‘ହାଇଦରକୁ ସର୍ଜରୀ ବିଭାଗ ମୁଖ୍ୟ କ୍ୟାବିନ୍ ଦେଇଥିଲେ ,ସେଠି ସିସିଟିଭି କଥା ସିଏ କହିପାରିବେ’

କଟକ(ଓଡ଼ିଶା ରିପୋର୍ଟର): ୫ ଦିନର ଧରପଗଡ଼ ପରେ ଧରାପଡ଼ିଛି ହାଇଦର। କମିଶନେରେଟ୍‌ ପୁଲିସକୁ ମିଳିଛି ବଡ଼ ସଫଳତା। ଏସ୍‌ସିବିରୁ ଫେରାର ହୋଇ ରାଜ୍ୟ ପୁଲିସର ନିଦ ହଜାଇ ଦେଇଥିବା ହାଇଦର ହାତରେ ପଡ଼ିଛି ହ୍ୟାଣ୍ଡକପ୍‌। କଟକ ବଡ଼ମେଡିକାଲରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହୋଇଛି। ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲାରୁ ତାକୁ ଗିରଫ କରାଯାଇଛି। ଆଜି ସଂଧ୍ୟାରେ କଟକ ପୁଲିସ ତେଲେଙ୍ଗାନା ପୁଲିସ ସହାୟତାରେ ହାଇଦରକୁ ଧରିବାରେ ସଫଳ ହୋଇଛଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର […]

uop

Tapas Behera
  • Published: Thursday, 15 April 2021
  • , Updated: 16 April 2021, 07:22 AM IST

କଟକ(ଓଡ଼ିଶା ରିପୋର୍ଟର): ୫ ଦିନର ଧରପଗଡ଼ ପରେ ଧରାପଡ଼ିଛି ହାଇଦର। କମିଶନେରେଟ୍‌ ପୁଲିସକୁ ମିଳିଛି ବଡ଼ ସଫଳତା। ଏସ୍‌ସିବିରୁ ଫେରାର ହୋଇ ରାଜ୍ୟ ପୁଲିସର ନିଦ ହଜାଇ ଦେଇଥିବା ହାଇଦର ହାତରେ ପଡ଼ିଛି ହ୍ୟାଣ୍ଡକପ୍‌। କଟକ ବଡ଼ମେଡିକାଲରୁ ଫେରାର ଗ୍ୟାଙ୍ଗଷ୍ଟର ହାଇଦର ଗିରଫ ହୋଇଛି। ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡି ଜିଲ୍ଲାରୁ ତାକୁ ଗିରଫ କରାଯାଇଛି। ଆଜି ସଂଧ୍ୟାରେ କଟକ ପୁଲିସ ତେଲେଙ୍ଗାନା ପୁଲିସ ସହାୟତାରେ ହାଇଦରକୁ ଧରିବାରେ ସଫଳ ହୋଇଛଛି। ଏନେଇ ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ଗଣମାଧ୍ୟମକୁ ସୂଚନା ଦେଇ ପୁଲିସ କମିଶନର କହିଛନ୍ତି, ହାଇଦର ବାଇକରେ ଯିବା ବେଳେ ଆମ ଟିମ୍‌ ତାକୁ କାବୁ କରିଥିଲେ। ୨୪ ଘଣ୍ଟା ଭିତରେ ତାକୁ ଆଣି କୋର୍ଟରେ ହାଜର କରିବୁ ବୋଲି ପୁଲିସ କମିଶନର କହିଛନ୍ତି।

ତେବେ ହାଇଦରକୁ ଗିରଫ ପୂର୍ବରୁ ଆଜି ଏସ୍‌ସିବି ଯାଇ ଅଧିକ୍ଷକଙ୍କଠାରୁ ତଥ୍ୟ ସଂଗ୍ରହ କରି ଥିଲେ କମିଶନରେଟ୍ ପୁଲିସର ତଦନ୍ତକାରୀ ଟିମ୍। ହେଲେ ସବୁଠୁ ବଡ଼ କଥା ହେଲା ଘଟଣାରେ ସବୁ ଦୋଷ ସର୍ଜରୀ ବିଭାଗ ଉପରକୁ ଠେଲି ନିଜେ କିଛି ଜାଣିନଥିବା କହିଛନ୍ତି ଅଧିକ୍ଷକ। ଏମିତିକି ସେଦିନ କିଏ ଡ୍ୟୁଟିରେ ଥିଲା ? ହାଇଦର କି ଚିକିତ୍ସା ହେଉଥିଲା ? ଖାଦ୍ୟ ମେଡିକାଲରୁ ମିଳୁଥିଲା ନା ନାହିଁ ? ସବୁ କଥା ଗୋଟି ଗୋଟି କରି ଏସସିବି ଅଧିକ୍ଷକଙ୍କଠୁ ପଚାରି ବୁଝିଛି ଟିମ୍। ତେବେ ଅଧୀକ୍ଷକଙ୍କ ଚାମ୍ବରରେ ହୋଇଥିବା ରୁଦ୍ଧଦ୍ୱାର ଆଲୋଚନା ସମ୍ପର୍କରେ ତଦନ୍ତକାରୀ ଟିମ୍ ଗଣମାଧ୍ୟମ ଆଗରେ କିଛି ମୁହଁ ଖୋଲିନଥିବା ବେଳେ ଏସ୍‌ସିବି ଅଧୀକ୍ଷକ କିନ୍ତୁ ସବୁ ଦୋଷ ସର୍ଜରୀ ବିଭାଗକୁ ଠେଲିଛନ୍ତି।

SCB ଅଧୀକ୍ଷକ ଲୁସି ଦାସ କହିଛନ୍ତି ଯେ, ନିୟମ ଅନୁସାରେ ହାଇଦରକୁ କ୍ୟାବିନ୍ ଦିଆଯାଇଥିଲା। ହାଇଦରକୁ SCB ଆଣିବା ନେଇ ଆମକୁ କିଛି ଖବର ଦିଆଯାଇନଥିଲା। ତାକୁ କ୍ୟାବିନ୍ ସର୍ଜରୀ ବିଭାଗ ମୁଖ୍ୟ ଦେଇଥିଲେ। ସେଠି ସିସିଟିଭି ଚାଲୁଥିଲା କି ନାହିଁ, ସେକଥା ସର୍ଜରୀ ବିଭାଗ କହିପାରିବ। ହେଲେ ପୁଲିସ ଯାହା ତଥ୍ୟ ମାଗିଛି ଆମେ ଦେଇଛୁ ବୋଲି ଲୁସି ଦାସ କହିଛନ୍ତି।

ଏହି ଘଟଣାରେ ଜେଲ୍ ବିଭାଗର ଅବହେଳା ନେଇ ବି ଉଠିଛି ସାଂଘାତିକ ପ୍ରଶ୍ନ । ହାଇଦର ଭଳି ଜଣେ ବଡ଼ ଅପରାଧୀକୁ ସୁରକ୍ଷା ବଳୟ ଭିତରେ ଏସ୍‌ସିବି ପଠାଇବାବେଳେ ସମ୍ବଲପୁର ଏସପି କାହିଁକି ଏସ୍‌ସିବି କର୍ତ୍ତୃପକ୍ଷଙ୍କୁ ଅବଗତ କରିନଥିଲେ। ଏମିତିକି ଜଣେ ନିଲମ୍ବିତ କନେଷ୍ଟବଳଙ୍କ ପକ୍ଷରୁ ଥାନାରେ ଦିଆଯାଇଥିବା ଏତଲାରେ ହାଇଦରକୁ ତା’ ପରିବାରର ଏକାଧିକ ସଦସ୍ୟ ଭେଟିବାକୁ ଆସୁଥିବା ଦର୍ଶାଯାଇଥିଲେ। ହେଲେ ପ୍ରଶ୍ନ-ସଂପୃକ୍ତ କନେଷ୍ଟବଳ ଏକଥା ସମ୍ବଲପୁର ଜେଲ୍ କର୍ତ୍ତୃପକ୍ଷଙ୍କୁ କାହିଁକି ଜଣାଇନଥିଲେ ? ଏପଟେ ସମ୍ବଲପୁର ସର୍କଲ ଜେଲର ଜେଲର କହିଛନ୍ତି ହୁଏତ ଯଦି ଏ ସମ୍ପର୍କରେ ଆଗୁଆ ସୂଚନା ମିଳିଥାନ୍ତା, ତାହାଲେ ହାଇଦର ସୁରକ୍ଷା ଅଧିକ ବଢ଼ା ଯାଇପାରିଥାନ୍ତା । ତେବେ ସେ ସତରେ ଏହା ଜାଣିନଥିଲେ ନା ତଳିଆ କର୍ମଚାରୀଙ୍କ ଉପରେ ଦୋଷ ଲଦି ଖସିଯିବାକୁ ଚେଷ୍ଟା କରୁଛନ୍ତି ତାକୁ ନେଇ ବି ପ୍ରଶ୍ନ ଉଠିଛି।

Related story