ମେଡିକାଲରୁ କେମିତି ଚମ୍ପଟ ମାରିଲା ହାଇଦର୍? କିଏ ରଚିଥିଲା ଷଡ଼ଯନ୍ତ୍ର?

କଟକ (ଓଡ଼ିଶା ରିପୋର୍ଟର): କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଫେରାର୍ ହେବା ଦିନଠାରୁ ନିୟମିତ କିଛି ନା କିଛି ନୂଆ ଖୁଲାସା ସାମ୍ନାକୁ ଆସିଛି। ଏହି କ୍ରମରେ ଆଜି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। କଟକ ପୁଲିସ୍ ସୂତ୍ରରୁ ଓଡ଼ିଶା ରିପୋର୍ଟରକୁ ମିଳିଥିବା ଏହି ଚାଞ୍ଚଲ୍ୟକର ତଥା ଅନୁଯାୟୀ, ଗ୍ୟାଙ୍ଗଷ୍ଟର୍ ହାଇଦର କାରରେ ନୁହେଁ ବରଂ ବାଇକରେ ହିଁ ମେଡିକାଲରୁ ଖସି ଯାଇଥିଲା। ବାଇକରେ ଖସି ଯିବା ପାଇଁ ହାଇଦର ପୂର୍ବରୁ ପୂରା ଯୋଜନା ପ୍ରସ୍ତୁତ କରି […]

Hyder

Ranjit Kumar Jena
  • Published: Wednesday, 14 April 2021
  • , Updated: 14 April 2021, 07:22 PM IST

କଟକ (ଓଡ଼ିଶା ରିପୋର୍ଟର): କୁଖ୍ୟାତ ଗ୍ୟାଙ୍ଗଷ୍ଟର୍ ହାଇଦର ଫେରାର୍ ହେବା ଦିନଠାରୁ ନିୟମିତ କିଛି ନା କିଛି ନୂଆ ଖୁଲାସା ସାମ୍ନାକୁ ଆସିଛି। ଏହି କ୍ରମରେ ଆଜି ଆଉ ଏକ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। କଟକ ପୁଲିସ୍ ସୂତ୍ରରୁ ଓଡ଼ିଶା ରିପୋର୍ଟରକୁ ମିଳିଥିବା ଏହି ଚାଞ୍ଚଲ୍ୟକର ତଥା ଅନୁଯାୟୀ, ଗ୍ୟାଙ୍ଗଷ୍ଟର୍ ହାଇଦର କାରରେ ନୁହେଁ ବରଂ ବାଇକରେ ହିଁ ମେଡିକାଲରୁ ଖସି ଯାଇଥିଲା। ବାଇକରେ ଖସି ଯିବା ପାଇଁ ହାଇଦର ପୂର୍ବରୁ ପୂରା ଯୋଜନା ପ୍ରସ୍ତୁତ କରି ରଖିଥଲାା। ଏଥିପାଇଁ ତା’ର ଦୁଇ ପୁଅ ଆଝାରୁଦ୍ଦିନ ଓ ଚୁନ୍ନି ମିଶିକି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ।

ବାଇକରେ ଫେରାର ହେବା ପାଇଁ ୨ଟି ପଲସର୍ କିଣାଯାଇଥିଲା। ଧରାପଡ଼ିଥିବା ୟାକୁବ୍ ଓରଫ ସଲ୍ଲୁ ଜରିଆରେ ହିଁ ବାଇକ୍ କିଣାଯାଇଥିଲା। ପୁଲିସ୍ ଚକମା ଦେଇ ଫେରାର୍ ହେବା ପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା। ଯେଉଁ ସମୟରେ କମ୍ ଚେକିଂ ହୁଏ, ସେହି ସମୟକୁ ବାଛିଲା ହାଇଦର୍ ଓ ତା’ର ଦୁଇ ପୁଅ। ଫେରାର୍ ହେବା ପାଇଁ ପୂର୍ବରୁ ହାଇଦର ରେକି ମଧ୍ୟ କରିଥିଲା।

ଜାନୁଆରୀ ଏବଂ ଫେବ୍ରୁଆରୀରେ ଆସିଥିବା ବେଳେ ମଧ୍ୟ ରେକି କରିଥିଲା ହାଇଦର୍। ସମ୍ବଲପୁରରୁ ଏସସିବି କେମିତି ଅଣାଯାଉଛି, ତାକୁ ଭଲଭାବେ ହାଇଦର ପରଖିଥିଲା। ହାଇଦର ଆସିବା ନେଇ ମେଡିକାଲ ଫାଣ୍ଡିକୁ କିଛି କୁହାଯାଉଛି କି ନାହିଁ, ତା ଉପରେ ଟିକନିକ୍ ନଜର ରଖାଯାଉଥିଲା। ତେବେ ସବୁକିଛି ପରଖିବା ପରେ ଯୋଜନାକୁ ଅନ୍ତିମ ରୂପ ଦିଆଯାଇଥିଲା।

ପୂର୍ବ ଯୋଜନା ଅନୁଯାୟୀ ହାଇଦର ବାଇକ୍ ପଛରେ ବସି ଖସିଯାଇଥିଲା। ହାଇଦରର ମଝିଆଁ ପୁଅ ଓ ସାନ ପୁଅ ହିଁ ମୁଖ୍ୟ ଭୂମିକା ବହନ କରିଥିଲେ। ହାଇଦରର ଫେରାର କ୍ଷଡ଼ଯନ୍ତ୍ର ପଛରେ ତା’ର ଦୁଇ ପୁଅକୁ ମିଶାଇ ମୋଟ ୧୦ ଜଣ ସାମିଲ୍ ଥିଲେ। ମେଡିକାଲରୁ ବାହାରିବା ପରେ ସମସ୍ତେ ଭିନ୍ନ ଭିନ୍ନ ରୁଟରେ ପଳାଇଥିଲେ। ବାଇକାଆ କଟକ ସୀମା ପାର୍ ହେବା ପରେ କାରରେ ହାଇଦର ପଳାୟନ କରିଥିବା ସୂତ୍ରରୁ ଜଣାପଡ଼ିଛି।

ଗତ ଶନିବାର ଏସ୍‌ସିବି ମେଡିକାଲ୍‌ରେ ସୁରକ୍ଷା କର୍ମୀଙ୍କୁ ଚକ୍‌ମା ଦେଇ ଫେରାର ହୋଇଯାଇଥିଲା ହାଇଦର। ତାକୁ ଗିରଫ କରିବା ପାଇଁ କମିଶନରେଟ୍‌ ପୁଲିସ କଟକ ଜିଲ୍ଲାର ସୀମାକୁ ସିଲ୍‌ କରି ରାତି ତମାମ ଖାନତଲାସୀ କରିଥିଲା। ହେଲେ ହାଇଦରକୁ ଧରିବାରେ ବିଫଳ ହୋଇଥିଲା। ସେପଟେ ହାଇଦର ଫେରାର ହେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ସୁରକ୍ଷା ଦାୟିତ୍ୱରେ ଥିବା ୬ ପୁଲିସ କର୍ମଚାରୀକୁ ସସପେଣ୍ଡ କରାଯାଇଛି।

Related story