସ୍ତୁତ ବୋଲି କହିଛି ରାଜ୍ୟ ହୋଟେଲ ମାଲିକ ସଂଘ। ଦୁଇ ମାସ ଭିତରେ ଅନେକ ହୋଟେଲ ନିଜକୁ ପ୍ରସ୍ତୁତ କରିସାରିଥିବାରୁ ଯାତ୍ରୀ ଆସିଲେ, ସେମାନଙ୍କୁ ପୂର୍ବଭଳି ସେବା ଯୋଗାଇ ଦେବାରେ ସମସ୍ୟା ହେବ ନାହିଁ ବୋଲି ସଂଘ ଦୃଢ଼ୋକ୍ତି କରିଛି। ଆକଳନ ଅନୁସାରେ ବାତ୍ୟା ‘ଫୋନି’ ଯୋଗୁ ପୁରୀ ସହରର ଛୋଟ ବଡ଼ ପ୍ରାୟ ୮୦୦ ହୋଟେଲ କ୍ଷତିଗ୍ରସ୍ତ ହୋଇଛି। ଏପରି ସ୍ଥିତିରେ ହୋଟେଲ ମାଲିକ ସଂଘର ଦାବି ବାସ୍ତବ କ୍ଷେତ୍ରରେ କେତେ ପ୍ରତିଫଳିତ ହେଉଛି, ତାହା ଦେଖିବା କଥା।

ବାତ୍ୟା ‘ଫୋନି’ରେ ଧ୍ୱସ୍ତ ବିଧ୍ୱସ୍ତ ପୁରୀ ସହରର ହୋଟେଲ ଶିଳ୍ପର ପୁନରୁଦ୍ଧାର ପାଇଁ ହୋଟେଲ ଗୁଡ଼ିକୁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଥିଲେ କେନ୍ଦ୍ର ସରକାର। ହେଲେ ସରକାରଙ୍କ ଏହି ପ୍ରତିଶ୍ରୁତିର ସୁଫଳ ହୋଟେଲ ମାଲିକମାନେ ଏଯାଏ ପାଇନଥିବା ଅଭିଯୋଗ ହୋଇଛି। ଅନେକ ହୋଟେଲର ପୂର୍ବାବସ୍ଥା ଫେରାଇ ଆଣିବାରେ ଅର୍ଥାଭାବ ପ୍ରତିବନ୍ଧକ ସାଜିଥିବା ଅଭିଯୋଗ ହେଉଛି।

Related story